ଭୁବନେଶ୍ୱର,୦୨/୦୩: ଭି-ମାର୍ଟ ଆଣିଛି ହୋଲି କଲେକ୍ସନ । ଜେନ୍-ଜି, ଆଧୁନିକ ପରିବାର ଏବଂ ଷ୍ଟାଇଲ୍ରେ ରୁଚି ରଖୁଥିବା ପିଲାମାନଙ୍କ ପାଇଁ ଏ କଲେକ୍ସନ ବିଶ୍ୱସ୍ତରୀୟ ରନ୍ଓ୍ବେ -ପ୍ରେରିତ ସୌନ୍ଦର୍ଯ୍ୟ ସହ ଆରାମଦାୟକ ମଧ୍ୟ । ଦୈନନ୍ଦିନ ବ୍ୟବହାର ସହିତ ଉତ୍ସବ ଆଦି ପ୍ରତ୍ୟେକ ଅବସର ପାଇଁ ଏ କଲେକ୍ସନ ଉଦ୍ଦିଷ୍ଟ ।
ମହିଳାଙ୍କ ପାଇଁ ସଲ୍ଓ୍ବାର ସୁଟ୍ ସେଟ୍, ଫେଷ୍ଟିଭ୍-ରେଡି ଡ୍ରେସ, ପଲାଜୋ ଏବଂ ଇଣ୍ଡୋ-ୱେଷ୍ଟର୍ଣ୍ଣ ଫ୍ୟୁଜନ୍ ପିସ୍ର ବ୍ୟାପକ ସମ୍ଭାର ରହିଛି । ପାରିବାରିକ କାର୍ଯ୍ୟକ୍ରମ, ଉତ୍ସବ ଏବଂ କ୍ୟାଜୁଆଲ ଲୁକ୍ ପାଇଁ ଏସବୁ ଉପଯୁକ୍ତ । ପୁରୁଷଙ୍କ କଲେକ୍ସନରେ ରହିଛି ସ୍ମାର୍ଟ କାଜୁଆଲ ସାର୍ଟ, ଆରାମଦାୟକ ଡେନିମ୍, ୟୁଟିଲିଟି ଟ୍ରାଉଜର ଏବଂ ସମର୍-ରେଡି ବଟମ୍ ଇତ୍ୟାଦି । ପିଲାମାନଙ୍କ କଲେକ୍ସନରେ ରହିଛି କୌତୁକିଆ ପ୍ରିଣ୍ଟ ଏବଂ ଅତ୍ୟନ୍ତ ଆକର୍ଷଣୀୟ ରଙ୍ଗଯୁକ୍ତ ସମ୍ଭାର ।
ଏଥର ବଟମ୍ ୱେର୍କୁ ଅଧିକ ଫୋକସ୍ କରାଯାଇଛି । ଆରାମଦାୟକ ତଥା ଚଉଡ଼ା ଗୋଡ଼ଯୁକ୍ତ ଡେନିମ୍, କାର୍ଗୋ ପ୍ୟାଣ୍ଟ, ୟୁଟିଲିଟି ଟ୍ରାଉଜର, ଫ୍ଲୋଇ ପଲାଜୋ, କୋରିଆନ୍ ପ୍ୟାଣ୍ଟ, ଜଗର୍ସ ଏବଂ ସର୍ଟସର ବ୍ୟାପକ ସମ୍ଭାର ରହିଛି । ୨୫,୦୦୦ରୁ ଊଦ୍ଧ୍ୱର୍ ଟପ୍, ଟିଜ୍, ସାର୍ଟ, ଡ୍ରେସ ଆଦି ରହିଛି । ଫ୍ୟାଶନ୍ ମାତ୍ର ୯୯ ଟଙ୍କାରୁ ଆରମ୍ଭ । ଗ୍ରାହକ ସ୍ୱତନ୍ତ୍ର ହୋଲି ଅଫର ମଧ୍ୟ ପାଇବେ । ୧୧୯୯ ଟଙ୍କାର ସପିଂ କରି ଗ୍ରାହକ ମାତ୍ର ୧୪୯ ଟଙ୍କା ଦେଇ ୬୯୯ ଟଙ୍କାର ଏକ ୫ ଲିଟର ସିଲିଓ ଇନ୍ସୁଲେଟେଡ୍ ୱାଟର ଜଗ୍ ପାଇପାରିବେ କିମ୍ବା ୯୯୯ ଟଙ୍କାର ଏକ ଆଇରନ୍ ପାଇପାରିବେ । ୩୯୯୯ ଟଙ୍କାର ସପିଂ କରି ଗ୍ରାହକ ୧୪୯ ଟଙ୍କା ଦେଇ ଏକ ୧୫୦୦ ଟଙ୍କାର ପ୍ରେସର କୁକର ପାଇପାରିବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି ।