ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସ୍ତ୍ରୀ ଅତ୍ୟାଚାର ସହି ନପାରି ସ୍ବାମୀର ଆତ୍ମହତ୍ୟା : ସୋସିଆଲ ମିଡିଆରେ ଘୁରି ବୁଲୁଛି ଭିଡିଓ

Published By : Suraj Kumar | April 5, 2025 10:20 PM

 ଖୋର୍ଦ୍ଧା,୫।୪ : ସ୍ତ୍ରୀର  ଅତ୍ୟାଚାର ସହି ନପାରି ସ୍ବାମୀର ଆତ୍ମହତ୍ୟା। ଆତ୍ମହତ୍ୟା ପୂର୍ବରୁ ସ୍ବାମୀ କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଯେଉଁଥିରେ ସେ ନିଜ ସ୍ତ୍ରୀ ପାଇଁ  ଆତ୍ମହତ୍ୟା କରୁଥିବା କହିଛନ୍ତି। ଏମିତି ଏକ ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗ୍ରାମରେ।

ଶୁକ୍ରବାର ରାତିରେ  ଜଂକିଆ ଥାନା ଅନ୍ତର୍ଗତ ନରଣଗଡ଼ ଟ୍ରେନ ଲାଇନରେ ଜଣେ  ଯୁବକର ମୃତଦେହ ମିଳିଥିଲା। ଏହା ରାମଚନ୍ଦ୍ର ବଡ଼ଜେନାଙ୍କ ବୋଲି ଜଣାପଡିଥିଲା। ମୃତଦେହକୁ ରାମଚନ୍ଦ୍ର ପରିବାର ଲୋକ ଚିହ୍ନଟ କରିଥିଲେ।  ରାମଚନ୍ଦ୍ର   ଜଂକିଆ ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି।  ଦାମ୍ପତ୍ୟ କଳହ ଘଟି ସ୍ତ୍ରୀ ର ନିର୍ଯ୍ୟାତନା ଅସହ୍ୟ ହେବାରୁ  ମୋବାଇଲରେ ନିଜ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପଠାଇ ଟ୍ରେନ ଆଗକୁ ଯାଇ ଆତ୍ମହତ୍ୟା କରିଥିଲେ। ରେଳ ବିଭାଗ ପୋଲିସ  ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାର  ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.