କେନ୍ଦ୍ରାପଡ଼ା,୨୩/୫ : ଜିଲ୍ଲ।ପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ସଦର, ନିକିରେଇ, ରାଜନଗର, ପଟ୍ଟାମୁଣ୍ଡାଇ ରୁରାଲ ଓ ମହାକାଳପଡ଼ା ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଛାଞ୍ଚୁଣିଆ ଗ୍ରାମର ଅମର ସେଠି(୩୯)ଙ୍କଠାରୁ ୨୫ ଲିଟର ବିଦେଶୀ ମଦ, ହଳଦିଆ ଗ୍ରାମର ଯାକିରି ଖାନ (୨୬)ଙ୍କ ଠାରୁ ୩୦ଲିଟର ଦେଶୀ ମଦ, ନହଙ୍ଗା ଗ୍ରାମର ନରେଶ କୁମାର ସାହୁ (୪୯)ଙ୍କ ଠାରୁ ୨୮ଲିଟର ବିଦେଶୀ ମଦ, କେରଡାଗଡ଼ ଗ୍ରାମର ପ୍ରଦୀପ ସାହୁ (୩୭)ଙ୍କଠାରୁ ଗୋଟିଏ ମୋଟର ସାଇକଲ ଓ ୩୫ଲିଟର ବିଦେଶୀ ମଦ, ଦୋଷିଆ ଗ୍ରାମର ଡମ୍ବରୁଧର ଦାସ (୫୧)ଙ୍କଠାରୁ ୧୫ଲିଟର ବିଦେଶୀ ମଦ, ଗଙ୍ଗାରମପୁର ଗ୍ରାମର ବିଦ୍ୟାଧର ନାୟକ (୪୪)ଙ୍କଠାରୁ ୩୨ଲିଟର ବିଦେଶୀ ମଦ, ଗୋଗୁଆ ଗ୍ରାମର ଅଲେଖ ପ୍ରଧାନ (୪୫)ଙ୍କଠାରୁ ୪୯ ଲିଟର ବିଦେଶୀ ମଦ, ବାରୁଅ ଗ୍ରାମର ସଞ୍ଜୟ ପରିଡା (୪୪)ଙ୍କଠାରୁ ୨୬ଲିଟର ଦେଶୀ ମଦ ଓ ଅଳେଇଲୋ ଗ୍ରାମର ଟୁଟୁଆ ସେଠି (୩୨)ଙ୍କ ଠାରୁ ୩୯ଲିଟର ଦେଶୀ ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରି ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ସମୁଦାୟ ୨୭୯ଲିଟର ବିଦେଶୀ ଓ ଦେଶୀ ମଦ ଜବତ କରାଯାଇ ୯ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ କେନ୍ଦ୍ରାପଡ଼ା କହିଛନ୍ତି । ଏହି ଚଢଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ଛାୟାକାନ୍ତ ନାୟକ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ...