ପ୍ରମୂଖ ଖବର
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାଉସୀ ମା’ ନୂତନ ମନ୍ଦିର ଓ ନବଗ୍ରହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Published By : Prameya | February 7, 2025 7:47 PM

ମାଲକାନଗିରି  : ମାଲକାନଗିରି ଜିଲ୍ଲା ସଦର ମହାକୁମା ମାଉସୀ ମା (ଶ୍ରୀଗୁଣ୍ଡିଚା )ନୂତନମନ୍ଦିର ଓ ନବଗ୍ରହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜି ଆଡ଼ମ୍ବରର ସହ ଅନୁଷ୍ଠିତ ହୋଇ ଯାଇଛି। ଦୀର୍ଘ ବର୍ଷ ଧରି ଦୁର୍ଗାଗୁଡ଼ି ସାହିରେ ପୁରୁଣା ଘରେ ମାଉସୀ ମା ମନ୍ଦିର ଥିବା ବେଳେ ଗତ କିଛି ମାସ ହେଲା ନୂତନ ଭାବେ ମାଉସୀ ମା ମନ୍ଦିର ନିର୍ମାଣ ହୋଇ ସାରିଛି।

ଉକ୍ତ ମନ୍ଦିର ପ୍ରତିଷ୍ଠା ହେବା ପରେ ପାର୍ଶ୍ଵ ଦେବାଦେବୀ ନବଗ୍ରହ ମୂର୍ତ୍ତିଙ୍କୁ ବିଧିବଦ୍ଧ ଭାବେ ପୂଜା କରା ଯାଇ ଆଜି ରାତ୍ରରେ ମନ୍ଦିରକୁ ପ୍ରବେଶ କରାଯାଇଛି।

ଗୁରୁବାର ଅପରାହ୍ନରେ ଅଙ୍କୁରାରୋପଣ ଓ ପୁଷ୍କରଣୀରୁ ପବିତ୍ର ଜଳ ସଂଗ୍ରହ କରା ଯାଇ ଶତାଧିକ ମହିଳା କଳସ ମୁଣ୍ଡାଇ ସହର ପରିକ୍ରମା କରି ମାଉସୀ ମା ମନ୍ଦିର ପୂଜା ମଣ୍ଡପ ନିକଟରେ କଳସ ପ୍ରତିଷ୍ଠା ହୋଇଥିଲା, ଆଜି ପ୍ରାତଃରେ ରାଜ ପୌରହିତ ପଣ୍ଡିତ ବିନାୟକ ଶତପଥି,ପଣ୍ଡିତ ଶଙ୍କର ମିଶ୍ର, ପଣ୍ଡିତ ରମେଶ ଚନ୍ଦ୍ର ଶତପଥି, ପଣ୍ଡିତ ମୃତ୍ୟଞ୍ଜୟ ମହାପାତ୍ର, ମନ୍ଦିର ପୂଜକ ବ୍ରାହ୍ମଣ କାହ୍ନୁ ନନ୍ଦଙ୍କ ଦ୍ୱାରା ସୂର୍ଯ୍ୟ ପୂଜା, ଗୋ ପୂଜା, ଅଗ୍ନି ସଂଯୋଗ, କଳସ ପୂଜା, ବସ୍ତୁପୂଜା, ହୋମ ଯଜ୍ଞ, ନବଗ୍ରହପୂଜା,ଶୋଡ଼ସ ସ୍ତମ୍ବ ପୂଜା, ମହାପ୍ରଭୁ ସ୍ନାନ, ଦେବତାଙ୍କର ନ୍ୟାସ, ସନ୍ଧ୍ୟାରେ ଦେବାଦେବୀଙ୍କ ମନ୍ଦିର ପ୍ରବେଶ, ହୋମ ଯଜ୍ଞର ପୂର୍ଣ୍ଣାହୁତୀ ଆଦି ପୂଜାବିଧି ସମ୍ପନ୍ନ କରା ଯାଇଥିଲା। 

ଏହି ପୂଜାରେ ତ୍ରିନାଥ ପାଢ଼ୀ ମୂଖ୍ୟକର୍ତ୍ତା ଭାବେ ସଙ୍କଳ୍ପ କରି ହୋମ ଓ ପୂଜାରେ ବସି ଥିବା ବେଳେ, ମନ୍ଦିର ନିର୍ମାଣକାରୀ ବିଶ୍ଵକର୍ମା (ଶିଳ୍ପୀ ) କୂଳ ମଣି ମାଝୀ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ, ସମସ୍ତ ଭକ୍ତଙ୍କ ପାଇଁ ଭୋଗ ଓ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରା ଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.