ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ହକି ଇଣ୍ଡିଆ ଲିଗ୍: ଆଜି ଟାଇଗର୍ସ-ତୁଫାନ୍ସ ମଧ୍ୟରେ ଟାଇଟଲ୍ ଟକ୍କର, ରଙ୍ଗାରଙ୍ଗ ହେବ ଉଦ୍‌ଯାପନୀ ଉତ୍ସବ

Published By : Prameya | February 1, 2025 9:09 AM

ରାଉରକେଲା,୦୧/୦୨ (କୁମାର ବିମଳ): ବିଶ୍ୱର ବୃହତ ବିର୍ସା  ମୁଣ୍ଡା ହକି ଷ୍ଟାଡିୟମରେ ଅବିଶ୍ୱସନୀୟ ପ୍ରଦର୍ଶନ ସହ ଶୁକ୍ରବାର ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ଏଚ୍‌ଆଇଏଲର  ଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ହେଉ  ହେଉ ୧୩ ହଜାରରୁ ଊଦ୍ଧ୍ୱର୍ ଦର୍ଶକଙ୍କ ଉପସ୍ଥିତି  ଷ୍ଟାଡିୟମର ପରିବେଶକୁ ବେଶ ସରଗରମ  କରିଥିଲା । ପ୍ରଥମ ସେମିରେ ବେଙ୍ଗଲ ଟାଇଗର୍ସ  ୨-୨ (୬-୫)ରେ ତାମିଲନାଡୁ ଡ୍ରାଗନ୍ସକୁ ଏବଂ  ଦ୍ୱିତୀୟ ସେମିରେ ହାଇଦ୍ରାବାଦ ତୁଫାନ୍ସ ୩-୧ରେ  ସୁରମା ହକି କ୍ଲବକୁ ପରାଜିତ କରିଥିଲା । ଆଜି ରାତି ୮ଟା ୧୫ ମିନିଟରୁ ଫାଇନାଲ ଲଢ଼େଇ  ଆରମ୍ଭ ହେବ । ଏହାପୂର୍ବରୁ କିଛି ସମୟ ରଙ୍ଗାରଙ୍ଗ ସାଂସ୍କୃତିକ  କାର୍ଯ୍ୟକ୍ରମ ରହିଛି । ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ  କାର୍ଯ୍ୟକ୍ରମରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଫାଇନାଲରେ ମୁଖ୍ୟ ଅତିଥି ରହିଛନ୍ତି । ସେ   ଅପରାହ୍ଣରେ ରାଉରକେଲାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । 

ରାଉରକେଲାରେ HIL ଫାଇନାଲ ଦେଖିବେ ମୁଖ୍ୟମନ୍ତ୍ରୀ, ଉଦ୍‌ଯାପନୀ ଉତ୍ସବରେ ସାରା ଅଲି ମୁଖ୍ୟ ଆକର୍ଷଣ

ବିର୍ସା ମୁଣ୍ଡା ଷ୍ଟାଡିୟମରେ ତୁଫାନ 

ହାଇଦ୍ରାବାଦ ତୁଫାନ୍ସ ଶୁକ୍ରବାର ଚମତ୍କାର ପ୍ରଦର୍ଶନ କରି  ଦର୍ଶକଙ୍କ ହୃଦୟ ଜିତିଥିଲା । ଆକର୍ଷଣୀୟ ପ୍ରଦର୍ଶନ କରି  ଦଳ ଗୋଲ ପରେ ଗୋଲ ଦେଇଥିଲା । ପ୍ରଥମ କ୍ୱାର୍ଟର  ସଂଘର୍ଷପୂର୍ଣ୍ଣ ହେବାରୁ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟ  କ୍ୱାର୍ଟରରେ ଓଡ଼ିଆ ଖେଳାଳି ଅମନଦୀପ ଲାକ୍ରା ତୁଫାନ୍ସର  ଖାତା ଖୋଲିଥିଲେ । ୨୫ ମିନିଟରେ ଦଳକୁ ମିଳିଥିଲା ଏକ  ପେନାଲ୍ଟି କର୍ଣ୍ଣର । ଏହାକୁ ଗୋଲ ରୂପ ଦେବାରେ ଲାକ୍ରା  ଆଦୌ ହେଳା କରିନଥିଲେ । ତୃତୀୟ କ୍ୱାର୍ଟରରେ ପୁଣି  ତୁଫାନ୍ସକୁ ଆଉ ୨ଟି ଗୋଲ୍‌ (୩୫ ମିନିଟରେ ଜାକବ  ଆଣ୍ଡରସନ୍‌ ଓ ୪୩ ମିନିଟରେ ନୀଳକାନ୍ତ ଶର୍ମା) ମିଳିଥିଲା । 

