ପ୍ରମୂଖ ଖବର
  • ‘ଭାରତ ଡେଡ୍ ଇକୋନୋମି ନୁହେଁ, ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା’
  • ||
  • ଏସ୍ଆଇଆର ଲାଗି ନିର୍ବାଚନ ଆୟୋଗଙ୍କୁ ୨ ବର୍ଷ ସମୟ ମାଗିଲେ ପଶ୍ଚିମବଙ୍ଗ ସରକାର
  • ||
  • ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଙ୍କବିଜାରେ ବାଣ୍ଟିବେ ସୁଭଦ୍ରା କିସ୍ତି ଟଙ୍କା
  • ||
  • ଅଶାନ୍ତ ଶ୍ରୀକ୍ଷେତ୍ର, ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼
  • ||
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ହୋଟେଲ କର୍ମଚାରୀଙ୍କୁ ପୋଲିସ ଅଧିକାରୀଙ୍କ ମାଡ ମାରିବା ଓ ଟଙ୍କା ଲୁଟ୍ ଅଭିଯୋଗ, ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡିତ…

Published By : Ladu Kishor | August 8, 2025 10:59 PM

ବାଉଁଶୁଣୀ ୮/ ୮: ଶୁକ୍ରବାର ସନ୍ଧ୍ୟା ୯ ଘଣ୍ଟା ସମୟରେ ମନମୁଣ୍ଡା ଥାନା ଗୁଦୁଗୁଦା କାଳିଆ ହୋଟେଲ କର୍ମଚାରୀଙ୍କୁ ଜନୈକ ପୋଲିସ୍ ଅଧିକାରୀଙ୍କ ଦ୍ବାରା ମାଡ ମାରିବା ଓ ଟଙ୍କା ଲୁଟ୍ ଅଭିଯୋଗ କରି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତ ହୋଟେଲ କର୍ମଚାରୀ l ଏସପିଙ୍କ ନିକଟରେ ହୋଟେଲ କର୍ମଚାରୀ କେଶବ ଭୋଇ କରିଥିବା ଅଭିଯୋଗ ଅନୁଯାୟୀ ଗୁରୁବାର ବିଳମ୍ବିତ ରାତି ୧.୩୦ ମିନିଟ ସମୟରେ ଦୁଇ ଜଣ ପୋଲିସ୍ କର୍ମଚାରୀଙ୍କ ସହ କିଛି ଅଜଣା ଲୋକ ଆସି ହୋଟେଲ କବାଟ ବାଡେଇ ଖାଇବାକୁ ମାଗିଥିଲେ l କର୍ମଚାରୀ ମାନେ ହୋଟେଲ ବନ୍ଦ ହୋଇ ସାରିଥିବା କହିବା ପରେ ତନ୍ମଧ୍ୟରୁ ଜଣେ ବ୍ୟକ୍ତି ନିଜକୁ ଚନ୍ଦନ ଜେନା ଓ ଶଗଡା ଥାନା ଅଧିକାରୀ ପରିଚୟ ଦେଇ ଧମକ ଚମକ ଦେଇ ହୋଟେଲ କର୍ମଚାରୀଙ୍କୁ ମାଡମାରି ଡ୍ରରେ ଥିବା ୬୨୦୦ ଟଙ୍କା ନେଇଯିବା ସହ ଜଣେ ହୋଟେଲ କର୍ମଚାରୀ ଶକ୍ତି ବେହେରାଙ୍କୁ ଉଠାଇ ନେଇ ଚାଲି ଯାଇଥିଲେ l ଏ ସମ୍ପର୍କରେ ଆଜି ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ବେଳେ ଏସପିଙ୍କ ନିକଟରେ ଅଭିଯୋଗ ପାଇଁ ରାତିରେ ହୋଟେଲ କର୍ମଚାରୀ ବୌଦ୍ଧ ଆସିଥିଲେ l ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରଥିଲେ l

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.