ନୂଆଦିଲ୍ଲୀ, ୧୯/୨: ଏଆଇ ଏବେ ପ୍ରତ୍ୟେକ କ୍ଷେତ୍ରରେ ନିଜର ଦବଦବା ଜାରି ରଖିଛି । ଆଜିକାଲି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହାର ଭୂମିକା କଣ ସମସ୍ତେ ବେଶ ଭଲଭାବେ ଜାଣନ୍ତି । ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟି ୨୦୨୬ । ଯାହାକୁ ନେଇ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏଆଇ କ୍ଷେତ୍ରରେ ଧୁରନ୍ଧର କିଏ?ଏ କ୍ଷେତ୍ରରେ ଏବେ ଭାରତ କେତେ ନମ୍ବର ସ୍ଥାନରେ ରହିଛି। କେଉଁ ଦେଶ ସବୁଠାରୁ ଆଗରେ ରହିଛି ଆଉ ଏହା ପଛରେ କଣ ରହିଛି ପ୍ରମୁଖ କାରଣ?

ଭାରତରେ ଏଆଇ ସମିଟ୍ ୨୦୨୬ ଉଦଘାଟିତ ହୋଇଥିବାବେଳେ ଏହା ଗ୍ଲୋବାଲ୍ ସାଉଥରେ ପ୍ରଥମ ଏବଂ ସବୁଠାରୁ ବୃହତମ ସମ୍ମଳନୀ ହେବାକୁ ଯାଉଛି । ଯେଉଁଥିରେ ଆମେରିକା,ବ୍ରିଟେନ ଏବଂ ଚୀନ ଭଳି ୧୦ଟି ବଡ଼ ବଡ଼ ଦେଶ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ତେବେ ରାଙ୍କିଂ ହିସାବରେ ଆମେ ଯଦି କହିବା କେଉଁ ଦେଶ ଏଆଇ କ୍ଷେତ୍ରରେ ଆଗରେ ରହିଛି ତାହେଲେ ସର୍ବପ୍ରଥମେ ଆସିବ ଆମେରିକାର ନାଁ । ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସବୁବେଳେ ଆଗରେ ରହିଆସିଥିବା ଆମେରିକା ଏଆଇର ଧୁରନ୍ଧର ବୋଲି ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦ୍ବିତୀୟ ସ୍ଥାନରେ ଚୀନ,ତୃତୀୟ ସ୍ଥାନରେ ୟୁକେ ରହିଥିବାବେଳେ ଚତୁର୍ଥ ସ୍ଥାନରେ ରହିଛି ଭାରତ । ଭାରତ ମଧ୍ୟରେ ପଛରେ ପଡ଼ିନାହିଁ । ଏଆଇ କ୍ଷେତ୍ରରେ ବଡ଼ ବଡ଼ ଦେଶକୁ ମଧ୍ୟ ଟକ୍କର ଦେଉଛି ଭାରତ । ପଞ୍ଚମ ସ୍ଥାନରେ ୟୁଏଇ ରହିଥିବାବେଳେ ଦଶମ ସ୍ଥାନରେ ରହିଛି ସିଙ୍ଗାପୁର । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି,ଏହି ରାଙ୍କିଂ କିଭଳି ଭାବେ ପ୍ରସ୍ତୁତ ହୁଏ?କେଉଁ ପାରାମିଟରେ ଜଣାପଡ଼େ କେଉଁ ଦେଶ କେତେ ନମ୍ବର ସ୍ଥାନରେ ରହେ ବୋଲି ।

ରିପୋର୍ଟ ମୁତାବକ ଏହି ରାଙ୍କିଂ ଅନେକ ପାରାମିଟର ଉପରେ ଆଧାରିତ । ଗୋଟିଏ ଦେଶର ଗବେଷଣା ଏବଂ ବିକାଶ,ଦାୟିତ୍ବପୂର୍ଣ୍ଣ ଏଆଇ,ଅର୍ଥନୀତି,ଶିକ୍ଷା,ସରକାରୀ ନୀତି,ଜନସାଧାରଣଙ୍କ ମନୋଭାବ ଏବଂ ଭିତ୍ତିଭୂମି ଉପରେ ଆଧାରିତ । ଏହି ପାରାମିଟର ହିସାବରେ ସ୍କୋର କରାଯାଇ ବଛାଯାଏ । ଏବେ ଜଣିବା କି,ଆମେରିକା ଏବଂ ଚୀନ କାହିଁକି ଆରେ ରହିଥାନ୍ତି । ଆମେରିକା ଶକ୍ତିଶାଳି ଟେକ୍ ପାଇଁ ସବୁବେଳେ ଗର୍ବ କରିଥାଏ । ଯେଉଁଥିରେ ଓପେନ୍ ଏଆଇ,ଗୁଗଲ,ମେଟା,ମାଇକ୍ରୋସଫ୍ଟ,ବଂ ଏନଭିଆଇଡିଏ ଭଳି କମ୍ପାନୀ ରହିଛନ୍ତି । ସେପଟେ ଚୀନ୍ ମଧ୍ୟ ଏକ୍ଷେତ୍ରରେ ବହୁ ଆଗୁଆ ରହିଥିବାବେଳେ ଏଆଇ କ୍ଷେତ୍ରରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି ।

ତେବେ ଭାରତରେ ଏହି ଏଆଇ ଇମ୍ପାକ୍ଟ ସମିଟି ୨୦୨୬ ଆୟୋଜନ ଭାରତ ସରକାରଙ୍କ ଇଲେକ୍ଟେ୍ରାନିକ ଏବଂ ଆଇଟି ମନ୍ତ୍ରାଳୟର ଏକ ପ୍ରୟାସ । ଫେବୃଆରୀ ୧୬ରୁ ଏହା ଆରମ୍ଭ ହୋଇଥିବାବେଳେ ୨୧ ପର୍ଯ୍ୟନ୍ତ ଚାଲିବ । ଏହାଦ୍ବାରା ନୀତି,ଗବେଷଣା,ଶିଳ୍ପ ଏବଂ ଜନସାଧାରଣଙ୍କୁ ସଂଯୋଗ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି "ସମସ୍ତଙ୍କ ମଙ୍ଗଳ ଏବଂ ସମୃଦ୍ଧି ପାଇଁAIବ୍ୟବହାର କରିବା।" ଏହି ଶିଖର ସମ୍ମିଳନୀ ମାଧ୍ୟମରେ,ଟେକ୍ ନେତାମାନେ ବର୍ତ୍ତମାନAIକେଉଁଠାରେ ବ୍ୟବହୃତ ହେଉଛି,ଭବିଷ୍ୟତରେ ଏହା କଣ ପରିବର୍ତ୍ତନ ଆଣିପାରେ ଏବଂ କ୍ଷେତ୍ର କଣ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ସେୟାର କରିବେ।

ଏହାସହ ପଢ଼ନ୍ତୁ : ମୁକେଶ ଅମ୍ବାନୀଙ୍କ ଘୋଷଣା: ଡାଟା ଭଳି ଶସ୍ତା ହେବ ଏଆଇ,ଜିଓ ଭାରତକୁ“ଇଣ୍ଟେଲିଜେନ୍ସ ଯୁଗ”ସହିତ ଯୋଡ଼ିବ