ନୂଆଦିଲ୍ଲୀ : ଇନଷ୍ଟାଗ୍ରାମ୍‌ରେ ଅନେକ ରିଲ୍ସ ପ୍ରତିଦିନ ଭାଇରାଲ ହୋଇଥାଏ। ଏହିପରି ବର୍ତ୍ତମାନ ଜଣେ ଯୁବତୀଙ୍କ ରିଲ୍ ଭାଇରାଲ ହେଉଛି, ଯେଉଁଥିରେ ସେ କହୁଛନ୍ତି ଯେ, କେଉଁ ପ୍ରକାରର ସେ ପ୍ଲାନିଂ କରି ଦୁଇ ବର୍ଷ ଭିତରେ ନିଜର ୩୦ ଲକ୍ଷ ଟଙ୍କାର ଏଜୁକେସନ ଲୋନ୍ ଶୁଝି ସାରିଛନ୍ତି। ଯୁବତୀ ଆଇଆଇଏମ୍ କୋଲକତାରୁ ଏମବିଏର ପାଠ ପଢିବା ପାଇଁ ୩୦ ଲକ୍ଷ ଟଙ୍କାର ଲୋନ୍ ନେଇ ଥିଲେ।

ଅବନୀ ରାଠୋର କହିଛନ୍ତି, ମୁଁ ଆଇଆଇଏମ୍ କୋଲକାତାରୁ ଏମବିଏ ପାଇଁ ନେଇଥିବା ଲୋନ୍‌କୁ ୨ ବର୍ଷରେ ଭରି ଦେଇ ଥିଲି,ଯେଉଁଥି ପାଇଁ ମୁଁ ଆୟର ୪ଟି ଉପାୟର ବ୍ୟବହାର କରି ଥିଲି। ପ୍ରଥମ – ଏମବିଏ ପୂର୍ବର ସେଭିଂ। ଏମବିଏ କରିବା ପୂର୍ବରୁ , ମୁଁ ଦୁଇ ବର୍ଷ କାମ କରିଥିଲି। ମୁଁ ନିଜର ନିବେଶ (ମ୍ୟୁଚୁଆଲ ଫଣ୍ଡ, ପିପିଏଫ ଆଦି)କୁ ଛାଡ଼ି ନଥିଲି, ବରଂ ନିଜର ଫି’ର ଖର୍ଚ୍ଚ ପାଇଁ ନିଜର ଲିକ୍ୱିଡ୍ ସେଭିଂର ବ୍ୟବହାର କରିଥିଲି।

ସେ ଦ୍ୱିତୀୟ ଉପାୟ କହିଥିଲେ ଯେ, ଇଣ୍ଟର୍ନସିପ୍ ଷ୍ଟାଇପେଣ୍ଡ। ଏମବିଏ ବେଳେ , ମୁଁ ଏକ ସମର ଇଣ୍ଟର୍ନସିପ୍ କରିଥିଲି, ଯେଉଁଥିରେ ମୋତେ ଭଲ ଟଙ୍କା ମିଳିଥିଲା। ଏହାପରେ ତୃତୀୟ ପଏଣ୍ଟ ଥିଲା ପାର୍ଟି ଟାଇମ୍ ଚାକିରି। ଅବନୀ କହିଛନ୍ତି – ମୋତେ ପିପିଓ ( ପ୍ରି-ପ୍ଲେସମେଣ୍ଟ ଅଫର) ମିଳି ଯାଇଥିଲା, ଏଥିପାଇଁ ମୁଁ ନିଜର ଦ୍ୱିତୀୟ ବର୍ଷରେ ପାର୍ଟ-ଟାଇମ୍ କାମ କରିବା ଆରମ୍ଭ କରି ଦେଇ ଥିଲି। ଏଥିରୁ ମୋତେ ଅତିରିକ୍ତ ଆୟ ମିଳି ଥିଲା, ଯାହାର ବ୍ୟବହାର ମୁଁ ନିଜର ଫି ଭରିବାରେ କରିଥିଲି।

ଏମବିଏ କରିବା ପରେ ଚାକିରିରୁ ମିଳୁଥିବା ଦରମା ୪ର୍ଥ ଉପାୟ ଥିଲା। ଏମବିଏ କରିବା ପରେ ଦରମାର ବ୍ୟବହାର ଅବନୀ ଲୋନ୍ ଭରିବାରେ କରି ଥିଲେ। ସେ କହିଥିଲେ, ସୌଭାଗ୍ୟବଶତଃ, ମୋ ଉପରେ କାହାର ଦାୟିତ୍ୱ ନଥିଲା, ଏଥିପାଇଁ ଗ୍ରାଜୁଏସନ ପରେ ମୁଁ ନିଜ ଦରମାର ଏକ ବଡ଼ ଭାଗ ଲୋନ୍ ଭରିବାରେ ଲଗାଇ ପାରି ଥିଲି। ଯଦି ଆପଣ ମଧ୍ୟ କୌଣସି ଲୋନ୍ ଭରିବାକୁ ଚେଷ୍ଟା କରୁଛନ୍ତି, ତ ଏହି କଥା ସର୍ବଦା ମନେ ରଖିବେ। ଏହାଏକ ମାରାଥନ , କୌଣସି ସ୍ପ୍ରିଣ୍ଟ ନୁହେଁ। ଆପଣଙ୍କର ପ୍ରତି ଛୋଟ ବଡ଼ ପ୍ରୟାସ ମିଳି ଏକ ବଡ଼ ଫଳ ଦେଇଥାଏ।

ସେ କହିଛନ୍ତି –ହୋଇପାରେ ଯେ, ବହୁତ ଲୋକଙ୍କୁ ଏହା କୌଣସି ବହୁତ ଭଲ ଫାଇନ୍ସିଆଲ ନିଷ୍ପତ୍ତି ଲାଗିପାରେ , କିନ୍ତୁ ମୋ ପାଇଁ , ମୁଁ ଲୋନ୍ର ଚିନ୍ତା ଚାହୁଁ ନଥିଲି, କାରଣ ମୁଁ ନିଜର ଚାକିରି ଛାଡ଼ିବାକୁ ଚାହୁଁଥିଲି। ରାଠୋର କହିଛନ୍ତି ଯେ, ତାଙ୍କ ଉପରେ କେହି ନିର୍ଭର ନଥିଲେ, ଏଥିପାଇଁ ସେ ନିଜର ଆୟର ଏକ ବଡ଼ ଭାବ ନିଜର ଲୋନ୍ ଖୁବ୍ ଜୋରରେ ଭରିବାରେ ସକ୍ଷମ ହେଲି। ଏହି ଅନୁଶାସିତ ଉପାୟର ଉଦ୍ଦେଶ୍ୟରେ ସେ ନିଜର କୋର୍ସ ପୂରା କରିବାର ଦୁଇ ବର୍ଷର ଭିତରେ ହିଁ ୩୦ ଲକ୍ଷ ଟଙ୍କାର କରଜ ଭରି ପାରିଲି।