ମୁମ୍ବାଇ ୨୧/୦୩: ତେଲଙ୍ଗାନାରେ ଅନୁଷ୍ଠିତ ହେବ ୭୨ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା । ଆସନ୍ତା ମେ’ ୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ସମ୍ମାନାସ୍ପଦ ସମାରୋହ ଚାଲିବ, ଯାହାକୁ  ନେଇ ରାଜ୍ୟରେ ଜୋରଦାର ପ୍ରସ୍ତୁତି  ଚାଲିଛି । ଗତ ବର୍ଷ ମୁମ୍ବାଇର ଜିଓ ୱର୍ଲଡ୍‌ କନ୍‌ଭେନ୍‌ସନ ସେଣ୍ଟର୍‌ରେ ୭୧ତମ ବିଶ୍ୱ  ସୁନ୍ଦରୀ ପ୍ରତିଯୋଗିତ ଅନୁଷ୍ଠିତ ହୋଇଥିଲା ।  ଚେକ୍‌ ଗଣରାଜ୍ୟର କ୍ରିଷ୍ଟିନା ପିସ୍‌କୋଭା  ଏହି ସମ୍ମାନାସ୍ପଦ ଟାଇଟଲର ଅଧିକାରିଣୀ  ହୋଇଥିଲେ । 

ଚଳିତ ବର୍ଷ ଏହି ବିଶ୍ୱସ୍ତରୀୟ ମଞ୍ଚରେ ବିଶ୍ୱ  ସୁନ୍ଦରୀ ମୁକୁଟ ପାଇଁ ଭାରତକୁ ପ୍ରତିନିଧିତ୍ୱ କରିବେ ନନ୍ଦିନୀ ଗୁପ୍ତା । ମାତ୍ର ୧୦ ବର୍ଷ ବୟସରୁ ମିସ୍‌ ଇଣ୍ଡିଆ  ହେବାକୁ ସ୍ୱପ୍ନ ଦେଖିଥିଲେ ନନ୍ଦିନୀ । ୧୯ ବର୍ଷ ବୟସରେ ତାଙ୍କର  ସ୍ୱପ୍ନ ସାକାର ହେଲା । ମଣିପୁର ସ୍ଥିତ ଇମ୍ଫାଲରେ ଆୟୋଜିତ  ପ୍ରତିଯୋଗିତାରେ ସେ ରାଜସ୍ଥାନକୁ ପ୍ରତିନିଧିତ୍ୱ କରି ଫେମିନା  ମିସ୍‌ ଇଣ୍ଡିଆ-୨୦୨୩ ଟାଇଟଲ ଜିତିଲେ ।  

ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତ ସୌନ୍ଦର୍ଯ୍ୟ  ଓ ଫ୍ୟାଶନ୍‌ ମହୋତ୍ସବଠୁ ଅଧିକ, ଯାହା ତେଲଙ୍ଗାନାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ  ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବାର ଏକ  ମଧ୍ୟ ଭାବେ କାମ କରିବ । ପର୍ଯ୍ୟଟନକୁ  ମଧ୍ୟ ଏହା ବଳ ଦେବ । ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ୧୨୦ ଦେଶର ପ୍ରତିଯୋଗୀ ଏଠାରେ ଏକତ୍ରିତ  ହେବେ । ଏହି ସମ୍ମାନାସ୍ପଦ ମହୋତ୍ସବର ଆୟୋଜନ ଜରିଆରେ  ବିଶ୍ୱ ପର୍ଯ୍ୟଟନ ଓ ସାଂସ୍କୃତିକ ପାୱାରହାଉସ୍‌ ହେବାର ମାର୍ଗରେ  ତେଲଙ୍ଗାନା ବଡ଼ ମାଇଲଖୁଣ୍ଟ ସ୍ଥାପନା କରିବ ।