ନୂଆଦିଲ୍ଲୀ,୧୦/୧୨; ଗତ ୭ ତାରିଖରେ ଗୋଆ ରୋମିଓ ଲେନ୍ ସ୍ଥିତ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଭୟଙ୍କର ଘଟଣା ଦେଶକୁ ସ୍ତବ୍ଧ କରି ଦେଇଥିଲା । ନାଇଟକ୍ଲବର ମାଲିକ ସୌରଭ ଲୁଥରାଙ୍କ ବ୍ୟବସାୟିକ ସହଯୋଗୀ ଅଜୟ ଗୁପ୍ତାକୁ ଦିଲ୍ଲୀ ପୁଲିସ ଦ୍ୱାରା ଅଟକ ରଖିଛି । ତଦନ୍ତରେ ଆଜି ଅଜୟ ଗୁପ୍ତାର ପ୍ରଥମ ବୟାନ ସାମ୍ନାକୁ ଆସିଛି । ମୋର ଲୁଥରା ପରିବାର ସହିତ ବେଶୀ କିଛି ସମ୍ପର୍କ ନାହିଁ । ମୁଁ କେବଳ ସ୍ଲିପିଙ୍ଗ୍ ପାର୍ଟନର ତା ଛଡା ଆଉ କିଛି ନୁହେଁ । ମୁଁ କିଛି ଜାଣିନାହି ବୋଲି କହିଛନ୍ତି ନାଇଟକ୍ଲବ ମାଲିକ ସୌରଭ ଲୁଥରା ସହଯୋଗୀ ଅଜୟ । ଦିଲ୍ଲୀ ପୁଲିସ ଦ୍ୱାରା ଏକ ଗାଡ଼ିରୁ ବାହାରକୁ ଆଣିବା ସମୟରେ, ଅଜୟ ଗୁପ୍ତାଙ୍କୁ ଅନେକ ଗଣମାଧ୍ୟମ ପ୍ରତିନିଧି ଅଗ୍ନିକାଣ୍ଡ, ନାଇଟ୍ କ୍ଲବରେ ସୁରକ୍ଷା ବ୍ୟବସ୍ଥା ଏବଂ ମାଲିକମାନଙ୍କ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତରରେ ଅଜୟ ଏହା କହିଛନ୍ତି । ଏହି ବୟାନ ସମସ୍ତଙ୍କୁ ଚକିତ କରିଛି ।

​​​​​​​ପୁଲିସ ଅଜୟଙ୍କୁ ପଚରାଉଚରା ପାଇଁ ଗୋଆ ନେବ-ଦିଲ୍ଲୀ ପୁଲିସ ଆଜି ଅଜୟଙ୍କୁ ସାକେତ କୋର୍ଟରେ ହାଜର କରିପାରେ । ଗୋଆ ପୁଲିସ ଗୁପ୍ତାଙ୍କ ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡ ମଧ୍ୟ ଚାହୁଁଛି । ରିମାଣ୍ଡ ମଞ୍ଜୁର ହେବା ପରେ, ତାଙ୍କୁ ଅଧିକ ପଚରାଉଚରା ପାଇଁ ଗୋଆ ନିଆଯିବ । ହେପାଜତ ସମୟରେ ଅଜୟ ଗୁପ୍ତା ଏକ ମାସ୍କ, ଏକ ଟୋପି ଏବଂ ଏକ ହୁଡି ଜ୍ୟାକେଟ୍ ସହିତ ତାଙ୍କ ମୁହଁ ଲୁଚାଇ ରଖିଥିଲେ ।