ଭୁବନେଶ୍ବର,୧୫।୨ :  ଛୁଟି ନେଲେ ମୁଖ୍ୟ ସଚିବଙ୍କୁ ଜଣାଇବେ ଆଇଏଏସ।  ହେଡକ୍ବାର୍ଟର ଛାଡ଼ିବା ପୂର୍ବରୁ ଓ କୌଣସି ପ୍ରକାର ଛୁଟି ନେବା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇବେ ଆଇଏଏସ ଅଧିକାରୀ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ   ଏହି ନିର୍ଦ୍ଦେଶ ଜାରି କରାଯାଇଛି।  କେତେ ଜଣ ଆଇଏଏସ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ନ ନେଇ ଛୁଟିରେ ରହୁଥିବାରୁ ଏପରି ନିର୍ଦେଶ ଜାରି କରାଯାଇଛି। 

ଆଇଏଏସ ଅଫିସରମାନେ ସିଏଲ, ଇଏଲ,ସିସିଏଲ,କମ୍ୟୁଟେଡ ଛୁଟି  ରହିବା ପାଇଁ  ମୁଖ୍ୟ ସଚିବଙ୍କ ଠାରୁ ଛୁଟି ନେବାକୁ ପଡିବ ବୋଲି ନିର୍ଦେଶରେ ଉଲ୍ଲେଖ କରାଯାଇଛି।