ନୂଆଦିଲ୍ଲୀ : ଇରାନ-ଆମେରିକା ଓ ଇସ୍ରାଏଲ ମଧ୍ୟରେ ଜାରି ଯୁଦ୍ଧ ଦିନକୁ ଦିନ ବିକଟାଳ ରୂପ ନେଉଛି। ଏହି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ରୁଷ୍ ଖୋଲାଖୋଲି ଇରାନର ସହଯୋଗୀ ଭାବେ ବ୍ୟବହାର କରୁ ନାହିଁ। ସେ ଏହା ପଛର କାରଣ କହି ଟାର୍ଗେଟ୍ କରିଛନ୍ତି , ଆଉ କହିଛନ୍ତି ରୁଷ୍ ତ ନିଜେ ଖାଲି ହୋଇ ସାରିଛି , ସେ କଣ ବନ୍ଧୁ ଇରାନକୁ ସାହାଯ୍ୟ କରିବ। ଜେଲେନସ୍କିଙ୍କ ଦାବି ଯେ, ରୁଷ୍ର ସାମରିକ କ୍ଷମତା ଦୁର୍ବଳ ହୋଇ ସାରିଛି, କାରଣ ଚାରି ବର୍ଷ ହେବ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରେ ତାର ସୈନିକ ଖୁବ୍ ହତାଶ ହୋଇ ଯାଇଛନ୍ତି। ଜେଲେନସ୍କିଙ୍କ ମୁତାବିକ, ଏହି କାରଣରୁ ରୁଷ୍ ଚାହିଁବି ଇରାନର ସାହାଯ୍ୟ କରିବା ସ୍ଥିତିରେ ନାହିଁ।

ଏକ ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି , ମୋର ବିଶ୍ୱାସ ଯେ, ତା ( ରୁଷିଆ) ପାଖରେ ଆଉ କ୍ଷମତା ବି ନାହିଁ। ତାର ସବୁ ସେନା ୟୁକ୍ରେନ ମାତିରେ ପୋତି ହୋଇ ଯାଇଛନ୍ତି କିମ୍ୱା ୟୁକ୍ରେନ ବିରୋଧ ଯୁଦ୍ଧରେ ନିୟୋଜିତ ଅଛନ୍ତି। ସେ କହିଛନ୍ତି , ପୂର୍ବରୁ ମଧ୍ୟ ଏମିତି ଦୃଶ୍ୟ ସିରିଆରେ ଦେଖିବାକୁ ମିଳି ଥିଲା ଏବଂ ଏବେ ଇରାନର ମାମଲାରେ ମଧ୍ୟ ରୁଷ୍ ସୀମିତ ଭୂମିକା ତୁଲାଇବା ନଜର ଆସୁଛି।

ଏହାସହ ୟୁକ୍ରେନ ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି ଯେ, ରୁଷ୍ ଇରାନକୁ ଅସ୍ତ୍ରଶସ୍ତ୍ର ଓ ଟେକ୍ନିକାଲ ସହାୟତା ଦେଉଛି। ତାଙ୍କର କହିବାନୁସାରେ , ଇରାନୀ ଡ୍ରୋନ୍ ( ଶାହେଦ)ର ଭଗ୍ନାବଶେଷରେ ରୁଷୀୟ ଇଲେକ୍ଟ୍ରୋନିକ ଉପକରଣର ପ୍ରମାଣ ମିଳୁଛି। ଜେଲେନସ୍କି କହିଛନ୍ତି, ଏହା ମଧ୍ୟ ସମ୍ଭବ ଯେ, ରୁଷ୍ ଇରାନକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଉପଲବ୍ଧ କରାଇପାରେ , କାରଣ ରୁଷ୍ ନିକଟରେ ଏମିତି ଅସ୍ତ୍ରର ପର୍ଯ୍ୟାପ୍ତ ଭଣ୍ଡାର ଅଛି।

ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଇରାନ ରୁଷ୍କୁ ଅସ୍ତ୍ରଶସ୍ତ୍ର ଉପଲବ୍ଧ କରାଉ ଥିଲା , ଯାହାର ବ୍ୟବହାର ୟୁକ୍ରେନ ବିରୋଧରେ କରାଯାଇଛି। ହେଲେ ବର୍ତ୍ତମାନ ପରିସ୍ଥିତିରେ ଇରାନ ପାଇଁ ରୁଷ୍କୁ ଅସ୍ତ୍ରଶସ୍ତ୍ର ପଠାଇବା କଠିନ ହୋଇପାରେ, ହେଲେ ରୁଷ୍ ଏବେ ଇରାନ ଠାରୁ ମିଳୁଥିବା ଟେକ୍ନିକାଲ ଲାଇସେନ୍ସର ଆଧାରରେ ମିସାଇଲ ଓ ଡ୍ରୋନ୍ର ଉତ୍ପାଦନ ନିଜେ ତିଆରି କରୁଛି। ଜେଲେନସ୍କି ଏହି ଚିନ୍ତା ମଧ୍ୟ ବ୍ୟକ୍ତ କରିଛନ୍ତି ଯେ, ଯଦି ପଶ୍ଚିମ ଏସିଆରେ ଯୁଦ୍ଧ ଦୀର୍ଘଦିନ ଧରି ଚାଲେ,ତ ସଂଯୁକ୍ତ ରାଷ୍ଟ୍ର ଆମେରିକା ନିଜର ଓ ନିଜ ସହଯୋଗୀଙ୍କ ସୁରକ୍ଷା ପାଇଁ ଅଧିକ ଉତ୍ସ ବ୍ୟବହାର କରିବ। ଏହି ସ୍ଥିତିରେ ଆମେରିକୀୟ ପାଟ୍ରିୟଟ୍ ବାୟୁ ପ୍ରତିରକ୍ଷା ସିଷ୍ଟମର ଇଣ୍ଟରନେପ୍ଟର ମିସାଇଲ-PAC-2 ଓ PAC-3 ର ଉତ୍ପାଦନ ଓ ଉପଯୋଗକୁ ପ୍ରାଥମିକତା ଦିଆଯାଇ ପାରେ , ଯେଉଁଥିରେ ୟୁକ୍ରେନକକୁ ମିଳିବାକୁ ଥିବା ସାମରିକ ସହାୟତା କମ୍ ହୋଇପାରେ।