ପ୍ରମୂଖ ଖବର
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ଆଜି ପୁଣି ପାଣି ଛାଡ଼ିବ ହୀରାକୁଦ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

୩୦ ଅଗଷ୍ଟରେ ମହାସଂଯୋଗ: ଏକାଠି ହେବେ ବୁଧ, ସୂର୍ଯ୍ୟ ଓ କେତୁ, ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ...

Published By : Harapriya Sethi | August 23, 2025 6:50 AM

ଗ୍ରହଙ୍କ ରାଜକୁମାର ବୁଧ ବର୍ତ୍ତମାନ କର୍କଟ ରାଶିରେ ବିରାଜମାନ ରହିଛନ୍ତି । ମାତ୍ର ୩୦ ଅଗଷ୍ଟରେ କର୍କଟ ରାଶିରୁ ସିଂହ ରାଶିରେ ଚଳନ କରିବେ । ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ସିଂହ ରାଶିରେ ପୂର୍ବରୁ ହିଁ ଗ୍ରହଙ୍କ ରାଜା ସୂର୍ଯ୍ୟ ଗ୍ରହ ଓ ଛାୟା ଗ୍ରହ କେତୁ ବିରାଜମାନ ରହିଛନ୍ତି । ଫଳରେ ସୂର୍ଯ୍ୟ, ବୁଧ ଓ କେତୁ ଏକାଠି ହେବା ପରେ ମହାସଂଯୋଗ ହେବ । ଏହି ସଂଯୋଗ କିଛି ରାଶିଙ୍କ ପାଇଁ ସୌଭାଗ୍ୟଶାଳୀ ହେବା ସହ ହଠାତ୍‌ ଏମାନଙ୍କ ଜୀବନରେ ଆସିବ ବଡ ସଫଳତା । ଜାଣନ୍ତୁ..

କର୍କଟ- ଖୁବ୍‌ ଶୁଭଫଳ ପ୍ରାପ୍ତି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ନୂଆ ବ୍ୟବସାୟ ଆରମ୍ଭ କରିବେ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ବ୍ୟବସାୟରେ ମଧ୍ୟ ଲାଭ ମିଳିବ । ବଡ ଯୋଜନା ସଫଳ ହେବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ ।

ବିଛା- ଏହି ସମୟ ବେଶ ଶୁଭଙ୍କର । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ହଠାତ୍‌ ଧନ ଲାଭ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । କର୍ମକ୍ଷେତ୍ର ସହ ବ୍ୟବସାୟରେ ଉନ୍ନତି ହେବ ।

ଧନୁ- ଏହି ରାଶିଙ୍କ ପାଇଁ ମଧ୍ୟ ବେଶ ଶୁଭ ସମୟ ରହିଛି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ଅଟକି ଥିବା କାମ ପୂରଣ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.