ପୁରୀ,୧୫/୦୧: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଖୁଲମଖୁଲା ମୋବାଇଲ ଫୋନ୍ ରେ କଥା ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ସିଂହଦ୍ବାର ଥାନା ପୁଲିସ। ମୋବାଇଲ ଫୋନ୍ ରେ କଥା ହେଉଥିବା ବ୍ୟକ୍ତି ଜଣକ ନାଁ ରେ ମାମଲା ରୁଜୁ ହୋଇଛି। ଦୋଳମଣ୍ଡପ ସାହିର ରମେଶ ଚନ୍ଦ୍ର ସାହୁ ଆନନ୍ଦବଜାରରେ ମୋବାଇଲାରେ କଥା ହେଉଥିବା ଜଣାପଡ଼ିଥିଲା। ଅନେକ ସମାଲୋଚନା ଏବଂ ଅଭିଯୋଗ ପରେ ତାଙ୍କ ନାଁ ରେ ମାମଲା ରୁଜୁ ହୋଇଛି। ରମେଶଙ୍କ ମୋବାଇଲ ଫୋନ୍ ଜବତ କରିଛି ସିଂହଦ୍ଵାର ଥାନା ପୋଲିସ। ସମ୍ପୃକ୍ତ ବ୍ୟକ୍ତି ଜଣକ ଆନନ୍ଦ ବଜାରରେ ଅଭଡ଼ା ଦୋକାନରେ କାମ କରନ୍ତି। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ଅଭିଯୋଗ ଆଧାରରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ।