ଭୁବନେଶ୍ବର: ରାଜ୍ୟରେ ବହୁ ପେଟ୍ରୋଲ ପମ୍ପରେ ଲାଗିଛି ଲମ୍ବା ଲାଇନ୍ । କେଉଁଠି ଶହେ ଟଙ୍କାର ମିଳୁଛି ତ ଆଉ କେଉଁଠି ୩୦୦ । ଏମିତି ଏକ ସମୟରେ IOCL ପ୍ରେସମିଟ୍ କରି ଲୋକଙ୍କୁ ଆଶ୍ବସ୍ତ କରିଛନ୍ତି । IOCL ସିଜିଏମ କମନନ ସିଲ୍ ପ୍ରେସମିଟରେ କହିଛନ୍ତି କି, ସମସ୍ୟା ତେଲରେ ନୁହେଁ ବରଂ ପ୍ୟାନିକରେ ରହିଛି ।
#ତେଲ_ଅଛି_ଭିଡ଼_କରନି
— Prameya Digital (@PrameyaDigital) May 15, 2026
ତେଲର ଅଭାବ ନଥିବା ନେଇ ସ୍ପଷ୍ଟ କଲା IOCL#odisha #petrolium #iocl #diesel #prameyadigital #prameyaodia pic.twitter.com/29Uv2rnt5v
ସେ କହିଛନ୍ତି କି,ରାଜ୍ୟରେ ତେଲର କୌଣସି ଅଭାବ ନାହିଁ । ପେଟ୍ରୋଲ,ଡିଜେଲ,CNG ଏବଂ LPGର କୌଣସି ଅଭାବ ନାହିଁ | ଦିନରେ 37% କ୍ରୟ ବଢିଛି । ଗ୍ରାହକ ସଂଖ୍ୟା ୩୦-୪୦% ବଢିଗଲେ ପମ୍ପ ଖାଲି ହେବ। ଏହା ଅଭାବ ନୁହେଁ, ଅତିରିକ୍ତ ଭିଡ’ ଯୋଗୁଁ ଏଭଳି ହେଉଥିବା କହିଛନ୍ତି । ଏହାସହ IOCLପକ୍ଷରୁ ୩ଟି ବଡ଼ ଅପିଲ୍ କରାଯାଇଛି ।
୧. ଗାଡି ଟାଙ୍କି ଯେତିକି ଧରୁଛି, ସେତିକି ଭରନ୍ତୁ
୨. ପ୍ଲାଷ୍ଟିକ ବୋତଲରେ ଗଚ୍ଛିତ କରନ୍ତୁନି
୩. ୨୦୦-୫୦୦ ଟଙ୍କାର ଲିମିଟ୍ କେବଳ ଗୁଜବ
ଏହାସହ ସେ କହିଛନ୍ତି କି, ରାଜ୍ୟରେ ‘ସଫିସେଣ୍ଟ ତେଲ’ ସମସ୍ତଙ୍କୁ ମିଳିବ । LPG ବୁକିଂର ୫ ଦିନରେ ଡେଲିଭରି ଗ୍ୟାରେଣ୍ଟି । CNG ଷ୍ଟେସନ ସବୁ ଚାଲୁଛି ଏବଂ ରାଜ୍ୟରେ ଫ୍ୟୁଏଲ ଫୁଲ୍ ଅଛି । ଅସୁବିଧା ଯୋଗାଣର ନୁହେଁ, ଧାରଣାର, ପ୍ୟାନିକ୍ ହୁଅନ୍ତୁନି ଏବଂ ପମ୍ପରେ ଫିଲଡ଼ ଅଫିସର ଅଛନ୍ତି। ଅସୁବିଧା ହେଲେ ସଙ୍ଗେ ସଙ୍ଗେ ଜଣାନ୍ତୁ, IOCL ତୁରନ୍ତ ଆକ୍ସନ ନେବ । ତେଲ ସରିନି, ଧୈର୍ଯ୍ୟ ଧରନ୍ତୁ। ଅନ୍ୟପଟେ ତେଲ ସଙ୍କଟ ଦୂର କରିବା ପାଇଁ ୨ ବର୍ଷ ଇଥାନେଲ ମିଶା ତେଲ ଯାଉଛି ବୋଲି କହିଛନ୍ତି । ଦେଶ ଭିତରେ ଓଡ଼ିଶାରେ ସର୍ବାଧିକ ତେଲ ବିକ୍ରି ହେଉଛି ଏବଂ ଡିଲର୍ ଗଡବଡ କଲେ କଡ଼ା ଆକ୍ସନ ହେବା ନେଇ ସୂଚନା ଦେଇଛନ୍ତି ।