ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

WTC 25 ପଏଣ୍ଟ୍ସ ଟେବୁଲରେ ଭାରତୀୟ ଟିମ୍ର ଧମାକା, ଏକାସାଥିରେ ପଛରେ ପକାଇଲେ ଦୁଇଟି ଟିମକୁ

ନୂଆଦିଲ୍ଲୀ,୫/୨ : ଇଂଲଣ୍ଡକୁ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ହରାଇବା ସହ ଭାରତୀୟ ଟିମ୍‌ ଟେଷ୍ଟ ସିରିଜକୁ ୧-୧‌ରେ ବରାବର କରିଦେଇଛି । ସେହିଭଳି ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ୍ସ ଟେବୁଲରେ ଏକ ବି ଲମ୍ବା ଲମ୍ଫ ଲଗାଇଛନ୍ତି । ପ୍ରକାଶ ଯେ, ପ୍ରଥମ ଟେଷ୍ଟରେ ମିଳିଥିବା ପରାଜୟ ପରେ ଭାରତୀୟ ଟିମ୍ WTC 25 ଷ୍ଟାଣ୍ଡିଂରେ ପଞ୍ଚମ ନମ୍ବରରେ ଆସିଯାଇଛି । ସେହିଭଳି ଦ୍ବିତୀୟ ଟେଷ୍ଟ ମ୍ୟାଚ ଜିତିବା ସହ ଭାରତୀୟ ଟିମକୁ ଲାଭ ହୋଇଛି ଏବଂ ନମ୍ବର୨ରେ ପହଞ୍ଚି ଯାଇଛି । ଭାରତୀୟ ଟିମ୍ ସାଉଥ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ନମ୍ବର ୨ପଜିଶନ ହାସଲ କରିବାରେ ସଫଳତା ଲାଭ କରିଛି । ଏହି ସମୟରେ WTC 25 ଷ୍ଟାଣ୍ଡିଂରେ ନମ୍ବର ଓ୍ବାନରେ ଅଷ୍ଟେ୍ରଲିଆ ଟିମ୍ ଅଛି ।

ଭାରତୀୟ ଟିମ୍ ୫୨.୭୭ବିଜୟ ପ୍ରତିଶତ ସହ ପଏଣ୍ଟ୍ସ ଟେବୁଲରେ ଦ୍ବିତୀୟ ନମ୍ବରରେ ପହଞ୍ଚି ଯାଇଛି ତ ସେହିଭଳି ପ୍ରଥମ ନମ୍ବରରେ ଏହି ସମୟରେ ଅଷ୍ଟେ୍ରଲିଆ ଅଛି ଯାହା ୫୫ପ୍ରତିଶତ ବିଜୟ ପ୍ରତିଶତ ସହ ଦ୍ବିତୀୟ ନମ୍ବରରେ ଅଛି । ତୃତୀୟ ନମ୍ବରରେ ଭାରତୀୟ ଟିମ୍ ଅଛି ତ ସେହିଭଳି ଚତୁର୍ଥ ନମ୍ବରରେ ଏହି ସମୟରେ ସାଉଥ ଆଫ୍ରିକା ଟିମ୍‌ରେ ଅଛି । ଆଫ୍ରିକା ଟିମର ବିଜୟ ପ୍ରତିଶତ ୫୦ପ୍ରତିଶତ ଅଛି । ଚତୁର୍ଥ ନମ୍ବରରେ ନ୍ୟୁଜିଲାଣ୍ଡ ଅଛି ତ ସେହିଭଳି ପଞ୍ଚମ ନମ୍ବରରେ ବାଙ୍ଗଲାଦେଶ ଟିମ୍ ଅଛି । ପାକିସ୍ତାନ୍ ଟିମ୍ ଏହି ସମୟରେ ପଏଣ୍ଟ୍ସ ଟେବୁଲରେ ୬ଷଷ୍ଠ ନମ୍ବରରେ ଅଛି । ପାକିସ୍ତାନର ପଏଣ୍ଟ୍ସ ପରସେଣ୍ଟେଜ୍ ୩୬.୬୬ର ଅଟେ ।

ସେହିଭଳି ଦ୍ବିତୀୟ ଟେଷ୍ଟ ମ୍ୟାଚର କଥା କହିବା ତ ଭାରତକୁ ୧୦୬ରନରେ ବିଜୟୀ ମିଳିଛି । ଯେଉଁଥିରେ ଭାରତୀୟ ବୋଲରଙ୍କ ଜଲଓ୍ବା ଦେଖିବାକୁ ମିଳିଛି । ବୁମରାହ ପ୍ରାୟ ୯ଓ୍ବିକେଟ ନେଇଛନ୍ତି ଏବଂ ପ୍ଲେୟର ଅଫ ଦ ମ୍ୟାଚର ତାଜ୍ ନିଜ ନାଁରେ କରିଛନ୍ତି । ପ୍ରକାଶ ଯେ, ବୁମରାହ ଇଂଲଣ୍ଡର ପ୍ରଥମ ପାଳି ସମୟରେ ୬ଓ୍ବିକେଟ ନେଇଥିଲେ ସେହିଭଳି ଦ୍ବିତୀୟ ପାଳିରେ ୩ଓ୍ବିକେଟ ନେବାରେ ସଫଳ ରହିଥିଲେ । ଏହା ବ୍ୟତୀତ ଭାରତ ଲାଗି ୟଶ୍ବସ୍ବୀ ଜୟସଓ୍ବାଲ ପ୍ରଥମ ପାଳିରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ଏବଂ ୨୦୯ରନ କରିଥିଲେ । ଜୟସଓ୍ବାଲଙ୍କ ପାଳିର ଦମରେ ଭାରତ ପ୍ରଥମ ପାଳିରେ ୩୯୬ର ସ୍କୋର କରିବାରେ ସଫଳତା ହାସଲ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.