ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

Gaza: ଗାଜା ଆକ୍ରମଣରେ ଦୁଃଖ ପ୍ରକାଶ କଲା ଭାରତ; ମାନବିୟ ସହାୟତା ପଠାଇବାକୁ କଲା ଘୋଷଣା

Published By : Bijay Swain | March 19, 2025 6:19 PM

Image courtesy: indiatoday

ନୂଆଦିଲ୍ଲୀ: ଗତ ମଙ୍ଗଳବାର ଗାଜାରେ ହୋଇଥିବା ଆକ୍ରମଣ ପାଇଁ ଭାରତ ଗଭୀର ଦୁଃଖ ପ୍ରକାଶ କରିଛି। ଇସ୍ରାଏଲ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଗାଜାର ୪୦୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦୁଇମାସ ହେବ ଚାଲୁଥିବା ଏହି ଛକାପଞ୍ଝା ଖେଳରେ ଅନେକ ଲୋକ ମୃତ୍ୟୁବରଣ କଲେଣି। ବର୍ତ୍ତମାନ ଗାଜା ବନ୍ଧକ ରଖିଥିବା ଲୋକମାନଙ୍କୁ ଇସ୍ରାଏଲକୁ ଫେରାଇ ଦେଉ ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମଇଏ) ଘୋଷଣା କରିଛି। ଏହାସହ ବହୁ ଜଲଦି ଭାରତ ଗାଜାକୁ ମାନବୀୟ ସହାୟତା ପ୍ରଦାନ କରିବ ବୋଲି ଏମଇଏ ଘୋଷଣା କରିଛି। 

ଏମଇଏ ଏକ ବିବୃତ୍ତି ଜାରି କରି କହିଛି ଯେ “ଗାଜା ସାମ୍ନା କରୁଥିବା ଅସୁବିଧା ପାଇଁ ଆମେ ଦୁଃଖିତ। ତେବେ ଗାଜା ଜଲଦି ବନ୍ଧକମାନଙ୍କୁ ମୁକ୍ତ କରିଦେବ ବୋଲି ଆମର ଆଶା ରହିଛି। ଆମେ ବହୁ ଜଲଦି ଗାଜାକୁ ମାନବିୟ ସହାୟତା ପ୍ରଦାନ କରିବୁ” ବୋଲି କହିଛି। 

ଖବର ମୁତାବକ, ଉଭୟ ପକ୍ଷ ଦୁଇମାସର ଅସ୍ତ୍ରବିରତି ମାନିବା ପରେ ବର୍ତ୍ତମାନ ଏହାର ମହଲତ ଶେଷ ହୋଇଛି। ଏହାପରେ ହମାସ ପ୍ରତିପକ୍ଷ ଅସ୍ତ୍ରବିରତି ନେଇ ଇସ୍ରାଏଲ ସହ କୈଣସି କଥାବର୍ତ୍ତା କରିନଥିଲେ କି ବନ୍ଧକମାନଙ୍କୁ ଛାଡି ନଥିଲେ। ଏହାର ଜବାବରେ ଇସ୍ରାଏଲି ସେନା ଗାଜା ଉପରେ ଆକ୍ରମଣ ଜାରି ରଖିଛି। ଗତ ମଙ୍ଗଳବାର ଇସ୍ରାଏଲ ସେନା ଗାଜା ଉପରେ ଏୟାରଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣରେ ମୋଟ୍ ୪୦୦ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଜଣା ପଡିଛି। ସେହିପରି ଇସ୍ରାଏଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସେନାକୁ ହମାସ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ତେଣୁ ଇସ୍ରାଏଲି ସେନା ବାରମ୍ୱାର ଆକ୍ରମଣ କରି ହମାସ ଉପରେ ନିଜ ଚାପ ବନାଇ ରଖିବାକୁ ଚେଷ୍ଟା ଚଳାଇଛି ବୋଲି ସୂଚନା ମିଳିଛି। 

ଆପଣଙ୍କୁ ଜଣାଇରଖୁ ଯେ ୨୦୨୩ ମସିହା ଅକ୍ଟୋବର ମାସ ୭ ତାରିଖରେ ହମାସ ପ୍ରତିପକ୍ଷ ଇସ୍ରାଏଲ ଉପରେ ଆକ୍ରମଣ କରି ମୋଟ୍ ୨୫୦ ଜଣଙ୍କୁ ବନ୍ଧକ ବନାଇ ନେଇଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହବା ପରେ ଉଭୟ ପକ୍ଷ ଏକ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତେବେ ଏହି ଚୁକ୍ତି ଶେଷ ହୋଇଯିବା ପରେ ମଧ୍ୟ ହମାସ ଆଉ ୫୯ ବନ୍ଧକଙ୍କୁ ମୁକ୍ତ କରିନଥିଲା। ଆଉ ଏଥିପାଇଁ ଇସ୍ରାଏଲ ନିଜଆଡୁ ଆକ୍ରମଣ ଜାରି ରଖିଛି। 

ଏହି ଯୁଦ୍ଧକୁ ଦୀର୍ଘ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଯୁଦ୍ଧ ଥମିବାର ନାଁ ନେଉନି। ଏହି ଯୁଦ୍ଧରେ ଇସ୍ରାଏଲର ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହମାସର ୪୮ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି। ଇଜିପ୍ଟ ଓ କତାର ଏନେଇ ଆମେରିକା ସହ କଥାବର୍ତ୍ତା ଚଳାଇଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.