ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦୁନିଆର ଶୀର୍ଷ ୧୦ ବ୍ୟସ୍ତ ବହୁଳ ବିମାନବନ୍ଦର ତାଲିକାରେ ସାମିଲ ହେଲା IGIA

Published By : Tapas Panda | April 14, 2025 11:15 PM

Image Courtesy: newindianexpress

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGIA) ଏବେ ବିଶ୍ୱର ଶ୍ରେଷ୍ଠ ୧୦ ବ୍ୟସ୍ତବହୁଳ ବିମାନବନ୍ଦର ତାଲିକାରେ ସାମିଲ ହୋଇଛି । ୨୦୧୯ ରେ ଏୟାରପୋର୍ଟସ୍‌ କାଉନସିଲ୍‌ ଇଣ୍ଟରନ୍ୟାସନାଲ (ACIE) ଦ୍ୱାରା ଦିଲ୍ଲୀ ବିମାନବନ୍ଦର ୧୭ତମ ସ୍ଥାନରେ ଥିଲା। ତା’ପରେ ଏହା ୨୦୨୧ରେ ୧୩ ତମ ସ୍ଥାନରେ ଏବଂ ୨୦୨୩ ରେ ୧୦ମ ସ୍ଥାନରେ ପହଞ୍ଚିଥିଲା । ଏବେ ୨୦୨୪ ମସିହାରେ ଏହା  ନବମ ସ୍ଥାନ ହାସଲ କରିଛି। ଏହା ଏକ ଐତିହାସିକ ସଫଳତା। 

ରିପୋର୍ଟ ଅନୁଯାୟୀ, ୨୦୨୪ ରେ ଦିଲ୍ଲୀ ବିମାନବନ୍ଦରରୁ ୭.୭ କୋଟି ଯାତ୍ରୀ ଯାତ୍ରା କରିଥିଲେ। ୨୦୨୪ରେ ସାରା ବିଶ୍ୱରେ ମୋଟ ୯.୫ ବିଲିୟନ ଯାତ୍ରୀ ବିମାନରେ ଯାତ୍ରା କରିଥିଲେ । ଯାହା ୨୦୨୩ ତୁଳନାରେ ୯ ପ୍ରତିଶତ ଅଧିକ। ଅର୍ଥାତ୍, ଲୋକମାନେ ଏବେ ପୁଣି ଥରେ ବହୁ ମାତ୍ରାରେ ବିମାନ ଯାତ୍ରା ଆରମ୍ଭ କରିଛନ୍ତି। ଦିଲ୍ଲୀ ବିମାନବନ୍ଦରକୁ ଏହି ମାନ୍ୟତା ମିଳିବା ପଛରେ ଅନେକ କାରଣ ରହିଛି ।

ଭିତ୍ତିଭୂମିରେ ସୁଧାର, ବିଶ୍ୱ ସଂଯୋଗୀକରଣ ଏବଂ ପରିବେଶ ପ୍ରତି ପ୍ରତିବଦ୍ଧତା ମୁଖ୍ୟ କାରଣ ଗୁଡ଼ିକ ମଧ୍ୟରେ ଅନ୍ୟତମ । ଦିଲ୍ଲୀ ବିମାନବନ୍ଦରରେ ନୂତନ ଟର୍ମିନାଲ, ବିସ୍ତାରିତ ରନୱେ, ସ୍ମାର୍ଟ ପ୍ରଯୁକ୍ତିଏ ବଂ ସ୍ୱୟଂଚାଳିତ ବ୍ୟାଗେଜ ସିଷ୍ଟମ ଏହାକୁ ସ୍ୱତନ୍ତ୍ର କରିଥାଏ। ଏହା ବ୍ୟତୀତ, ଦିଲ୍ଲୀରୁ ଏବେ ୧୫୦ ରୁ ଅଧିକ ଅନ୍ତର୍ଜାତୀୟ ସ୍ଥାନକୁ ସିଧାସଳଖ ବିମାନ ସେବା ଉପଲବ୍ଧ। ଏହାର ଅର୍ଥ ହେଉଛି, ବିଶ୍ୱ ଏବେ ଦିଲ୍ଲୀର ନିକଟତର ହେଉଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.