ପ୍ରମୂଖ ଖବର
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଭାରତର ସବୁ ବିମାନବନ୍ଦରରେ ହାଇ ଆଲର୍ଟ ଜାରୀ; ନିର୍ଦ୍ଦେଶନାମା ଜାରି କଲା ବିମାନ ବିମାନ ଚଳାଚଳ ମନ୍ତ୍ରାଳୟ

Published By : Soubhagya Ranjan | May 9, 2025 12:23 AM

ନୂଆଦିଲ୍ଲୀ,୦୮/୦୫: ଭାରତର ଅପରେସନ ସିନ୍ଦୂରର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ପାକିସ୍ତାନ ଜାମ୍ମୁ ଏବଂ ଅନ୍ୟାନ୍ୟ ସହର ଉପରେ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିଲା, ଯାହାକୁ ଆକାଶରେ ଗୁଳି କରି ଖସାଇ ଦେଇଥିଲା ଭାରତୀୟ ସେନା। ଭାରତ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପାକିସ୍ତାନର ଲାହୋରରେ ଭାରତ ଏକ ବଡ଼ ଆକ୍ରମଣ କରିଛି। ଏହାରି ଭିତରେ ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ଆହୁରି ସୁଦୃଢ଼ କରାଯାଉଛି। ସିଭିଲ ଏଭିଏସନ୍ ସିକ୍ୟୁରିଟି ବ୍ୟୁରୋ ସମସ୍ତ ଏୟାରଲାଇନ୍ସ ଏବଂ ବିମାନବନ୍ଦରଗୁଡ଼ିକୁ ସେମାନଙ୍କର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଖବର ଏଜେନ୍ସି ଏଏନ୍ଆଇକୁ ଦେଇଥିବା ସୂଚନା ଅନୁସାରେ ଦେଶର ସମସ୍ତ ଏୟାରଲାଇନ୍ସ ଏବଂ ବିମାନବନ୍ଦରଗୁଡ଼ିକୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି। ସମସ୍ତ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ସେକେଣ୍ଡାରୀ ଲେଡର ପଏଣ୍ଟ ଚେକିଙ୍ଗ (SLPC) କରାଯିବ। ଟର୍ମିନାଲ କୋଠାରେ ପରିଦର୍ଶକଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଛି। ଏୟାର ମାର୍ଶାଲମାନଙ୍କୁ ନିୟୋଜିତ କରାଯିବ।"

ଆକାଶ ଏୟାର ଏକ ଯାତ୍ରା ମାର୍ଗଦର୍ଶିକା ଜାରି କରିଛି। ଏକ୍ସ ରେ ଏୟାରଲାଇନ୍ସର ଏକ ପୋଷ୍ଟରେ କୁହାଯାଇଛି, "ଭାରତର ସମସ୍ତ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଯୋଗୁଁ, ଆମେ ଆପଣଙ୍କୁ ସୁଗମ ଚେକ୍-ଇନ୍ ଏବଂ ବୋର୍ଡିଂ ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ପ୍ରସ୍ଥାନର ଅତି କମରେ ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ଅନୁରୋଧ କରୁଛୁ। ଦୟାକରି ବିମାନବନ୍ଦରରେ ପ୍ରବେଶ ପାଇଁ ଏକ ସରକାରୀ ଅନୁମୋଦିତ ଫଟୋ ପରିଚୟ ପତ୍ର ସାଙ୍ଗରେ ନେଇ ଆସନ୍ତୁ। ଆପଣଙ୍କର ଚେକ୍-ଇନ୍ ବ୍ୟାଗେଜ ବ୍ୟତୀତ, କେବଳ ୭ କିଲୋଗ୍ରାମ ଓଜନର ଗୋଟିଏ ହ୍ୟାଣ୍ଡବ୍ୟାଗ୍‌ ପାଇଁ ଅନୁମତି ଦିଆଯିବ। ନିର୍ଦ୍ଦେଶାବଳୀ ଅନୁସାରେ, ସମସ୍ତ ଯାତ୍ରୀଙ୍କୁ ବୋର୍ଡିଂ ପୂର୍ବରୁ ଦୁଇଥର ସୁରକ୍ଷା ଯାଞ୍ଚ କରିବାକୁ ପଡ଼ିବ।"

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.