ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

Air Force: ‘ଆକ୍ରମଣ’ ଆରମ୍ଭ କଲା ଭାରତୀୟ ବାୟୁସେନା; ଯୋଗଦେଲେ ରାଫେଲ ସମେତ ସୁଖୋଇ-୩୦ ଏମକେଆଇ ଯୁଦ୍ଧବିମାନ

Published By : Bijay Swain | April 24, 2025 10:46 PM

Image courtesy: indiatoday

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ପାକିସ୍ତାନର ହାତ ଥିବା ନେଇ ଭାରତ ଘେରିବା ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଏହି ସମୟରେ ଭାରତୀୟ ବାୟୁସେନା (ଆଇଏଏଫ) ଗୁରୁବାର ଏକ ବଡ ଧରଣର ଯୁଦ୍ଧ ପ୍ରସ୍ତୁତି ଅଭ୍ୟାସ ଆରମ୍ଭ କରିଛି। ଯାହାର ନାମ ‘ଆକ୍ରମଣ’ ରଖାଯାଇଛି। ଏହି ଅଭ୍ୟାସରେ ରାଫାଲ ଯୁଦ୍ଧବିମାନ ଏବଂ ଅନ୍ୟାନ୍ୟ ମୁଖ୍ୟ ଯୁଦ୍ଧବିମାନ ସାମିଲ ହୋଇ ପାର୍ବତ୍ୟାଞ୍ଚଳ ଏବଂ ଭୂପୃଷ୍ଟରେ ଲକ୍ଷ୍ୟଭେଦ ଅଭ୍ୟାସ କରୁଛନ୍ତି। 

ହରିୟାଣାର ଅମ୍ବାଲା ଏବଂ ପଶ୍ଚିମବଙ୍ଗର ହାସିମାରାରେ ଅବସ୍ଥାପିତ ରାଫାଲ ଯୁଦ୍ଧବିମାନର ଦୁଇଟି ସ୍କ୍ୱାଡ୍ରନ ଏହି ଅଭ୍ୟାସରେ ନେତୃତ୍ୱ ନେଉଛନ୍ତି। ସୁଖୋଇ-୩୦ ଏମକେଆଇ ସମେତ ଅନ୍ୟ ଯୁଦ୍ଧ ବିମାନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ପ୍ରତିରକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଭ୍ୟାସରେ ଆକାଶପଥରୁ ଭୂପୃଷ୍ଟକୁ ଆକ୍ରମଣ ଏବଂ ଇଲେକ୍ଟ୍ରୋନିକ ୱାରଫେୟାରର ଅଭ୍ୟାସ କରାଯାଉଛି। ବିମାନଗୁଡ଼ିକ ପୂର୍ବାଞ୍ଚଳ ସମେତ ବିଭିନ୍ନ ବେସରୁ ସ୍ଥାନାନ୍ତରିତ ହୋଇ ଏହି ପ୍ରସ୍ତୁତି ଅଭ୍ୟସରେ ଯୋଗ ଦେଇଥିବା ଜଣାପଡିଛି।

ଏହି ଅଭ୍ୟାସରେ ମେଟିଅର ଏୟାର-ଟୁ-ଏୟାର ମିସାଇଲ ଏବଂ ରାମ୍ପେଜ ଓ ରକ୍ସ ପରି ଦୀର୍ଘ-ଦୂରଗାମୀ କ୍ଷେପଣାସ୍ତ୍ରର ବ୍ୟବହାର କରାଯାଉଛି। ଯାହା ଦକ୍ଷିଣ ଏସିଆ ଅଞ୍ଚଳରେ ଭାରତୀୟ ବାୟୁସେନାର ରଣନୈତିକ ଶ୍ରେଷ୍ଠତାକୁ ବୃଦ୍ଧି କରିଛି। ଏହି ଅଭ୍ୟାସରେ ଭୂପୃଷ୍ଟ ଏବଂ ପାର୍ବତ୍ୟ ଭୂମିରେ ଉଚ୍ଚ-ତୀବ୍ରତାରେ ଆକ୍ରମଣ ପାଇଁ ପ୍ରସ୍ତୁତି କରାଯାଉଛି ବୋଲି ସୂଚନା ମିଳିଛି।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଲସ୍କର-ଏ-ତୋଇବାର ସହଯୋଗୀ ଦ ରେସିସ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନିଜକୁ ଦାୟି କରିଛି। ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଏହି ପରିସ୍ଥିତିରେ ଭାରତୀୟ ବାୟୁସେନାର ଏହି ଯୁଦ୍ଧ ଅଭ୍ୟାସ ଜାତୀୟ ସୁରକ୍ଷା ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଇଛି। ଏହି ଅଭ୍ୟାସ ଭାରତୀୟ ବାୟୁସେନାର ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ରଣନୈତିକ ଦକ୍ଷତାର ପ୍ରଦର୍ଶନ କରୁଛି। ଯାହା ଭାରତରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.