ଭୁବନେଶ୍ୱର,୧୮/୦୧: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ  ଲିମିଟେଡ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ  ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ  ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ  ଏହାର ଉତ୍ପାଦ ଗୁଡିକୁ ପ୍ରଦର୍ଶିତ କରାଇଛି ।  

ଚଳିତ ମାସ ୧୭ରୁ ୨୨ ଯାଏ ଅନୁଷ୍ଠିତ ଏହି  ଏକ୍ସପୋରେ କମ୍ପାନି ଏହାର ଅଭିନବ ଏବଂ  ଅତ୍ୟାଧୁନିକ ଟେକ୍ନୋଲୋଜି ଆଧାରିତ ଉତ୍ପାଦ ଗୁଡିକୁ ପ୍ରଦର୍ଶନ କରାଯାଇଛି । ଉଦ୍ଭାବନ  ଏବଂ ପରିବେଶ ଉପଯୋଗୀ ଉତ୍ପାଦ ଯୋଗାଣ  ଦିଗରେ କମ୍ପାନିର ରହିଥିବା ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ।  

ହୋଣ୍ଡା ପାଭିଲିୟନରେ ନୂଆ ଆକ୍ଟିଭା ଇ ଏବଂ କ୍ୟୁସି  ୧ ଇଲେକ୍ଟ୍ରିକ ସ୍କୁଟରକୁ ପ୍ରଦର୍ଶନ  କରାଯାଇଛି । କମ୍ପାନି ପକ୍ଷରୁ ଏହାର  ବଜାର ଦର ସମ୍ପର୍କରେ ଘୋଷଣା  କରିଛି । ଏହି ୨ ଉତ୍ପାଦର ଏକ୍ସ ସୋରୁମ ବାଙ୍ଗାଲୋର ମୂଲ୍ୟ ଯଥାକ୍ରମେ  ୧.୧୭ ଲକ୍ଷ ଟଙ୍କା ଏବଂ ୯୦,୦୦୦ ଟଙ୍କା  ରହିଛି । ସେହିଭଳି କମ୍ପାନି ଇଭି ଲାଗି କେୟାର ପ୍ୟାକେଜ ଘୋଷଣା କରିଛି ।  ଏହି ଅବସରରେ ହୋଣ୍ଡା ମୋଟର  

ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର  ଏମ୍‌ଡି ତଥା ସିଇଓ ସୁତସୁମୁ ଓଟାନି  କହିଛନ୍ତି, ମୋବିଲିଟିର ଭବିଷ୍ୟତକୁ ପରିଭାଷିତ କରିବା ସହ ଗ୍ରାହକଙ୍କୁ ଅଭିନବ ଉତ୍ପାଦ ଯୋଗାଣ ଦିଗରେ ଧ୍ୟାନ ରହିଛି ।