ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଏବଂ ପଙ୍ଖା ଏବଂ କୁଲର ଚାଲୁ ହେବା ଆରମ୍ଭ ହୋଇଯାଇଥାଏ । ଆଉ ବଦଳିଯାଏ ଲୋକଙ୍କ ଖାଇବା ପିଇବା ଅଭ୍ୟାସ । ଏହି ଋତୁରେ, ଥଣ୍ଡା ଜିନିଷକୁ ପସନ୍ଦ କରିଥାନ୍ତି ସମସ୍ତେ ଏବଂ କିଛି ଜିନିଷକୁ ଗରମ ପ୍ରକୃତିର ଭାବି ଏଡାଇ ଦେଇଥାନ୍ତି । ଏହି ଋତୁରେ ଅନେକ ଲୋକ ଅଣ୍ଡା ଠାରୁ ମଧ୍ୟ ଦୂରେଇ ରୁହନ୍ତି । ଜେଜେମା'ମାନେ କୁହନ୍ତି ଯେ, ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା ଦ୍ୱାରା ଶରୀର ଉଷ୍ମ ହୁଏ । କିନ୍ତୁ ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ପ୍ରକୃତରେ କ୍ଷତିକାରକ କି ଏହା କେବଳ ଏକ ମିଥ୍ୟା କଥା? ବିଶେଷଜ୍ଞମାନେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା...
ଅଣ୍ଡା ଖାଇବାର ଲାଭ-
୧. ଅଣ୍ଡାରେ ଉଚ୍ଚମାନର ପ୍ରୋଟିନ୍ ଥାଏ, ଯାହା ଶରୀରର ବୃଦ୍ଧି ଏବଂ ମାଂସପେଶୀ ଗଠନ ପାଇଁ ଆବଶ୍ୟକ।
୨. ଅଣ୍ଡାରେ ଭିଟାମିନ୍ ବି୧୨, ଭିଟାମିନ୍ ଡି, ଫୋଲିକ୍ ଏସିଡ୍ ଏବଂ ସେଲେନିୟମ୍ ଭଳି ଜରୁରୀ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ।
୩. ଅଣ୍ଡାରେ ଲ୍ୟୁଟିନ୍ ଏବଂ ଜେକ୍ସାନ୍ଥିନ ନାମକ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଆଖିକୁ କ୍ଷତିରୁ ରକ୍ଷା କରେ ଏବଂ ଆଖି ସ୍ୱାସ୍ଥ୍ୟକୁ ଉନ୍ନତ କରେ ।
୪. ଅଣ୍ଡା ଖାଇବା ଦ୍ୱାରା ପେଟ ଶୀଘ୍ର ପୂରଣ ହୁଏ, ଯାହା ଅତ୍ୟଧିକ ଖାଇବାକୁ ରୋକିଥାଏ । ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ।
୫. ଅଣ୍ଡାରେ କୋଲେଷ୍ଟ୍ରଲ୍ ଥାଏ କିନ୍ତୁ ଗବେଷଣାରୁ ଜଣାପଡିଛି ଯେ, ଏହା ଲୋକଙ୍କ ପାଇଁ ହୃଦରୋଗ ସୃଷ୍ଟି କରେ ନାହିଁ । ତେଣୁ ଏହାକୁ ସୀମିତ ପରିମାଣରେ ଖାଇବା ସୁରକ୍ଷିତ।
୬. ଅଣ୍ଡାରେ ଭିଟାମିନ୍ ଡି ମଧ୍ୟ ଥାଏ, ଯାହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ।
୭. ଅଣ୍ଡାରେ କୋଲାଇନ୍ ନାମକ ଏକ ତତ୍ତ୍ୱ ଥାଏ, ଯାହା ମସ୍ତିଷ୍କକୁ ଉନ୍ନତ କରିଥାଏ ଏବଂ ସ୍ମୃତିଶକ୍ତି ବୃଦ୍ଧି କରିଥାଏ।
ଶରୀରକୁ ଗରମ କରିଥାଏ ଅଣ୍ଡା?
ବିଶେଷଜ୍ଞମାନେ କୁହନ୍ତି ଯେ, ଅଣ୍ଡା ଏକ ଗରମ ପ୍ରକୃତିର ଖାଦ୍ୟ। ଏହାକୁ ଖାଇବା ପରେ ଆପଣ ଶରୀରରେ ଟିକେ ଉଷ୍ମତା ଅନୁଭବ କରିପାରନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା କ୍ଷତିକାରକ। ଅଣ୍ଡା ପ୍ରୋଟିନ, ଭିଟାମିନ ବି୧୨, ଆୟରନ୍ ଏବଂ ହେଲ୍ଦି ଫ୍ୟାଟ୍ ଏକ ଉତ୍କୃଷ୍ଟ ଉତ୍ସ। ଯଦି ଆପଣ ଏହାକୁ ସୀମିତ ପରିମାଣରେ ଖାଆନ୍ତି, ତେବେ ଏହା ଗ୍ରୀଷ୍ମ ଋତୁରେ ମଧ୍ୟ ଲାଭଦାୟକ।
ଗ୍ରୀଷ୍ମ ଋତୁରେ ଅଣ୍ଡା କିପରି ଖାଇବେ-
ଖରା ଦିନେ ସିଝା ଅଣ୍ଡା ଖାଆନ୍ତୁ । ତେଲିଆ ଆମଲେଟ୍ କିମ୍ବା ଅଣ୍ଡା ତରକାରୀ ପରିହାର କରନ୍ତୁ। ସକାଳର ଜଳଖିଆରେ ଅଣ୍ଡା ଖାଆନ୍ତି ଏବଂ ଅପରାହ୍ନର ଅଣ୍ଡା ଖାଇବାରୁ ଦୂରେଇ ରୁହନ୍ତୁ। ଶରୀରର ତାପମାତ୍ରା ସନ୍ତୁଳିତ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ। ଅଣ୍ଡାଗୁଡ଼ିକୁ ଶୀଘ୍ର ନଷ୍ଟ ନହେବା ପାଇଁ ଫ୍ରିଜରେ ରଖନ୍ତୁ।
ଗ୍ରୀଷ୍ମ ଋତୁରେ କିଏ ଅଣ୍ଡା ଖାଇବା ଉଚିତ୍ ନୁହେଁ?
ଯେଉଁ ଲୋକମାନେ ପ୍ରାୟତଃ ଗରମ ଅନୁଭବ କରନ୍ତି କିମ୍ବା ଶରୀରରେ ପିତ୍ତ ସମସ୍ୟା ଥାଏ ସେମାନେ ଅଣ୍ଡାଠାରୁ ଦୂରେଇ ରହିବା ଉଚିତ୍ । ଡିହାଇଡ୍ରେସନ୍ କିମ୍ବା ଏସିଡିଟିର ସମସ୍ୟା ଥିଲେ ମଧ୍ୟ ଅଣ୍ଡା ଖାଆନ୍ତୁ ନାହିଁ । କେବଳ ସୀମିତ ପରିମାଣରେ ପିଲା ଏବଂ ବୟସ୍କ ଲୋକେ ଅଣ୍ଡା ଖାଇବା ଉଚିତ୍ ।