ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜୟ ସହ ଭାରତର ବିଶ୍ବକପ୍‌ ଅଭିଯାନ ଆରମ୍ଭ

ନ୍ୟୁୟର୍କ: ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ବିଜୟ ହାସଲ କରିଛି । ବୋଲରଙ୍କ ଶାଣିତ ବୋଲିଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଋଷଭ ପନ୍ତଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଭାରତ ଟି-୨୦ ବିଶ୍ଵକପର ନିଜର ପ୍ରଥମ ମ୍ୟାଚ୍ରେ ଆୟରଲାଣ୍ଡକୁ ପରାସ୍ତ କରିଛି। ଏଥିସହ ରୋହିତ ବାହିନୀ  ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। 

ଆୟରଲାଣ୍ଡ ଦ୍ଵାରା ଧାର୍ଯ୍ୟ ୯୭ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୨.୨ ଓଭରରେ କେବଳ ୨ ଓ୍ଵିକେଟ୍ ହରାଇ ହାସଲ କରିନେଇଛି। ରୋହିତ ଶର୍ମା ୫୨ ରନ କରି ରିଟାୟର୍ଡ ହଟ୍ ହୋଇଥିଲେ। ଋଷଭ ପନ୍ତ ୩୬ ରନର ଅପରାଜିତ ଇନିଂସ ଖେଳିଛନ୍ତି। 

ପ୍ରଥମେ ବ୍ୟାଟିଂ କରିଥିବା ଆୟରଲାଣ୍ଡ  ୧୬ ଓଭରରେ ୯୬ ରନରେ ଅଲଆଉଟ୍ ହୋଇଥିଲା। ଡେଲାନି ସର୍ବାଧିକ ୨୬ ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୨୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଥିବା ବେଳେ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

 

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.