ବାଲି: ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ୧୧ତମ ସେନା ସ୍ଟାଫ ବୈଠକ ଜୁଲାଇ ୮ରୁ ୧୦, ୨୦୨୫ ପର୍ଯ୍ୟନ୍ତ ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହୋଇ ସମାପ୍ତ ହୋଇଛି। ଏହି ବୈଠକରେ ଉଭୟ ଦେଶ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଏବଂ କ୍ଷେତ୍ରୀୟ ଶାନ୍ତି ଓ ସ୍ଥିରତା ପ୍ରୋତ୍ସାହନ ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରିଛନ୍ତି। ଭାରତୀୟ ସେନାର ଅତିରିକ୍ତ ନିର୍ଦ୍ଦେଶକ ଜେନେରାଲ ଅଫ ପବ୍ଲିକ ଇନଫର୍ମେସନ ଏକ ଏକ୍ସ ପୋଷ୍ଟରେ ଏହି ବୈଠକର ବିବରଣୀ ପ୍ରକାଶ କରିଛନ୍ତି।
ବୈଠକରେ ଭାରତୀୟ ଓ ଇଣ୍ଡୋନେସିଆ ସେନା ମଧ୍ୟରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସାମରିକ ମହତ୍ତ୍ୱାକାକ୍ଷାଂ, କାଉଣ୍ଟର-ଇଣ୍ଟେଲିଜେନ୍ସ (ମନସ୍ତାତ୍ତ୍ୱିକ ଅପରେସନ), ଜଙ୍ଗଲ ଓ ପାର୍ବତ୍ୟ ଭୂମିରେ ଯୁଦ୍ଧ ତାଲିମ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ଉଭୟ ଦେଶ ମିଶି ମୁକାବିଲା କରିବା ପାଇଁ ମନସ୍ତାତ୍ତ୍ୱିକ ଅପରେସନରେ ଭାରତର ବିଶେଷଜ୍ଞତାକୁ ବ୍ୟବହାର କରିବା ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରିଛନ୍ତି।
ଏହା ସହିତ, ଇଣ୍ଡୋନେସିଆର ଚାଲୁଥିବା ପ୍ରତିରକ୍ଷା ଆଧୁନିକୀକରଣ କାର୍ଯ୍ୟକ୍ରମକୁ ସମର୍ଥନ କରିବା ପାଇଁ ଭାରତ ଅଭିଜ୍ଞତା ଓ ବିଶେଷଜ୍ଞତା ବିନିମୟ କରିବାକୁ ସହମତ ହୋଇଛି। ଦୁଇ ଦେଶ ଜଏଣ୍ଟ ଡିଫେନ୍ସ କୋଅପରେସନ କମିଟି (JDCC) ମାଧ୍ୟମରେ ପ୍ରତିରକ୍ଷା ଶିଳ୍ପରେ ସହଯୋଗ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋୱୋ ସୁବିଆଣ୍ଟୋ ମାରିଟାଇମ ସୁରକ୍ଷା ଏବଂ ସମୁଦ୍ର ମାର୍ଗର ସୁରକ୍ଷା ଓ ସୁନିଶ୍ଚିତତା ପାଇଁ ଭାରତର ଆଗ୍ରହକୁ ସ୍ୱାଗତ କରିଛନ୍ତି।
ଏହି ବୈଠକ ଇଣ୍ଡୋ-ପ୍ୟାସିଫିକ ଅଞ୍ଚଳରେ ଏକ ସୁରକ୍ଷିତ, ସ୍ଥିର ଓ ନିୟମଭିତ୍ତିକ ବ୍ୟବସ୍ଥା ଗଢ଼ିବା ପାଇଁ ଭାରତ ଓ ଇଣ୍ଡୋନେସିଆର ମିଳିତ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋୱୋ ସୁବିଆଣ୍ଟୋ ଭାରତର ୭୬ତମ ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଯେଉଁଠାରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ ହୋଇଥିଲା।
ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଏହି ନିକଟତର ସହଯୋଗ କ୍ଷେତ୍ରୀୟ ସ୍ଥିରତା ଓ ସମୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହା ଉଭୟ ଦେଶର ସାମରିକ ଓ କୂଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।