ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜୁଲାଇ ୨୪ ରାଶିଫଳ: ଘାତଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା...

ମେଷ : ଏକାଦଶ ଚନ୍ଦ୍ର ଯୋଗୁ ଆୟର ନୂତନ ମାର୍ଗ ଖୋଲିବ ଏବଂ ଧନସମ୍ପଦ ବୃଦ୍ଧି ପାଇବ । ବିଦେଶ ଯାତ୍ରାନୂତନ କର୍ମାରମ୍ଭ ଏବଂ ନୂତନ ବ୍ୟବସାୟ ପାଇଁ ସୁଯୋଗ ମିଳିପାରେ। ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ ଏବଂ ଧନର ସତ୍‌ ବିନିଯୋଗ କରିବେ । ବାଣିଜ୍ୟବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁ ମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଲାଲ୍‌ସଂଖ୍ୟା : ୬ଆରାଧନା : ପ୍ରଭୁହନୁମାନ ।

ବୃଷ : ଦଶମ ଚନ୍ଦବୁଧବାର ଏବଂ ସକାଳ ୭ଟା ୩୧ ମିନିଟ୍‌ ପରେ ଘାତ ତିଥି ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ରହିବ ଏବଂ ସମସ୍ତ କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ । ମନରେ ସତ୍‌ଚିନ୍ତାସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌ କର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଦେହ ମନ ସୁସ୍ଥ ରହିବ । ଯେଉଁ ମାନଙ୍କର କୃତ୍ତିକା ଓ ମୃଗଶିରା ବୃଷସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳାସଂଖ୍ୟା : ୮ଆରାଧନା : ମା’ ସମଲେଶ୍ୱରୀ ।

ମିଥୁନ : ଘାତଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦକ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନେତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ଉନ୍ନତି ମୂଳକ କର୍ମରେ ପ୍ରତିବନ୍ଧକ ଓ ଧାର୍ମିକ କର୍ମରେ ବିଘ୍ନ ଦେଖା ଦେବ । ଅପମାନଅପଯଶ ଓ ଅପନିନ୍ଦା ମିଳିବ ଏବଂ ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ । ବାଣିଜ୍ୟବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁ ମାନଙ୍କର ଆର୍ଦ୍ରା ମିଥୁନସେମାନେ ସତର୍କ ହେବେ । ଶୁଭରଙ୍ଗ: ସବୁଜସଂଖ୍ୟା : ୪ଆରାଧନା: ଭଗବାନ ବିଷ୍ଣୁ ।

କର୍କଟ : ଘାତବାର ଏବଂ ଅଷ୍ଟମ ଚନ୍ଦ୍ର ଯୋଗୁ ଚାଲିଚଳନବ୍ୟବହାରକଥାବାର୍ତ୍ତା ବିବାଦୀୟ ହେବ ଏବଂ ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତାର ପଶ୍ଚାତ୍‌ଧାବନ କରିବେ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଦ୍ୱିଗୁଣ ହେବ ଏବଂ କର୍ମରେ ବିଫଳତା ଓ ବହୁବିଧ ସମସ୍ୟା ଦେଖା ଦେବ । ଯେଉଁ ମାନଙ୍କର ଅଶ୍ଳେଷା କର୍କଟସେମାନେ ସତର୍କ ହେବେ । ଶୁଭରଙ୍ଗ: ସିଲ୍‌ଭରସଂଖ୍ୟା: ୧ଆରାଧନା : ଭଗବାନ ଶିବ ।

ସିଂହ : ସପ୍ତମ ଚନ୍ଦ୍ର ଯୋଗୁ ମୂଲ୍ୟବାନ ଧାତୁବସନ ଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ ଏବଂ ଆମୋଦ ପ୍ରମୋଦ ଓ ମଉଜ ମଜଲିସରେ ଅଧିକ ଧ୍ୟାନ ଦେବେ । ମନରେ ପ୍ରସନ୍ନତାଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିଚିତ ମହିଳାଙ୍କ ଠାରୁ ଧନ ପାଇବେ । ବାଣିଜ୍ୟବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହ କର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁ ମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଗୋଲାପୀସଂଖ୍ୟା : ୩ଆରାଧନା: ମା’ ମାଣିକେଶ୍ୱରୀ ।

କନ୍ୟା : ଷଷ୍ଠଚନ୍ଦ୍ରବୁଧବାର ଓ ଶତଭିଷା ନକ୍ଷତ୍ର ଯୋଗୁ ମନରେ ପ୍ରସନ୍ନତାଶରୀରରେ ସୁସ୍ଥତାପରିବାରରେ ମିତ୍ରତାସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ଆପଣାଇବେ । ରୋଗଋଣ ଶତ୍ରୁ ଏଥିରୁ ସାମୟିକ ମୁକ୍ତି ମିଳିବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ବାଣିଜ୍ୟବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ । ଯେଉଁ ମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରାକନ୍ୟାସେମାନେ ସତର୍କତା ଅବଲମ୍ବନ କରିବେ । ଶୁଭରଙ୍ଗ : କଫିସଂଖ୍ୟା : ୧୨ଆରାଧନା : ମା’ ଛିନ୍ନମସ୍ତା ।

