ପ୍ରମୂଖ ଖବର
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ହିମାଚଳ ପ୍ରଦେଶରେ ବନ୍ଦ ହେଲାଣି ୧୨୦୦ ସ୍କୁଲ୍‌, ସ୍ବୀକାର କଲେ ରାଜ୍ୟର ଶିକ୍ଷା ମନ୍ତ୍ରୀ

Published By : Tapas Panda | May 16, 2025 11:19 PM

Image Courtesy: eduadvice

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ହିମାଚଳ ପ୍ରଦେଶରେ ସ୍କୁଲରେ ପଡ଼ୁଛି ତାଲା । ଗୋଟିଏ କି ଦୁଇଟି ନୁହେଁ, ୧୨୦୦ ବିଦ୍ୟାଳୟ ବନ୍ଦ ହୋଇଗଲାଣି । ଅଢ଼େଇ ବର୍ଷ ମଧ୍ୟରେ ୧୨ ଶହ ସ୍କୁଲରେ ତାଲା ପଡ଼ିଛି ବୋଲି ଖୋଦ ରାଜ୍ୟର ଶିକ୍ଷା ମନ୍ତ୍ରୀ ରୋହିତ ଠାକୁର ସ୍ବୀକାର କରିଛନ୍ତି । ସେ କହିଛନ୍ତି, ୪୫୦ ବିଦ୍ୟାଳରେ ଗୋଟିଏ ବି ପିଲା ନାମ ଲେଖାଇ ନାହାନ୍ତି ।  ଅନ୍ୟ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ଖୁବ କମ୍‌ ରହିଛି । ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ଏବଂ ଆବଶ୍ୟକ ହେଲେ ବିଦ୍ୟାଳୟଗୁଡ଼ିକର ମିଶ୍ରଣ ଏବଂ ପୁନର୍ଗଠନ ଉପରେ ବିଚାର କରାଯାଉଛି ।

ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୫ରୁ କମ୍ ପିଲାଙ୍କ ନାମଲେଖା ହେଲେ ବିଦ୍ୟାଳୟଗୁଡ଼ିକୁ ମିଶ୍ରଣ କରିବା ପାଇଁ ଏକ ପାରାମିଟର ସ୍ଥିର କରାଯାଇଛି । ସେ ଆହୁରି କହିଛନ୍ତି ଯେ, ସରକାର କର୍ମଚାରୀଙ୍କ ଦୀର୍ଘଦିନର ଦାବି ପୂରଣ କରିଛନ୍ତି। ସରକାର ଖାଲି ପଦବୀ ପୂରଣ ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି । ଏଥିପାଇଁ ୧୫୦୦୦ ଶିକ୍ଷକ ପଦବୀ ପୂରଣ ଲାଗି ସରକାର ଅନୁମତି ଦେଇଛନ୍ତି ।  ସେଥିମଧ୍ୟରୁ ପ୍ରାଥମିକ ଶିକ୍ଷା ବିଭାଗରେ ୩୯୦୦ ପଦବୀ ଅନ୍ତର୍ଭୁକ୍ତ । 

ସେହିଭଳି ୩୧୦୦ ଅତିରିକ୍ତ ଶିକ୍ଷକ ପଦବୀ ଶୀଘ୍ର ପୂରଣ କରାଯିବ ବୋଲି ରୋହିତ ଠାକୁର କହିଛନ୍ତି । ଏହା ବ୍ୟତୀତ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବ ସରକାର ସମୟରେ ବନ୍ଦ ହୋଇଥିବା ନିଯୁକ୍ତି ବର୍ତ୍ତମାନର ସରକାର ପୂରଣ କରୁଛନ୍ତି । ପ୍ରାକ୍-ପ୍ରାଥମିକକୁ ସୁଦୃଢ଼ କରିବା ପାଇଁ ୬୨୦୦ ନର୍ସରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଛି । ଉଚ୍ଚଶିକ୍ଷା ବିଭାଗରେ ୪୮୩ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.