ଶେଷ ପର୍ଯ୍ୟନ୍ତ ବହୁ ପ୍ରୟାସ କରି ସୁରମା ଗୋଲ ଖାତା  ଖୋଲିବାରେ ସଫଳ ହୋଇଥିଲା । ଶେଷ ମୁହୂର୍ତ୍ତରେ (୬୦  ମିନିଟ) ଦଳକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର । ଜେରେମି ହେୱାର୍ଡ  ଏହି ଗୋଲ ଦେଇଥିଲେ । ଶେଷରେ ୩-୧ ଗୋଲରେ  ଅଗ୍ରଣୀ ସହ ତୁଫାନ୍ସ ବିଜୟୀ ହୋଇ ଫାଇନାଲରେ ସ୍ଥାନ  ପକ୍କା କରିଥିଲା । 

ଟାଇଗର୍ସକୁ ଜିତାଇଲେ ଅଭିଷେକ

ରୁପିନ୍ଦର ପାଲ ସିଂଙ୍କ ନେତୃତ୍ୱାଧୀନ ବେଙ୍ଗଲ  ଟାଇଗର୍ସ ଏବଂ ଅମିତ ରୋହିଦାସଙ୍କ ନେତୃତ୍ୱାଧୀନ  ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ପ୍ରଥମ ସେମି ଫାଇନାଲ  ମ୍ୟାଚ୍‌ ବେଶ ଚିତାକର୍ଷକ ହୋଇଥିଲା । ନିର୍ଦ୍ଧାରିତ ସମୟ  ଖେଳ ୨-୨ ଗୋଲରେ ଅମୀମାଂସିତ ରହିଥିଲା । ଡ୍ରାଗନ୍ସ ପକ୍ଷରୁ ୧୮ (ନାଥାନ ଏଫରାଉମସ) ଓ ୩୨ ମିନିଟରେ  (ସେଲଭମ କାର୍ଥି) ଏବଂ ଟାଇଗର୍ସ ପକ୍ଷରୁ  ୩୦ (ପ୍ରଦୀପ ସିଂ ସାନ୍ଧୁ) ଓ ୫୩ ମିନିଟରେ  (ସାମ ଲେନ) ଗୋଲ ସ୍କୋର ହୋଇଥିଲା । ଖେଳ ସୁଟ ଆଉଟକୁ ଯାଇଥିଲା । ସୁଟ  ଆଉଟ ମଧ୍ୟ ଅମୀମାଂସିତ (୨-୨) ରହିବା ପରେ  ସଡନଡେଥରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଡ୍ରାଗନ୍ସର ଉତ୍ତମ ସିଂ ଚତୁର୍ଥ ପ୍ରୟାସ ମିସ୍‌ କରିବା ପରେ ଅଭିଷେକ  ଗୋଲ ଦେଇ ଟାଇଗର୍ସକୁ ୨-୨ (୬-୫)ରେ ଜିତାଇଥିଲେ । ସଡନଡେଥରେ ପରାଜିତ ହୋଇ ଡ୍ରାଗନ୍ସର ଟାଇଟଲ  ସ୍ୱପ୍ନ ଧୂଳିସାତ ହୋଇଥିଲା । ଶନିବାର ଦଳ ତୃତୀୟ ସ୍ଥାନ  ପାଇଁ ସୁରମା ହକି କ୍ଲବକୁ ଭେଟିବ । ଏହି ମ୍ୟାଚ୍‌ ସନ୍ଧ୍ୟା ୫ଟା ୪୫ ମିନିଟରୁ ଆରମ୍ଭ ହେବ । 

ଅସନ୍ତୋଷ ପ୍ରକାଶ କଲେ ଅମିତ

ସୁଟ ଆଉଟରେ ଟିଭି ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ  ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ଡ୍ରାଗନ୍ସର ଅଧିନାୟକ  ଅମିତ ରୋହିଦାସ । ସେ କହିଛନ୍ତି, ‘ଟିଭି ଅମ୍ପାୟାରଙ୍କ  ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଆମକୁ ପରାଜିତ ହେବାକୁ  ପଡ଼ିଲା । ନଚେତ ଫଳାଫଳ ଆମ ସପକ୍ଷରେ ଯାଇଥାନ୍ତା।’ 

ଭାରତ... ଭାରତ ଧ୍ୱନିରେ ଷ୍ଟାଡିୟମ କମ୍ପିଲା

 ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବା  ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି  ସମୟରେ ପଡ଼ିଆ ଚାରି ପାଶ୍ୱର୍ରେ ଲାଗିଥିବା ଡିଜିଟାଲ  ଡିସପ୍ଲେରେ ଭାରତ ଓ ଇଣ୍ଡିଆ ଲେଖାଯାଇଥିଲା ।  ଏହାକୁ ଦେଖି ଦର୍ଶକ ଉତ୍ସାହିତ ହୋଇଥିଲେ ।  ଜାତୀୟ ସଙ୍ଗୀତ ଗାନ ଶେଷ ହେବା ପରେ ଭାରତ...  ଭାରତ ଧ୍ୱନିରେ ଷ୍ଟାଡିୟମ କମ୍ପି ଉଠିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.