ତୁଳା :  କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ରଘାତ ନକ୍ଷତ୍ର ଯୋଗୁମାନସମ୍ମାନ ହାନିମାନସିକ ଦୁଶ୍ଚିନ୍ତାପରିବାରରେ ମନୋମାଳିନ୍ୟ ଏବଂ ଇତର ଜନଠାରୁ ଅପମାନ ପାଇବେ । ସନ୍ତାନ ମାନଙ୍କର ଶିକ୍ଷାଦୀକ୍ଷାଚାଲିଚଳନବ୍ୟବହାରକଥାବାର୍ତ୍ତା ଓ କର୍ମକୁ ନେଇ ଚିନ୍ତିତ ହେବେ । ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଉପୁଜି ପାରେ । ବାଣିଜ୍ୟବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କର ଉପହାସର ପାତ୍ର ହେବେ । ଯେଉଁ ମାନଙ୍କର ସ୍ୱାତୀ ତୁଳାସେମାନେ ସତର୍କ ହେବେ । ଶୁଭରଙ୍ଗ : ନୀଳସଂଖ୍ୟା : ୪ଆରାଧନା : ପ୍ରଭୁ ଶ୍ରୀରାମ ।

ବିଛା :  ଚତୁର୍ଥ ଚନ୍ଦ୍ର ଯୋଗୁ ଧନସମ୍ପଦପ୍ରାଚୁର୍ଯ୍ୟପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ମୂଲ୍ୟବାନ ଧାତୁବସନଭୂଷଣଘରୋଇ ଉପକରଣଭୂମି ଓ ଯାନବାହନ କ୍ରୟ କରିବେ । ମାଲି ମକଦ୍ଦମାରେ ବିଜୟ ହାସଲ କରିବେ ଏବଂ ଅବସାଦ ମୁକ୍ତ ହେବେ । ବାଣିଜ୍ୟବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତାଉଚ୍ଚ ସମ୍ମାନ ଓ ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁ ମାନଙ୍କର ବିଶାଖା ଓ ଅନୁରାଧା ବିଛାସେମାନେ ଉପକୃତ ହେବେ । ଶୁଭରଙ୍ଗ : ହଳଦିଆସଂଖ୍ୟା : ୧୧ଆରାଧନା :  ମା’ ଚଣ୍ଡୀ ।

ଧନୁ: ମନରେ ଉତ୍ସାହଉଦ୍ଦୀପନାପରିବାରରେ ସୁଖଶାନ୍ତି ଏବଂ ସ୍ୱଜନପରିଜନବନ୍ଧୁବାନ୍ଧବସହକର୍ମୀସହଯୋଗୀ ଏବଂ ଭାଇଭଉଣୀଙ୍କ ସାହାଯ୍ୟସହଯୋଗ ପ୍ରାପ୍ତ କରିବେ । ବାଣିଜ୍ୟବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମ କୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁ ମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁସେମାନେ ଉପକୃତ ହେବେ । ଶୁଭରଙ୍ଗ : ଲାଲସଂଖ୍ୟା : ୫ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ ।

ମକର : କୃଷ୍ଣ ପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନକ୍ଷତିମାନସିକ ଅସ୍ଥିରତାପରିବାରରେ ମନୋମାଳିନ୍ୟ ଏବଂ ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ବାଣିଜ୍ୟବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁ ମାନଙ୍କର ଶ୍ରବଣା ମକରସେମାନେ ସତର୍କ ହେବେ । ଶୁଭରଙ୍ଗ : ବାଇଗଣୀସଂଖ୍ୟା : ୩ଆରାଧନା :  ମା’ ଦୁର୍ଗା ।

କୁମ୍ଭ : ଶ୍ରୀଚନ୍ଦ୍ରବୁଧବାର ଯୋଗୁ ଧନମାନସମ୍ମାନଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟସୁବସନ ପ୍ରାପ୍ତି ହେବ । ସ୍ୱଜନପରିଜନବନ୍ଧୁବାନ୍ଧବସହକର୍ମୀସହଯୋଗୀ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ନିବିଡ଼ ହେବ ଚାଲିଚଳନବ୍ୟବହାରକଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବେ । ବାଣିଜ୍ୟବ୍ୟବସାୟ ଓ ପରିବହନରେ ଆୟ ଯାହାହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ । କର୍ମରେ ପରିଶ୍ରମ ତୁଳନାରେ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁ ମାନଙ୍କର ଧନିଷ୍ଠା ଓ ପୂର୍ବ ଭାଦ୍ରକୁମ୍ଭସେମାନେ ଉପକୃତ ହେବେ । ଶୁଭରଙ୍ଗ : କଳାସଂଖ୍ୟା : ୧୧ଆରାଧନା :ମା’ କାଳୀ ।

ମୀନ : ଘାତଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚବଦ୍‌ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବ ଏବଂ ଖର୍ଚ୍ଚଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ । ବାଣିଜ୍ୟବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଦୁଇଗୁଣ ହେବ ଏବଂ କର୍ମରେ ବିଫଳତା ଓ ଅଯଥା ବିଳମ୍ବ ଦେଖାଦେବ । ଯେଉଁ ମାନଙ୍କର ରେବତୀ ମୀନସେମାନେ ସତର୍କ ହେବେ । ଶୁଭରଙ୍ଗ : ଗୋଲାପିସଂଖ୍ୟା : ୭ଆରାଧନା : ପ୍ରଭୁ ଗଜାନନ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.