ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି

Published By : Harapriya Sethi | May 9, 2025 10:31 AM

ଭୁବନେଶ୍ୱର, ୦୯/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଉଥିବାରୁ ଦେଶର ବିଭିନ୍ନ ରାଜ୍ୟର ଏୟାରପୋର୍ଟକୁ ହାଇଆଲର୍ଟ ଜାରି କରାଯାଇଛି । ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ହାଇ ଆଲର୍ଟ ଜାରି କରାଯାଇଛି । ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିସହ ସୁରକ୍ଷା କର୍ମୀମାନେ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରିଚୟ ପତ୍ରକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରୁଛନ୍ତି।

ଭାରତର ଅପରେସନ୍ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି । ଶତ୍ରୁରାଷ୍ଟ୍ର ପାକିସ୍ତାନ ଦ୍ୱାରା  ବିଭିନ୍ନ ଏୟାରପୋର୍ଟକୁ ଟାର୍ଗେଟ କରାଯାଉଛି। ଗତକାଲି ଜମ୍ମୁର ଏକାଧିକ ସ୍ଥାନକୁ ଟାର୍ଗେଟ କରି ପାକିସ୍ତାନ ରକେଟ ମାଡ଼ କରିଥିଲା । ଏହାପରେ ଜମ୍ମୁ ଏୟାରପୋର୍ଟରେ ସାଇରନ୍ ବାଜିବା ସହ ଜମ୍ମୁକୁ ବ୍ଲାକ ଆଉଟ୍ କରିଦିଆଯାଇଥିଲା । ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.