ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ରାଜଧାନୀରେ ହାଇ ପ୍ରୋଫାଇଲ ଠକେଇ ମାମଲା: ମିଳିଲା ଆଉ ୨ ଦାମୀ କାର୍‌

Published By : Harapriya Sethi | January 11, 2025 12:39 PM

ଭୁବନେଶ୍ୱର,୧୧/୦୧: ଠକେଇ ଅଭିଯୋଗରେ ବିଷ୍ଣୁପ୍ରିୟା ଚାନ୍ଦ ଓରଫ ହଂସିକା ଓ ତାଙ୍କ ପାର୍ଟନର ଅନିଲ୍‌ ମହାନ୍ତି ବାବଦରେ ଦିନକୁ ଦିନ ନୂଆ ତଥ୍ୟ ପୁଲିସ୍‌ ହାତରେ ଲାଗୁଛି । ଅନିଲ ବ୍ୟବହାର କରୁଥିବା ଆଉ ଦୁଇଟି ଦାମୀ କାର୍‌କୁ ଜବତ କରି ନିଜ ହେପାଜତକୁ ଆଣିଲା ସ୍ପେଶାଲ କ୍ରାଇମ ୟୁନିଟ୍ । ଆଗକୁ ଏହି ଦୁଇଜଣଙ୍କୁ ପୁଣି ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ କମିଶନରେଟ ପୋଲିସ । ଏମାନଙ୍କ ବିରୁଦ୍ଧରେ ଏବେବି କୌଣସି ଅପରାଧିକ ପ୍ରମାଣ ପୋଲିସକୁ ମିଳିପାରି ନାହିଁ । ତେବେ ଖୁବ କମ ଦିନରେ ଏହି ଦୁଇ ଜଣ କିପରି କୋଟିପତି ହେଲେ, ତାର ଛାନଭିନ୍ କରୁଛି ଆୟକର ବିଭାଗ ।

ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଶୁକ୍ରବାର ଏକ ମର୍ସିଡିଜ୍‌ କାର୍‌ ଜବତ କରିଥିଲା । ଯାହାର ମୂଲ୍ୟ ୨ କୋଟି ୧୫ ଲକ୍ଷ ଟଙ୍କା ହେବ । ତା’ଛଡ଼ା ଅନିଲଙ୍କ ଜନ୍ମଦିନ ଭୋଜିର ମଧ୍ୟ କିଛି କାଗଜପତ୍ର କ୍ରାଇମ ୟୁନିଟ ହାତରେ ଲାଗିଛି । ଗତ ଡିସେମ୍ୱର ୨୪ ତାରିଖରେ ଅନୀଲଙ୍କ ଜନ୍ମଦିନ ଥିଲା । ଭୁବନେଶ୍ୱର ଗଲ୍ଫ କ୍ଲବ୍‌ରେ ଏକ ଆଖି ଝଲସା ପାର୍ଟିର ଆୟୋଜନ କରିଥିଲେ ଅନିଲ୍‌ । ଜନ୍ମ ଦିନରେ ହଂସିକା ତାଙ୍କୁ ଉପହାର ସ୍ୱରୂପ ଏକ ମର୍ସିଡିଜ୍‌ କାର୍‌ ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । 

ଜନ୍ମଦିନର ଭୋଜି ଓ ସାଜସଜାରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରମାଣ ମଧ୍ୟ ପାଇଛି ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ।  ଦୁଇ ଅଭିଯୁକ୍ତ କେଉଁ ଉପାୟରେ ଶହ ଶହ କୋଟି ଟଙ୍କା ରୋଜଗାର କରୁଥିଲେ, ତାହା ଜାଣିବା ପାଇଁ ପୋଲିସ ଉଭୟଙ୍କୁ ଦିନିକିଆ ରିମାଣ୍ଡରେ ଆଣିଥିଲା । ଜେରା ସମୟରେ ଟଙ୍କା କାରବାର ବିଷୟରେ କିଛି ଟେର୍‌ ମିଳିଲା ନାହିଁ ।  ଶୁକ୍ରବାର ପୋଲିସ ଦୁଇ ଜଣଙ୍କୁ ଜେଲ୍‌ ପଠାଇ ଦେଇଥିଲା । ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ପୁଣି ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି ।   

ଅନ୍ୟପକ୍ଷରେ ଆୟକର ବିଭାଗ ୪ ଦିନ ହେବ ହଂସିକା ଓ ଅନିଲଙ୍କ କଳାଧନର ଖୋଳତାଡ଼ କରୁଛି । ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ପ୍ରାୟ ୧୦୦ କୋଟି ହେବ ବୋଲି  ଜଣାପଡ଼ିଛି । ତା’ଛଡ଼ା ବିଭିନ୍ନ ଆଡ଼େ ଏମାନେ ଟଙ୍କା ନିବେଶ କରିଥିବା ଆୟକର ବିଭାଗ ଜାଣିବାକୁ ପାଇଛି । ପୂର୍ବରୁ ପୋର୍ସେ, ଜାଗୁଆର, ଅଡି ଭଳି ୬ଟି ଦାମୀ କାର୍‌ର କାଗଜପତ୍ର ଆୟକର ବିଭାଗ ପାଇଥିଲା । ଶୁକ୍ରବାର ୨ କୋଟି ୧୫ ଲକ୍ଷ ଟଙ୍କାର ଏକ ମର୍ସିଡିଜ ଜବତ ହେବା ପରେ ଆୟକର ବିଭାଗର ଏହାର ଖୋଳତାଡ଼ କରୁଛି । ଉକ୍ତ କାର୍‌କୁ ଏକ ପରିତ୍ୟକ୍ତ ସ୍ଥାନରେ ଲୁଚାଇ ରଖାଯାଇଥିଲା ବୋଲି ପୋଲିସ କହିଛି । ଉକ୍ତ ଗାଡ଼ିଟିକୁ ନଗଦ ଟଙ୍କାରେ କିଣା ଯାଇଥିବା ଜଣାପଡିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.