ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଦଶକର କ୍ୟାରିଅରରେ କରିଛନ୍ତି ୩୦୦ ଫିଲ୍ମ, ଅମିତାଭ ଏବଂ ଗୋବିନ୍ଦାଙ୍କ ସହ କରିଛନ୍ତି ଅଭିନୟ, ତଥାପି ଏକେଲାପଣ ଏବଂ ଆର୍ଥିକ ସଙ୍କଟ ଭିତରେ କାଟିଥିଲେ ଶେଷ ସମୟ...

Published By : Rasmita Pradhan | June 28, 2025 8:03 AM

ନୂଆଦିଲ୍ଲୀ, ୨୮/୦୬ : ୧୯୮୦ ଏବଂ ୯୦ ଦଶକର ଜଣେ ପ୍ରସିଦ୍ଧ ଖଳନାୟକ। ବଲିଉଡର ଜଣେ ଦିଗଜ କଳାକାର। ଅମିତାଭ ବଚ୍ଚନ, ଗୋବିନ୍ଦା ଏବଂ ସଞ୍ଜୟ ଦତ୍ତଙ୍କ ଭଳି ସୁପରଷ୍ଟାରଙ୍କ ସହ କରିଛନ୍ତି ଅଭିନୟ। ସହେଁସା, କୁଲି ନଂ-୧ ଏବଂ ଗୁମରାହ ଭଳି ସୁପରହିଟ୍ ଫିଲ୍ମରେ କରିଛନ୍ତି ଦମ୍‌ଦାର ଅଭିନୟ। ଗୋଟିଏ ଦଶକର କ୍ୟାରିଅର ମଧ୍ୟରେ କରିଛନ୍ତି ୩୦୦ରୁ ଅଧିକ ଫିଲ୍ମ। ମାର୍ସଲ ଆର୍ଟ ଏବଂ ଆକ୍ସନରେ ଭରପୁର ନିପୁଣ ନାଟକୀୟ ଅଭିନୟ ପାଇଁ ତାଙ୍କୁ ଏବେବି ଭୁଲି ପାରିନାହାଁନ୍ତି ଦର୍ଶକ। ତେବେ କିଏ ଏହି ଅଭିନେତା ? ଯିଏ ୫ ଥର ବିବାହ କରିବି ବୈବାହିକ ଜୀବନରେ ଫେଲ୍। ଏକେଲାପଣ ଏବଂ ଆର୍ଥିକ ସଙ୍କଟ ଭିତରେ କାଟିଥିଲେ ଶେଷ ସମୟ।

ମହେଶ ଆନନ୍ଦ... ବଲିଉଡରେ ଜଣେ ମାଇଲଖୁଣ୍ଟ। ଏହି ଅଭିନେତାଙ୍କର ରିଲ୍ ଲାଇଫ୍ ଠାରୁ ରିଅଲ୍ ଲାଇଫ୍ ଥିଲା ଅସ୍ଥିରତାରେ ଭରପୁର। ସେ ୫ ଥର ବିବାହ କରିବି ତାଙ୍କର ବୈବାହିକ ଜୀବନ ବିଫଳ ଥିଲା। ଏକାଧିକ ସମ୍ପର୍କ ଏବଂ ବିବାହ ସତ୍ତ୍ଵେ ତାଙ୍କର ବ୍ୟବକ୍ତିଗତ ଜୀବନ ଖୁବ୍ କଷ୍ଟଦାୟକ ଥିଲା। ମହେଶ ବରଖା ରାୟ, ପୂର୍ବତନ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଏରିକା ମାରିଆ ଡିସୋଜା, ଅଭିନେତ୍ରୀ ଉଷା ବଚ୍ଚାନୀ, ଏବଂ ଲାନା ନାମକ ଜଣେ ଋଷିଆନ୍ ମହିଳାଙ୍କୁ ତାଙ୍କର ଜୀବନସାଥୀ କରିଥିଲେ। ହେଲେ ସମୟ ସହ ସମସ୍ତେ ତାଙ୍କୁ ଏକା ଛାଡ଼ି ଦେଇଥିଲେ। ସଫଳ ଫିଲ୍ମ କ୍ୟାରିଅର ସତ୍ତ୍ଵେ ମହେଶ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରିଥିଲେ। ନିଜ ଲୋକଙ୍କ ଠାରୁ ତାଙ୍କୁ ଧୋକା ମିଳିଥିଲା। ତାଙ୍କ ପରିବାରର ଜଣେ ସଦସ୍ୟ ତାଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିନେଇଥିଲେ। ଯେଉଁଥିପାଇଁ ସେ ଦେବାଳିଆ ହୋଇଯାଇଥିଲେ। ଏନେଇ ସେ ସାର୍ବଜନୀନ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଫିଲ୍ମରେ କାମ ନମିଳିବା ଯୋଗୁଁ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ମହେଶଙ୍କୁ ଖୁବ୍ ସଙ୍ଘର୍ଷ କରିବାକୁ ପଡ଼ିଥିଲା।  

ମୁମ୍ଵାଇର ବର୍ସୋୱା ଅଞ୍ଚଳରେ ଏକ ଛୋଟ ଫ୍ଲାଟରେ ମହେଶଙ୍କ ଶେଷ ସମୟ କଟିଥିଲା। ଅବସାଦ ଯୋଗୁଁ ସେ ନିଶାଗ୍ରସ୍ତ ହୋଇଯାଇଥିଲେ। ୨୦୧୯ରେ ତାଙ୍କର ଦୁଃଖଦ ଅନ୍ତ ଘଟିଥିଲା। ମୃତ୍ୟୁର ୩ ଦିନ ପରେ ମହେଶଙ୍କ ଫ୍ଲାଟ୍‌ରୁ ତାଙ୍କ ମୃତଦେହ ମିଳିଥିଲା। ତେବେ ମହେଶଙ୍କ ଜୀବନୀରୁ ଜଣାପଡ଼ୁଛି ଯେ ସୋବାଜ୍ ଦୁନିଆ କେତେ ଅପ୍ରତ୍ୟାଶିତ। ଏକଦା ଅପାର ଲୋକପ୍ରିୟତାର ଆନନ୍ଦ ନେଉଥିବା ଏବଂ ଜଣେ ଉଦ୍ୟୋଗପତି ଭାବେ ଗଣା ହେଉଥିବା ମହେଶଙ୍କୁ ତାଙ୍କ ଶେଷ ସମୟ ଏକେଲାପଣ ଏବଂ ଆର୍ଥିକ ସଙ୍ଘର୍ଷ ଭିତରେ କାଟିବାକୁ ପଡ଼ିଥିଲା। ଏଥିରୁ ଜାଣିପାରୁଥିବେ ଫଳତା ଯେତିକି ଜଲଦି ମିଳେ ସେତିକି ଶୀଘ୍ର ଯାଇପାରେ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.