ସୁବର୍ଣ୍ଣପୁର, ୯।୭ :  ବାହାଘର ବରଯାତ୍ରୀ ଯିବା ହେଲା କାଳ l ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି।  ମୃତକ ଜଣକ ହେଲେ ଭୁବନେଶ୍ୱର ମହାକୁର ।

ବିନିକା ଥାନା ବଳାରଙ୍ଗା ଗାଁର ଭୁବନେଶ୍ୱର ମହାକୁର  ଓ ଭରତ ମହାକୁର ବରଯାତ୍ରୀରେ ଯିବା ପାଇଁ ବାଇକରେ ଯାଉଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ଗାଁ ନିକଟରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇ ଫେରାର ମାରିଥିଲା I ଫଳରେ ୨ ଜଣ ବାଇକ ଆରୋହୀ ବାଇକ ଉପରୁ ଛିଟିକି ପଡ଼ିଥିଲେ I ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଭୁବନେଶ୍ୱର ମହାକୁରଙ୍କୁ ମୃତ ଘୋଷଣା କରିଥିଲେ।  ଭରତ ମହାକୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି I ଏପଟେ ଖବର ପାଇଁ ପୋଲିସ ମେଡିକାଲକୁ ପହଂଚି ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି I

ଆହୁରି ପଢନ୍ତୁ : ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ : ଧର୍ମେନ୍ଦ୍ର ପ୍ରଧାନ