ଆଠମଲ୍ଲିକ ୨୭/୦୭: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅନ୍ୟତମ ବ୍ୟବସାୟିକ କେନ୍ଦ୍ର କିଆକଟା ଛକରେ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ହାଇମାଷ୍ଟ ଲାଇଟ୍ ଗତ ୩ ମାସରୁ ଉର୍ଦ୍ଧ୍ବ ସମୟ ହେବ ଅଚଳ ହୋଇ ପଡ଼ିଛି । ଲାଇଟ୍ ଟି ଅଚଳ ହୋଇ ଯାଇଥିଲେ ହେଁ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଲାଇଟ୍ କୁ ସଜାଯାଇ ନାହିଁ । ଆଠମଲ୍ଲିକ ବ୍ଲକର କିଆକଟା ଛକଟି ରାଞ୍ଚି- ବିଜୟାୱାଡା ଜାତୀୟ ରାଜପଥ ଉପରେ ଅବସ୍ଥିତ। ଆଠମଲ୍ଲିକ, ରେଢ଼ାଖୋଲ ଓ ବୌଦ୍ଧ ଅଞ୍ଚଳର ଲୋକ ମାନଙ୍କର ଏହି ଛକରେ ସମାଗମ ହୋଇଥାଏ । ଲୋକଙ୍କ ସମାଗମକୁ ଦେଖି ଆଠମଲ୍ଲିକର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ ତାଙ୍କ ହାତ ପାଣ୍ଠି ରୁ ୩ ଲକ୍ଷ ଟଙ୍କା ପ୍ରଦାନ କରି କିଆକଟା ଛକ ରେ ହାଇମାଷ୍ଟ ଲାଇଟ୍ ଲଗାଇ ଉଜ୍ଜଳ ଆଲୋକି କରଣର ବ୍ୟବସ୍ଥା କରାଇଥିଲେ। ଗତ ୨୦୨୦ ମସିହା ନଭେମ୍ବର ମାସ ୨୨ ତାରିଖରେ ଉକ୍ତ ହାଇମାଷ୍ଟ ଲାଇଟର ଶୁଭ ଉଦଘାଟନ କରିଥିଲେ । ତେବେ ଗତ ୩ ମାସ ହେବ ଉକ୍ତ ହାଇମାଷ୍ଟ ଲାଇଟ୍ ଅଚଳ ହୋଇ ପଡ଼ିଛି । ସନ୍ଧ୍ୟା ସମୟରେ ଛକଟି ଅନ୍ଧାରୁଆ ରହୁଥିବାରୁ ଯାତ୍ରୀ ମାନେ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ ବାସୀଙ୍କ ପକ୍ଷରୁ ଲାଇଟ୍ ସଜାଜିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ ପ୍ରଶାସନ ଏ ପର୍ଯ୍ୟନ୍ତ ହାଇମାଷ୍ଟ ଲାଇଟ୍ କୁ ସଜାଯାଇ ନାହିଁ । ଘଟଣା ସମ୍ପର୍କରେ ଆଠମଲ୍ଲିକ ବିଡ଼ିଓ ଟିଟସ୍ ମହାନନ୍ଦିଆଙ୍କୁ ଯୋଗାଯୋଗ କରାଯାଇ ଥିଲେ ହେଁ ମତାମତ ମିଳି ପାରି ନାହିଁ।

ଖୁବଶୀଘ୍ର ବିଜେପି ରାଜ୍ୟ କମିଟି: ୧୦ ଉପସଭାପତି, ୪ ସା...