ନୂଆଦିଲ୍ଲୀ,୦୩/୦୬: ସେପ୍ଟେମ୍ବର ୩୦ ତାରିଖରୁ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ ମହିଳା ଦିନିକିଆ ବିଶ୍ୱକପ୍-୨୦୨୫ । ଆଇସିସି ପକ୍ଷରୁ ଏହାର ତାରିଖ ଓ ଭେନ୍ୟୁ ଘୋଷଣା କରାଯାଇଛି ।
ଶ୍ରୀଲଙ୍କାର କେବଳ କଲମ୍ବୋ ଏବଂ ଭାରତରେ ବେଙ୍ଗାଲୁରୁ, ଗୌହାଟୀ, ଇନ୍ଦୋର, ଓ ବିଶାଖାପଟନମ ଟୁର୍ଣ୍ଣାମେଣ୍ଟର ମୋଟ୍ ୩୧ଟି ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୩୦ ତାରିଖରୁ ଲିଗ୍ ପର୍ଯ୍ୟାୟ ଆରମ୍ଭ ହେବ । ଆକ୍ଟୋବର ୨୯ ଓ ୩୦ ତାରିଖରେ ସେମି ଫାଇନାଲ ଏବଂ ନଭେମ୍ବର ୨ ତାରିଖରେ ଫାଇନାଲ ଖେଳାଯିବ । ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ଖେଳିବେ । ପ୍ରତ୍ୟେକ ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । ଶ୍ରେଷ୍ଠ ୪ଟି ଦଳ ସେମି ଫାଇନାଲକୁ ଉନ୍ନୀତ ହେବେ ।
ପରବର୍ତ୍ତୀ ସମୟରେ ଟୁର୍ଣ୍ଣାମେଣ୍ଟର କ୍ରୀଡ଼ାସୂଚୀ ଘୋଷଣା କରାଯିବ । ପାକିସ୍ତାନ ବିଶ୍ୱକପ୍କୁ ଯୋଗ୍ୟତା ହାସଲ କରିଛି । ଗତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ନିୟମ ଅନୁସାରେ ଭାରତୀୟ ଦଳକୁ ପାକିସ୍ତାନକୁ କିମ୍ବା ପାକିସ୍ତାନ ଦଳ ଭାରତ ଗସ୍ତ କରିବ ନାହିଁ । ତେଣୁ ସେମାନେ ନିରପେକ୍ଷ ଭେନ୍ୟୁରେ ଖେଳିବେ । ଯେହେତୁ ଶ୍ରୀଲଙ୍କା ସହ ଆୟୋଜକ ରହିଛି, ତେଣୁ ପାକିସ୍ତାନ ଦଳ ତା’ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ଯଦି ନକ୍ ଆଉଟ୍ ସୂଚୀ ଭାରତୀୟ ଭେନ୍ୟୁରେ ହୋଇଥାଏ ଏବଂ ପାକିସ୍ତାନ ନକ ଆଉଟ୍କୁ ଉନ୍ନୀତ ହୁଏ ତେବେ ଭେନ୍ୟୁ ପରିବର୍ତ୍ତନ କରାଯିବ । ଅର୍ଥାତ ପାକିସ୍ତାନ ଫାଇନାଲ ପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ହିଁ ଖେଳିବ ।