ଦୁବାଇ, ୨୭୧: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା ତାଲିକାରେ ରୋହିତ ଶର୍ମା ପୁନର୍ବାର ଶୀର୍ଷ ସ୍ଥାନ ଫେରି ପାଇଛନ୍ତି । ଗତ ସପ୍ତାହରେ ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ତାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଥିଲେ । ରୋହିତ ୭୮୧ ପଏଣ୍ଟ ଅର୍ଜନ କରିଛନ୍ତି । ମିଚେଲ ୭୬୬ ପଏଣ୍ଟ ସହ ଦ୍ୱିତୀୟ, ଆଫଗାନିସ୍ତାନର ଇବ୍ରାହିମ ଜାଡ୍ରାନ ୭୬୪ ପଏଣ୍ଟ ସହ ତୃତୀୟ, ଶୁଭମନ ଗିଲ୍ ୭୪୫ ପଏଣ୍ଟ ସହ ଚତୁର୍ଥ ଓ ବିରାଟ କୋହଲି ୭୨୫ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ଶ୍ରେୟାସ ଆୟର ନବମ ସ୍ଥାନ ଦଖଲ କରିଛନ୍ତି । ଆସନ୍ତା ୩୦ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ସିରିଜ ମାନ୍ୟତା ତାଲିକାକୁ ପ୍ରଭାବିତ କରିବ । ଇତି ମଧ୍ୟରେ ରୋହିତ ଓ କୋହଲି ରାଞ୍ଚିରେ ପହଞ୍ଚି ପ୍ରଥମ ଦିନିକିଆ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।