ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ରବିବାର ଖୋଲିବ ହୀରାକୁଦ ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ

Published By : Prameya | July 6, 2025 8:53 AM

ସମ୍ବଲପୁର, ୦୬/୦୭: ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ  ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଏଥର ଆଗୁଆ ମୌସୁମୀ ସହ ପ୍ରବଳ ବର୍ଷା ପାଇଁ ଗତବର୍ଷଠାରୁ ଢେର ଆଗୁଆ ବନ୍ୟା ଜଳ  ନିଷ୍କାସନ କରାଯିବାକୁ ନିଷ୍ପତ୍ତି ହୋଇଛି । ଯେପରି କୌଣସି ସମସ୍ୟା ନ ହୁଏ ସେଥିଲାଗି ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ  ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ  ପହଞ୍ଚିଛି ।  

ହୀରାକୁଦ ବନ୍ଧ ନିୟନ୍ତ୍ରଣ  କକ୍ଷ ସୂଚନା ଅନୁସାରେ, ଚଳିତବର୍ଷ ଆଗୁଆ ମୌସୁମୀ ଓ ଲଗାତାର ଲଘୁଚାପ  ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଛି । ହୀରାକୁଦ ଉପର ମୁଣ୍ଡରେ ସପ୍ତାହେ ହେଲା ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇଛି । ଜଳଭଣ୍ଡାର ଜଳସ୍ତର ୬୦୮ ଫୁଟ୍‌ ଅତିକ୍ରମ କରିଛି । ଶନିବାର  ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୦୮.୬ ଫୁଟ୍‌ ରହିଛି । ପ୍ରତି ସେକେଣ୍ଡରେ  ୧ ଲକ୍ଷ ୨୨ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ପାୱାର କେନାଲ୍‌ରେ  ସର୍ବାଧିକ ୩୪,୪୯୧ କ୍ୟୁସେକ୍‌ ସହ ମୋଟ ୩୭,୭୯୩ କ୍ୟୁସେକ୍‌ ଜଳ  ନିଷ୍କାସନ ହେଉଛି । ରବିବାର ସକାଳେ ଜଳସ୍ତର ବୃଦ୍ଧି ପାଇ ୬୧୦ ଫୁଟ୍‌ ଛୁଇଁବା ସମ୍ଭାବନା ରହିଛି ।  ତେଣୁ ପ୍ରାଥମିକ ଭାବେ ୬ରୁ ୮ଟି ଗେଟ୍‌  ଖୋଲିବାର ଯୋଜନା ରହିଛି । ଗଚ୍ଛିତ ଜଳ  ପରିମାଣ, ଜଳପ୍ରବାହ ଏବଂ ପାଣିପାଗ  ବିଭାଗର ଆକଳନକୁ ଦେଖି କେତୋଟି  ଗେଟ୍‌ ଖୋଲାଯିବ ସେ ନେଇ ଚୂଡ଼ାନ୍ତ  ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟଯନ୍ତ୍ରୀ ଇଂ. ସୁଶୀଲ କୁମାର ବେହେରା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.