ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ଡାର୍କ ଚକୋଲେଟ୍‌, ଜାଣନ୍ତୁ...

Published By : Harapriya Sethi | April 21, 2025 2:54 PM

ଆପଣଙ୍କ ମଧ୍ୟରେ ଏମିତି ଅନେକ ଲୋକ ଥିବେ, ଯେଉଁମାନେ ଖାଦ୍ୟ ଖାଇବା ପରେ କିଛି ମିଠା ଖାଇବାକୁ ଇଚ୍ଛା କରନ୍ତି । ମିଠା ଖାଇବାର ଇଚ୍ଛାକୁ ପୂରଣ କରିବା ପାଇଁ ବଜାରର ମିଠା କିମ୍ବା ଚିନିରେ ତିଆରି ଜିନିଷ ଖାଇଥାନ୍ତି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଯଦି ମିଠା ପ୍ରତି ଲୋଭ ଦୂର କରିବା ପାଇଁ ଡାର୍କ ଚକୋଲେଟ୍‌ ଟିକିଏ ଖିଆଯାଏ, ତେବେ ଏହା କେବଳ ମିଠା ପ୍ରତି ଲୋଭକୁ ହ୍ରାସ କରେ ନାହିଁ ବରଂ ଏହାର ଅନେକ ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ରହିଛି। ଆସନ୍ତୁ ଜଣିବା ଯେ, ଡାର୍କ ଚକୋଲେଟ୍ ଖାଇବାର କ’ଣ ଲାଭ ରହିଛି...

ଖାଦ୍ୟ ଖାଇବା ପରେ ଗୋଟିଏ ଛୋଟ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହା ଇନସୁଲିନ୍ସ ମ୍ବେଦନଶୀଳତାକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଏଥିରେ ଥିବା କୋକୋ ପଲିଫେନୋଲ୍ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ। ଡାର୍କ ଚକୋଲେଟ୍‌ରେ ଥିବା ଫ୍ଲାଭୋନଏଡ୍ସ ହେଉଛି ଏକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ, ଯାହା ହୃତ୍‌ପିଣ୍ଡର ସ୍ୱାସ୍ଥ୍ୟକୁ ଉନ୍ନତ କରେ । ଏହା ସହିତ ରକ୍ତଚାପକୁ ମଦ୍ୟ ନିୟନ୍ତ୍ରଣ କରିଥାଏ ।  ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ଏବଂ ଭଲ କୋଲେଷ୍ଟ୍ରଲକୁ ବୃଦ୍ଧି କରିବାରେ ମଧ୍ୟ ଏହି ଫ୍ଲାଭୋନଏଡ୍ସର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ମାନସିକ ଚାପ ଦୂର ହୁଏ । ଏଥିରେ ସେରୋଟୋନିନ୍ ଏବଂ ଏଣ୍ଡୋର୍ଫିନ୍ ଭଳି ରାସାୟନିକ ପଦାର୍ଥ ମଧ୍ୟ ରହିଛି । ଯାହା ମାନସିକ ଚାପ ଏବଂ ଚିନ୍ତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ମ୍ୟାଗ୍ନେସିୟମ୍ ମଧ୍ୟ ରହିଥାଏ, ଯାହା ନିଦର ଗୁଣବତ୍ତାକୁ ଉନ୍ନତ କରିଥାଏ। ଅର୍ଥାତ ଯଦି ଆପଣ ନିଦ୍ରା ହୀନତା ବା ଶୋଇବାରେ ସମସ୍ୟା ଭୋଗୁଛନ୍ତି, ତେବେ ଛୋଟିଆ ଖଣ୍ଡେ ଚକୋଲେଟ୍‌ ଖାଇ ଆପଣ ଏଥିରୁ ମୁକ୍ତି ପାଇପାରିବେ ।

ଡାର୍କ ଚକୋଲେଟରେ ଭଲ ବ୍ୟାକ୍ଟେରିଆ ରହିଥାଏ । ଯାହା ଆପଣଙ୍କ ପାଚନ କ୍ରିୟାକୁ ଉନ୍ନତ କରିଥାଏ । ଡାର୍କ ଚକୋଲେଟର ଏକ ଛୋଟ ଖଣ୍ଡ ଖାଇବା ଦ୍ୱାରା ଏସିଡିଟି ଏବଂ ବଦହଜମୀ ସମସ୍ୟା ମଧ୍ୟ ଦୂର ହୁଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣ ମିଠା ବଦଳରେ ଡାର୍କ ଚକୋଲେଟ୍ ଖାଇପାରିବେ। ଏଥିରେ କ୍ୟାଲୋରି କମ୍ ଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଭୋକ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଖାଦ୍ୟ ପରେ ମିଠା ଖାଇବାର ଇଚ୍ଛା କମ୍‌ କରିବା ପାଇଁ, ଆପଣ ଡାର୍କ ଚକୋଲେଟକୁ ଏକ ସୁସ୍ଥ ବିକଳ୍ପ ଭାବରେ ଗ୍ରହଣ କରିପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.