ଅମୃତଭଣ୍ଡାରେ ବହୁ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି, ଯାହା ପାଚନ ପ୍ରକ୍ରିୟାକୁ ତୀବ୍ର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ସେହିପରି ମୋଟାପଣ କମାଇବା ସହ ହୃଦ୍‌ରୋଗର ଆଶଙ୍କାକୁ କମ କରିଥାଏ । ଏହା କେବଳ ସ୍ୱାସ୍ଥ୍ୟ ନୁହେଁ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ । ତ୍ୱଚା ଓ କେଶଜନିତ ସମସ୍ୟାକୁ ଦୂର କରିଥାଏ । ଆହୁରି ଅନେକ ଫାଇଦା ମଧ୍ୟ ରହିଛି । ଯେମିତିକି... 

ଆଖି ପାଇଁ 

ଅମୃତଭଣ୍ଡାରେ ଭିଟାମିନ୍‌-ଏ ଭରି ରହିଛି, ଯାହା ଆଖି ପାଇଁ ବରଦାନ । ଭିଟାମିନ୍‌-ଏ ଆଖି ରେଟିନାକୁ ସୁରକ୍ଷିତ ରଖିଥାଏ । ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା ଆଖିକୁ ଝାପସା ଦେଖାଯିବା ସମସ୍ୟା ଦୂରେଇଯାଏ । ଆଖି ସମସ୍ୟା ହେବା ପୂର୍ବରୁ ନିୟମିତ ଅମୃତଭଣ୍ଡା ଖାଇଲେ ସମସ୍ୟା କେବେ ଆସି ନଥାଏ । 

ପାଚନ କ୍ରିୟା ତୀବ୍ର ହୁଏ 

ଅମୃତଭଣ୍ଡା ପାଣି ଓ ଫାଇବରରେ ଭରପୂର । ତା’ସହିତ ଏଥିରେ କେତେକ ଏନ୍‌ଜାଇମ୍‌ ରହିଛି, ଯାହା କବ୍ଚ ସମସ୍ୟାକୁ ଦୂର କରିଥାଏ । ଖାଦ୍ୟ ଖାଇବାର ଏକ ବା ଅଧା ଘଣ୍ଟା ପୂର୍ବରୁ ଅମୃତଭଣ୍ଡା ଖାଇବା ଖୁବ୍‌ ଉପକାରୀ ହୋଇଥାଏ । 

ବୟସକୁ ବାନ୍ଧି ରଖେ

ଆମ ଚେହେରା ହିଁ ସୁସ୍ଥତାର ପରିଚୟ ଦେଇଥାଏ । ତେଣୁ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ଆମେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉତ୍ପାଦ ଉପରେ ନିର୍ଭର କରିଥାଉ । କିନ୍ତୁ ଅମୃତଭଣ୍ଡା ଖାଇବା ଦ୍ୱାରା ତ୍ୱଚାରେ ପ୍ରାକୃତିକ ଉଜ୍ଜ୍ୱଳତା ଆସିଥାଏ । ଅମୃତଭଣ୍ଡାରେ ଥିବା ଭିଟାମିନ୍‌-ଏ, ଭିଟାମିନ୍‌-ଇ ଓ ଭିଟାମିନ୍‌ ସି ତ୍ୱଚାର ରିଙ୍କଲ୍ସ ସମସ୍ୟା ଆସିବାକୁ ଦିଏନା । ତା' ସହିତ ମୃତ କୋଷିକା ଦୂର କରିବା ସହ ତ୍ୱଚାକୁ ହାଗହୀନ କରିଥାଏ