ନୂଆଦିଲ୍ଲୀ,୨୯।୧୨: ଆଜିକାଲି ଫେକ୍ କଲ୍ର ଆସିବା ପ୍ରାୟତଃ ସାଧାରଣ ଘଟଣା ହୋଇଯାଇଛି। ବିଭିନ୍ନ ଉପାୟରେ ସ୍କାମରମାନେ ଅଲଗା ଅଲଭା ଭାବରେ ଫଶାଇବାକୁ ଲୋକଙ୍କ ବ୍ୟକ୍ତିଗତ ଡାଟା ଚୋରାଇବାର ଚେଷ୍ଟା କରୁଛନ୍ତି। ଏହି କଲ୍ରେ ବ୍ୟାଙ୍କିଙ୍ଗ ଫ୍ରଡ୍, ନକଲି ପୁରସ୍କାର, ଲଟେରୀ ଜିତିବା କିମ୍ବା ଏମର୍ଜେନ୍ସିର ବାହାନ ଦେଖାଯାଉଛି। ଯଦି ଆପଣଙ୍କ ପାଖକୁ ଏଭଳି କଲ୍ ଆସେ ତେବେ ଚିନ୍ତା କରନ୍ତୁ ନାହିଁ, ବଂର ସତର୍କ ରୁହନ୍ତୁ। ଆସନ୍ତୁ ଜାଣିବା ଏଥିରୁ ବଞ୍ଚିବା ପାଇଁ କିଭଳି ଗାଇଡ ଲାଇନ୍ସର ପାଳନ କରିବା ଦରକାର।
ଅଜଣା ନମ୍ବରରୁ ଆସିଥିବା କଲ୍କୁ ନେଇ ସବୁବେଳେ ସତର୍କ ରୁହନ୍ତୁ। ଯଦି କଲ୍ କରୁଥିବା ବ୍ୟକ୍ତି ନିଜକୁ ବ୍ୟାଙ୍କ, ସରକାରୀ ଅଧିକାରୀ କିମ୍ବା ବଡ କମ୍ପାନୀର ପ୍ରତିନିଧି କୁହେ ତେବେ ସତର୍କ ରୁହନ୍ତି। କୌଣସି କଲ୍ରେ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଓଟିପି, ଡେବିଟ୍/କ୍ରେଡିଟ୍ କାର୍ଡ ଡିଟେଲ୍ସ କିମ୍ବା ଆଧାର ନମ୍ବର ଭଳି ସୂଚନା ଦିଅନ୍ତୁ ନାହିଁ। କୌଣସି କଲ୍ ଉପରେ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଓଟିପି, ଡେବିଟ୍/କ୍ରେଡିଟ୍ କାର୍ଡ ଡିଟେଲ୍ସ, ଆଧାର ନମ୍ବର ଭଳି ସୂଚନା ଦିଅନ୍ତୁ ନାହିଁ। କୌଣସି ଭରସାଯୋଗ୍ୟ ସଂସ୍ଥା ଫୋନ୍ରେ ଏଭଳି ସୂଚନା ମାଗିନଥାଏ।
ଫେକ୍ କଲ୍ରେ ଲଟେରୀ କିମ୍ବା ପୁରଷ୍କାର ଜିତିବାର ଦାବି କରାଯାଇଥାଏ। କିଛି ନଜାଣି ଅଜଣା ଅଫର ଉପରେ ଭରସା କରନ୍ତୁ ନାହିଁ। ମୋବାଇଲରେ ଉପଲବ୍ଧ କଲ୍ ବ୍ଲକିଂର ଫିଚର ଉପଯୋଗ କରନ୍ତୁ। ଟ୍ରୁ କଲର ଭଳି ଆପ୍ ସାହାଯ୍ୟରେ ସନ୍ଦିଗ୍ଧ ନମ୍ବର ଚିହ୍ନଟ କରନ୍ତୁ ଓ ବ୍ଲକ କରନ୍ତୁ। ଯଦି ଆପଣଙ୍କୁ କୌଣସି ଫେକ୍ କଲ ଉପରେ ସନ୍ଦେହ ହେଉଛି। ତେବେ ତାକୁ ରେକର୍ଡ କରନ୍ତୁ। ଏହି କଲ୍କୁ ୧୯୦୯ କିମ୍ବା ସାଇବର କ୍ରାଇମ୍ ପୋର୍ଟାଲରେ ରିପୋର୍ଟ କରନ୍ତୁ।