ନୂଆଦିଲ୍ଲୀ,୨୪/୦୩: ଚୀନର ୫ ସାମଗ୍ରୀ ଉପରେ ଭାରତ ଆଣ୍ଟି ଡମ୍ପିଂ ଟିକସ ଲାଗୁ କରିଛି । ଅପେକ୍ଷାକୃତ ଶସ୍ତା ମୂଲ୍ୟରେ ପଡ଼ୋଶୀ ଦେଶରୁ ସାମଗ୍ରୀ ଆମଦାନି ହେଉଥିବାରୁ ଏହା ଦ୍ୱାରା ଘରୋଇ ବଜାରର ଶିଳ୍ପ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଛି । ଏହାକୁ  ନଜରରେ ରଖି କେନ୍ଦ୍ର ସରକାର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  

ସଫ୍ଟ ଫେରାଇଟି କୋରସ୍‌, ଭାକ୍ୟୁମ୍‌ ଇନ୍‌ସୁଲେଟେଡ୍‌ ଫ୍ଲାସ୍କ, ଆଲୁମିନିୟମ  ଫଏଲ୍‌, ଟ୍ରାଇକ୍ଲୋରୋ ଆଇସୋସିନ୍‌ରିକ  ଏସିଡ୍‌, ପଲି ଭିନିଲ୍‌ କ୍ଲୋରାଇଡ  ପେଷ୍ଟ ରେଜିନ ଭଳି ସାମଗ୍ରୀ ଉପରେ  ଏହି ନୂଆ ଟିକସ ଲାଗୁ ହେବ । ସଫ୍ଟ ଫେରାଇଟି କୋରସ,  ଭାକ୍ୟୁମ ଇନ୍‌ସୁଲେଟେଡ୍‌ ଫ୍ଲାସ୍କ ଏବଂ  ଟ୍ରାଇକ୍ଲୋରୋ ଆଇସୋସିନରିକ ଏସିଡ୍‌  ଉପରେ ୫ ବର୍ଷ ଲାଗି ଟିକସ ଲାଗୁ  ହେବ ବୋଲି କେନ୍ଦ୍ରୀୟ ପରୋକ୍ଷ ଏବଂ  ସୀମା ଶୁଳ୍କ ବୋର୍ଡ ପକ୍ଷରୁ ସୂଚନା  ମିଳିଛି । ୬ ମାସ ଲାଗି ଆଲୁମିନିୟମ  ଫଏଲ ଉପରେ ଟନ୍‌ ପିଛା ୮୭୩  ଡଲାର ଆଣ୍ଟି ଡମ୍ପିଂ ଟିକସ ଲାଗୁ ହେବ ।  ଚୀନ ଏବଂ ଜାପାନରୁ ଏସିଡ୍‌ ଆମଦାନି  ଉପରେ ଟନ୍‌ ପିଛା ୨୭୭ ଡଲାରରୁ  ୯୮୬ ଡଲାର ଟିକସ ଲାଗୁ ହେବ ।  

ଇ-ଯାନ, ଚାର୍ଜର ଏବଂ ଟେଲିକମ  ଡିଭାଇସରେ ବ୍ୟବହାର ହେଉଥିବା  ସଫ୍ଟ ଫେରାଇଟି କୋରସ୍‌ ଉପରେ  ୩୫% ଯାଏ ଟିକସ ଲାଗିବ । ଭାକ୍ୟୁମ ଇନ୍‌ସୁଲେଟେଡ ଫ୍ଲାସ୍କ ଉପରେ ଟନ୍‌  ପିଛା ୧୭୩୨ ଡଲାର ଟିକସ ଲାଗୁ  ନେଇ ଘୋଷଣା କରାଯାଇଛି । ପଲି  ଭିନିଲ ଉପରେ ଟନ୍‌ ପିଛା ୮୯  ଡଲାରରୁ ୭୦୭ ଡଲାର ଆଣ୍ଟିଂ  ଡମ୍ପିଂ ଟିକସ ଲାଗୁ ହେବ । ଚୀନ,  କୋରିଆ, ମାଲେସିଆ, ନରେୱ,  ତାଇୱାନ ଏବଂ ଥାଇଲ୍ୟାଣ୍ଡ ଭଳି  ଦେଶରୁ ହେଉଥିବା ଏହି ବର୍ଗର  ଉତ୍ପାଦ ଉପରେ ୫ ବର୍ଷ ଲାଗି ଆଣ୍ଟି  ଡମ୍ପିଂ ଟିକସ ଲାଗୁ କରିଛି ଭାରତ ।  ଡିଜିଟିଆର୍‌ ତଦନ୍ତ ପରେ କେନ୍ଦ୍ର  ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିଛନ୍ତି । ଚୀନ ଭାରତର ଦ୍ୱିତୀୟ  ବୃହତ ବାଣିଜ୍ୟିକ ସହଯୋଗୀ ।

କେନ୍ଦ୍ର ଆଣିବ ଏକକ ନିଯୁକ୍ତି ପୋର୍ଟାଲ,ଏହା କାର୍ଯ୍ୟକ୍ଷମ ହେଲେ ଆଶାୟୀଙ୍କ ସମୟ ଏବଂ ଶକ୍ତି ଅପଚୟକୁ ରୋକିବ