ନୂଆଦିଲ୍ଲୀ : ଇରାନର ଦିବଙ୍ଗତ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନିଙ୍କୁ ଭାରତ ସରକାର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିସ୍ରି ଗୁରୁବାର ନୂଆ ଦିଲ୍ଲୀ ସ୍ଥିତ ଇରାନୀ ଦୂତାବାସରେ ପହଞ୍ଚି ଶୋକ ପୁସ୍ତିକା ଉପରେ ଦସ୍ତଖତ କରିଛନ୍ତି ଏବଂ ଇରାନର ପୂର୍ବତନ ସର୍ବୋଚ୍ଚ ନେତାଙ୍କ ନିଧନରେ ଗଭୀର ସମ୍ୱେଦନା ବ୍ୟକ୍ତ କରିଛନ୍ତି। କହି ରଖୁଛୁ କି , ୨୮ ଫେବ୍ରୁଆରୀ ୨୦୨୬ରେ ଇସ୍ରାଏଲ ଓ ଆମେରିକା ମିଳିତ ଭାବ ଇରାନ ଉପରେ ବଡ଼ ସ୍ତରରେ ଆକ୍ରମଣ କରିଥିଲେ, ଏଥିରେ ଇରାନର ସୁପ୍ରିମ ଲିଡର ଆୟତୁଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ହୋଇଥିଲା।

ଏହି ହମଲା ପରେ ଇରାନରେ ଗଭୀର ଶୋକ ଓ ରାଜନୀତିକ ଉତ୍ଥାନ ପତନ ଲାଗି ରହିଛି। ଅନ୍ୟପଟେ ଭାରତର ବିରୋଧୀ ଦଳ ସରକାରଙ୍କ ଉପରେ ଅନେକ ପ୍ରକାରର ଅଭିଯୋଗ କରୁଛନ୍ତି , ଏହାସହ କିଛି ଲୋକଙ୍କ କହିବା ଥିଲା ଯେ, ଭାରତ ପକ୍ଷରି ଏବେସୁଦ୍ଧା କୌଣସି ଅଫିସିଆଲି ବିବୃତ୍ତି ଜାରି କରାଯାଇ ନଥିଲା। ଦେଶ ଭିତରେ ଚାଲୁଥିବା ରାଜନୀତିକ ଯୁକ୍ତି ମଧ୍ୟରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ଇରାନୀ ଦୂତାବାସ ଯାଇ ଏହି ଦୁଃଖଦ ଘଟଣା ଉପରେ ଇରାନ ସରକାର ଓ ସେଠାର ଲୋକଙ୍କ ପ୍ରତି ସମ୍ୱେଦନା ବ୍ୟକ୍ତି କରିଛନ୍ତି। ସେ ଶୋକ ପୁସ୍ତିକାରେ ମେସେଜ  କରି ଥିଲେ ଏବଂ ଭାରତ-ଇରାନ ମଧ୍ୟରେ ମଜବୁତ ଦ୍ୱିପାକ୍ଷୀୟ ସମ୍ୱନ୍ଧକୁ ଦୋହରାଇ ଥିଲେ।

ଏହାସହ ମଧ୍ୟ ପଢନ୍ତୁ : ରୁଷ୍ ତ ନିଜେ ହତାଶରେ , ଇରାନକୁ କଣ ରକ୍ଷା କରିବ ; ସୁଯୋଗ ଦେଖି ଟାର୍ଗେଟ୍ କଲେ ଜେଲେନସ୍କି

ଇରାନରେ ଆୟତୁଲ୍ଲା ଖାମେନିଙ୍କ ମୃତ୍ୟୁ ପରେ ୪୦ ଦିନର ରାଷ୍ଟ୍ରୀୟ ଶୋଷ ଘୋଷିତ କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଅନେକ ଦେଶ ତାଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଏହାସହ କ୍ଷେତ୍ରୀୟ ଉତ୍ତେଜନା ବଢିବାର ଆଶଙ୍କା ମଧ୍ୟ କରାଯାଉଛି। ଭାରତ ଏହି ସମ୍ୱେଦନଶୀଳ ସ୍ଥିତିରେ ସନ୍ତୁଳିତ ଆଭିମୁଖ୍ୟ ଆପଣାଇ ଇରାନ ସହ ନିଜର ଐତିହାସିକ ସମ୍ୱନ୍ଧକୁ ଦୃଢ କରି ରଖିବାର ବାର୍ତ୍ତା ଦେଇଛି।

ଉଲ୍ଲେଖନୀୟ ଯେ, ଗୁରୁବାର ଆମ୍ ଆଦମ୍ ପାର୍ଟି ଆମେରିକା-ଇରାନ ମଧ୍ୟରେ ଚାଲୁ ଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ ପ୍ରଶ୍ନ କରି କହିଛି ଯେ, ଏହା ଦେଶ ପାଇଁ ବିପଜ୍ଜନକ। ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପଞ୍ଜାବ ପ୍ରଭାରୀ ମନୀଷ ସିସୋଦିଆ ଆଜି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କର ଏହି ନିରବତା ଭାରତ ପାଇଁ ବିପଜ୍ଜନକ ସଙ୍କେତ। ଆମେରିକା ଏହି ଯୁଦ୍ଧର ପ୍ରସ୍ତୁତି ଅନେକ ମାସରୁ କରୁଥିଲା। ତାକୁ ଜଣାଥିଲା ଯେ, ଯୁଦ୍ଧ ଆରମ୍ଭ ହେବା ପରେ ତୈଳର ସପ୍ଲାଇ ପ୍ରଭାବିତ ହୋଇପାରେ, ତଥାପି ଆମେରିକା ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଭାରତକୁ ରୁଷ୍‌ ଠାରୁ ତୈଳ କ୍ରୟ ନକରିବାକୁ ମନେଇ ଥିଲା। ଏଥିରେ ଦେଶବାସୀ ଜାଣିବାକୁ ଚାହିଁଛନ୍ତି ଆମେରିକା ଆମ ପ୍ରଧାନମନ୍ତ୍ରୀଙ୍କୁ ଭ୍ରମିତ କଲା ନା ନିଜେ ପ୍ରଧାନମନ୍ତ୍ରୀ ଆମେରିକାକୁ ଖୁସି କରିବା ପାଇଁ ଭାରତର ହିତ ସହ ଚୁକ୍ତି କରିଥିଲେ ?