ଦାରିଙ୍ଗବାଡି,୨୭/୧୦: ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ପୋଲିସ ସ୍ବାମୀ ଓ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସେମାନଙ୍କ ଠାରୁ ୫ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ସ୍କୁଟି ଜବତ କରିଥିବା ଥାନା ଅଧିକାରୀ ବିଜୟ ହାଇବୁରୁ ସୂଚନା ଦେଇଛନ୍ତି। ଗିରଫ ସ୍ବାମୀ ହେଲେ ବ୍ରାହ୍ମଣୀଗାଁ ଥାନା ଜାଡେଙ୍ଗି ଗ୍ରାମର ଅଜିତ ନାୟକ ଓ ସ୍ତ୍ରୀ ଲରେନ୍ସା ନାୟକ । ସୂଚନା ମୁତାବକ, ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ରବିବାର ଦିନ ବ୍ରାହ୍ମଣୀ ଗାଁ ହାଇସ୍କୁଲ ନିକଟରେ ଏମଭିଆଇ ଯାଞ୍ଚ ବେଳେ ସ୍ବାମୀ ସ୍ତ୍ରୀ ମିଶି ଏକ ସ୍କୁଟିରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଧରା ପଡିଥିଲେ । ଉକ୍ତ ଗଞ୍ଜେଇ ମୋହନା ଅଞ୍ଚଳକୁ ଚାଲାଣ ହେଉଥିଲା। ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତି କ୍ରମେ ଉକ୍ତ ଗଞ୍ଜେଇ ଜବତ ହୋଇଥିଲା। ପୋଲିସ ଏନେଇ ମାମଲା ନମ୍ୱର ୧୩୬/୨୪ ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।