ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଝାଡ଼ଖଣ୍ଡ ନିର୍ବାଚନ: ଇଣ୍ଡି ମେଣ୍ଟରେ ଆସନ ବୁଝାମଣାକୁ ନେଇ ବିବାଦ, ଅଧିକ ସିଟ୍‌ ମାଗିଲା ଜେଏମଏମ୍‌

Published By : Tapas Panda | October 18, 2024 10:53 PM

Image Courtesy: tv9hindi

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଇଣ୍ଡି ମେଣ୍ଟରେ ଆସନ ବୁଝାମଣାକୁ ନେଇ ବିବାଦ ଦେଖାଦେଇଛି ।  ସହଯୋଗୀ ଦଳଙ୍କ ସହ ଆଲୋଚନା କରି କଂଗ୍ରେସ ଏକ ଫର୍ମୁଲା ବାହାର କରିଥିଲା । ଆଉ ଏହା ଆଧାରରେ ଆସନ ବୁଝାମଣା ନେଇ ଏକପ୍ରକାର ସହମତି ପ୍ରକାଶ ପାଇଛି ବୋଲି କୁହାଯାଉଥିଲା । କିନ୍ତୁ ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଆଉ ଦୁଇଟି ସିଟ୍‌ ଦାବି କରିଛି । ଝାଡ଼ଖଣ୍ଡରେ ଇଣ୍ଡି ମେଣ୍ଟ ପକ୍ଷରୁ ଜେଏମଏକୁ ୪୩ ଆସନ (ପୂର୍ବ ଥର ୪୩), କଂଗ୍ରେସକୁ ୨୯ (ପୂର୍ବ ଥର ୩୧), ଆରଜେଡିକୁ ୫ (୨୦୧୯ରେ ୭ ଆସନ) ଏବଂ ସିପିଏମ ଏମଏଲ୍‌କୁ ୪ଟି ଆସନ ଦେବା ଲାଗି ସହମତି ହୋଇଥିଲା । ତେବେ ପ୍ରଥମ ଥର ଇଣ୍ଡି ମେଣ୍ଟରେ ସାମିଲ ହୋଇଛି ସିପିଆଇ ଏମଏଲ ।

ଶୁକ୍ରବାର ଜମୁଆର  ବିଜେପି ବିଧାୟକ କେଦାର ହାଜରା ଏବଂ ଆଜସୁର ପୂର୍ବତନ ବିଧାୟକ ଉମାକାନ୍ତ ରଜକ ଜେଏମଏମରେ ସାମିଲ ହୋଇଛନ୍ତି । ଏହାପରେ ଜେଏମଏମର ଆଉ ଦୁଇଟି ଆସନ ଦାବି କରୁଛି । ଏହାକୁ ନେଇ ଇଣ୍ଡି ମେଣ୍ଟରେ ଆସନ ବୁଝାମଣାକୁ ନେଇ ପୁଣି ଥରେ ଅସବୁଧା ଉପୁଜିଛି ।  ଏହାରି ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦାବି କରିଛନ୍ତି ଯେ, ଜେଏମଏମ ନେତୃତ୍ବାଧୀନ ମେଣ୍ଟ ପୁଣି ଥରେ ଶାସନକୁ ଫେରିବ  ।  ସେ କରିଥିବା ବିକାଶ କାର୍ଯ୍ୟ ଉପରେ ତାଙ୍କର ବିଶ୍ବାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ।   

ସେପଟେ ଆସନ ବୁଝାମଣାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋଚନା ଶେଷ ହୋଇଛି ଉଚିତ ସମୟରେ ଘୋଷଣା ହେବ । ସେ ଆହୁରି କହିଛନ୍ତି ଯେ, ଜେଏମଏମ ପୁଣି ଥରେ ଶାସନକୁ ଫେରିବ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କେବଳ ଏକ ରାଜନୈତିକ ଦଳ ନୁହେଁ ଗୋଟିଏ ବିଶାଳ ଗଛ । ଏହି ଗଛ ମୂଳେ ରାଜ୍ୟର ପ୍ରାୟ ୩ କୋଟି ଲୋକ ଶାନ୍ତି ଏବଂ ସଦଭାବନାରେ ବସବାସ କରୁଛନ୍ତି ।  ଜେଏମଏମ ସରକାର ଆଦିବାସୀ, ବଞ୍ଚିତ ଏବଂ ଗରିବଙ୍କ ସମେତ ସବୁ ବର୍ଗର ଲୋକମାନଙ୍କ ପାଇଁ କାମ କରୁଛି ।   ସହଯୋଗୀ ଦଳଙ୍କ ସହ ମିଶି ଆମେ ନିର୍ବାଚନ ଲଢ଼ିବୁ ଏବଂ ଆସନ ବୁଝାମଣା ସଂପର୍କରେ ଉଚିତ ସମୟରେ ଘୋଷଣା କରାଯିବ ବୋଲି ହେମନ୍ତ ସୋରେନ କହିଛନ୍ତି । ତେବେ ଇଣ୍ଡି ମେଣ୍ଟରେ ତୁତୁମେଁମେଁ ଲାଗିଥିବା ବେଳେ ଏନଡିଏରେ ଆସନ ବୁଝାମଣା ଶେଷ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.