ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଲେବାନନ୍‌ର ପେଜର ବ୍ଲାଷ୍ଟ ନେଇ ପ୍ରତିକ୍ରିୟା ଦେଲେ ଭାରତୀୟ ସେନା ମୁଖ୍ୟ, କହିଲେ- ଏହା ଇସ୍ରାଏଲର ମାଷ୍ଟରଷ୍ଟେ୍ରାକ୍

Published By : Harapriya Biswal | October 1, 2024 3:07 PM

ନୂଆଦିଲ୍ଲୀ,୧।୧୦: ଲେବାନନ୍‌ରେ ହୋଇଥିବା  ପେଜର ବ୍ଲାଷ୍ଟରେ ଏବେ ଭାରତୀୟ ସେନା ମୁଖ୍ୟଙ୍କ ପ୍ରତିକ୍ରିୟା ମିଳିଛି। ସେ ପେଜର ସପ୍ଲାଇ କରିବାର ପ୍ରଣାଳିକୁ ଇସ୍ରାଏଲର ମାଷ୍ଟରଷ୍ଟେ୍ରାକ୍ ବୋଲି କହିଛନ୍ତି। ଇସ୍ରାଏଲ ଓ ଲେବାନନ୍‌ର ହିଜବୁଲ୍ଲା ମଧ୍ୟରେ ସଂଘର୍ଷ ଜାରି ରହିଛି। ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଲେବାନନ୍‌ରେ ଦୁଇ ଦିନରେ ଲଗାତାର ପେଜର ଓ ଓ୍ବାକି ଟକି ବ୍ଲାଷ୍ଟ ଘଟଣା ଘଟିଥିଲା। ଏଥିରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଅଭିଯୋଗ ଥିଲା ଯେ, ଏତେ ସବୁ ଆକ୍ରମଣ ପଛରେ ଇସ୍ରାଏଲର ହାତ ରହିଛି।

ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କୁ ଯେତେବେଳେ ଇସ୍ରାଏଲର ପେଜର ବମ୍ ତିଆରି କରିବା ନେଇ ପ୍ରଶ୍ନ ପଚରା ଯାଇଥିଲା ସେ କହିଥିଲେ, ଯେଉଁ ପେଜର କଥା କହୁଛନ୍ତି, ତାହା ଏକ ତାଇଓ୍ବାନ କମ୍ପାନୀ, ତାକୁ ହଙ୍ଗେରୀର କମ୍ପାନୀକୁ ସପ୍ଲାଇ କରାଯାଉଛି। ଏହାପରେ ହଙ୍ଗେରୀର କମ୍ପାନୀ ତାଙ୍କୁ ଦେଉଛି। ପ୍ରସ୍ତୁତ କରାଯାଇଥିବା ସେଲ୍ କମ୍ପାନୀ ଇସ୍ରାଏଲ ପକ୍ଷରୁ ଏକ ମାଷ୍ଟ୍ରରଷ୍ଟେ୍ରାକ୍ ଭଳି ଥିଲା। ଏଥିପାଇଁ ବହୁ ବର୍ଷ ପୂର୍ବରୁ ପ୍ରସ୍ତୁତି କରିବାକୁ ପଡେ। ଏଥିରୁ ଲାଗୁଛି ସେମାନେ ଏଥିପାଇଁ ପ୍ରସ୍ତୁତ ଥିଲେ। ଯୁଦ୍ଧ ସେତେବେଳେ ଆରମ୍ଭ ହୁଏନି, ଯେତେବେଳେ ଆପଣ ଲଢିବା ଆରମ୍ଭ କରନ୍ତି। ଯୁଦ୍ଧ ସେତେବେଳେ ଆରମ୍ଭ ହୁଏ, ଯେତେବେଳେ ଆପଣ ପ୍ଲାନିଂ କରିବା ଆରମ୍ଭ କରନ୍ତି। ଏହା ସବୁଠାରୁ ଅଧିକ ଜରୁରୀ।’ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.