ପ୍ରମୂଖ ଖବର
  • ବାଙ୍କୀ : ଢାବାରେ ଖାଇବାକୁ ନେଇ ମାରପିଟ୍, ହୋଟେଲ ମାଲିକଙ୍କ ଆକ୍ରମଣରେ ଗ୍ରାହକ ମୃତ
  • ||
  • ଉତ୍ତରାଖଣ୍ଡ: ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି, ଭ୍ୟାଲି ଅଫ୍ ଫ୍ଲାୱାର୍ସରେ ଆତଙ୍କବାଦ ବିରୋଧୀ ଦଳ ମୁତୟନ
  • ||
  • ଗୁଜରାଟ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ପ୍ଲେନ୍‌ରେ ଥିଲେ ୨୪୨ ଯାତ୍ରୀ
  • ||
  • ରାଜଧାନୀରୁ ୩ ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଡ଼ବିଲ: ଯୋଡ଼ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କରୁ ଲୁଟ, ବନ୍ଧୁକ ମୁନରେ ୫ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର
  • ||
  • ରାଜ୍ୟ ସ୍ତରୀୟ 'ବିକାଶ ବାହନ'ର ଶୁଭାରମ୍ଭ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କୁ କରିବ ସଚେତନ
  • ||
  • ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
  • ||
  • କଟକ : ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ସମ୍ପର୍କୀୟ ଭାଇର କଟୁରୀ ଚୋଟରେ ବୃଦ୍ଧ ଗୁରୁତର
  • ||
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ମୟୂରଭଞ୍ଜରୁ ଆସିଲା ମା' ସମଲେଶ୍ୱରୀଙ୍କ ବିଗ୍ରହ, କେସିଙ୍ଗାରେ ହେଲା ଭବ୍ୟ ସ୍ୱାଗତ

Published By : Harapriya Sethi | June 11, 2025 2:02 PM

କେସିଙ୍ଗା ଏନ୍‌ଏସି,୧୧/୦୬: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତହସିର ଗ୍ରାମରେ ନବ ନିର୍ମିତ ମା' ସମଲେଶ୍ଵରୀ ବିଗ୍ରହ ପ୍ରତିଷ୍ଠା ପାଇଁ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗ ଠାରୁ ମାଆଙ୍କ ବିଗ୍ରହ କେସିଙ୍ଗାରେ ପହଞ୍ଚିଥିଲା । ମୟୂରଭଞ୍ଜରୁ ମାଆଙ୍କ ବିଗ୍ରହ ଆସିବା ସମୟରେ ସ୍ଥାନେ ସ୍ଥାନେ ମାଆଙ୍କୁ ଧୂପ ହୁଳହୁଳିରେ ସ୍ଵାଗତ କରାଯାଇଥିଲା। 

ମାଆ ସମଲେଶ୍ଵରୀଙ୍କ ବିଗ୍ରହ ସହିତ ମାଆ ପାଟନେଶ୍ୱରୀ, ତିନୋଟି ପାର୍ଶ୍ଵ ଦେବାଦେବୀ,୯ ଟି ନବଗ୍ରହ ଓ ଦୁଇ ଦ୍ଵାରପାଳଙ୍କ ବିଗ୍ରହ ମନ୍ଦିରରେ ପହଞ୍ଚିଛି । ବଲାଙ୍ଗୀର ଜିଲ୍ଲାର ଲୁଥରବନ୍ଧଠାରେ ମାଆଙ୍କ ବିଗ୍ରହକୁ ସ୍ଵାଗତ ପରେ ଅପରାହ୍ଣ ୪ ଟା ସମୟରେ ବିଗ୍ରହ କେସିଙ୍ଗା ସହର ଠାରେ ପହଞ୍ଚିଥିଲା । କେସିଙ୍ଗାରେ ମାଆଙ୍କୁ ସ୍ଵାଗତ କରିବା ପାଇଁ କେସିଙ୍ଗା ପଣ୍ଡରାମାଳି ସମାଜର ପୂର୍ବତନ ସଭାପତି ରୋହିତ ଭୋଇଙ୍କ ନେତୃତ୍ୱରେ ତହସିର ସମଲେଶ୍ଵରୀ/ ପାଟନେଶ୍ୱରୀ ମନ୍ଦିର କମିଟିର ସଭାପତି ସୁରେନ୍ଦ୍ର ମହଲା, ସମ୍ପାଦକ ବଂଶୀପାଣି ସାହା, ଶଶାଙ୍କ ମହଲା,ମକରଧ୍ୱଜ ସାହା, ଉତ୍ତମ କୁମାର ଭୋଇ , ଖଗେନ୍ଦ୍ର ଭୋଇ, ଡମ୍ବରୁଧର ଭୋଇ ଉପସ୍ଥିତ ରହିଥିଲେ । ସେମାନଙ୍କ ସହ କେସିଙ୍ଗାରେ ଥିବା ମାଆଙ୍କ ଭକ୍ତବୃନ୍ଦ ଉପସ୍ଥିତ ରହି ମାଆଙ୍କ ବିଗ୍ରହକୁ ହରିବୋଲ ହୁଳହୁଳିରେ ସ୍ଵାଗତ କରି ତହସିରରେ ନିର୍ମିତ ମାଆଙ୍କ ନୂତନ ମନ୍ଦିରକୁ ପାଛୋଟି ନେଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.