ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଗୁଳୁଗୁଳିରୁ ମିଳିବ ତ୍ରାହି; ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି

Published By : Bijay Swain | May 16, 2025 5:58 PM

ଭୂବନେଶ୍ୱର: ଅସହ୍ୟ ଗୁଳୁଗୁଳିରୁ ମିଳିବ ତ୍ରାହି। ଆସନ୍ତା ଦୁଇ ତିନି ଘଣ୍ଟା ଭିତରେ ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ପବନ ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଆଗାମୀ ଦୁଇରୁ ତିନି ଘଣ୍ଟା ମଧ୍ୟରେ କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ ବୌଦ୍ଧର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି। ପବନ ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିପାରେ। ତେବେ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। 

ଏହାର ପ୍ରଭାବରେ ଦୁର୍ବଳ ନିର୍ମାଣ, ପନିପରିବା ଚାଷ ଆଦି ବିଶେଷ ଭାବେ ପ୍ରଭାବିତ ହୋଇପାରେ। ଠିଆ ଫସଲ ମଧ୍ୟ କେତେକାଂଶରେ କ୍ଷତିଗ୍ରସ୍ତ ହୋଇପାରେ। ପରିସ୍ଥିତି ଖରାପ ହେବାକୁ ନେଇ ଲୋକଙ୍କୁ ପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁସାରେ ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। 

ତେବେ ରାଜ୍ୟରେ ବର୍ତ୍ତମାନ ଗରମ ଓ ଗୁଳୁଗୁଳି ଜାରି ରହିଛି। କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ପବନ ହେବାର ସମ୍ଭାବନା ଥିବାରୁ ଗରମ ଓ ଗୁଳିଗୁଳିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.