ନୂଆଦିଲ୍ଲୀ,୨୭।୭: ଭାରତର ଯୁବ ଷ୍ଟାର ଭାରୋତ୍ତୋଳନକାରୀ ଜ୍ଞାନେଶ୍ୱରୀ ଯାଦବ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ ରେ କରିଛନ୍ତି କମାଲ। ୫୩ କିଲୋଗ୍ରାମ ମହିଳା ବର୍ଗରେ ଜିତିଛନ୍ତି ରୌପ୍ୟ ପଦକ । ତାଙ୍କର ଏହି ସଫଳତା ସହିତ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୀରାବାଇ ଚାନୁ (ୱେଟଲିଫ୍ଟିଂରେ ସ୍ୱର୍ଣ୍ଣ),ଋଷିକନ୍ତ ସିଂହ (ୱେଟଲିଫ୍ଟିଙ୍ଗ ରୌପ୍ୟ ୬୦ କେଜି ବର୍ଗ), ରାଜା ମୁଥୁପାଣ୍ଡି (ରୌପ୍ୟ ୱେଟଲିଫ୍ଟିଙ୍ଗ ୬୫ କେଜି ବର୍ଗ) ଏବଂ ଝାଣ୍ଡୁ କୁମାର (ବ୍ରୋଞ୍ଜ- ପାରା ୱେଟଲିଫ୍ଟିଂ) ପରେ ସେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ ରେ ପୋଡିୟମରେ ପହଁଞ୍ଚିଥିବା ଚତୁର୍ଥ ଭାରତୀୟ ୱେଟଲିଫ୍ଟ ହୋଇଛନ୍ତି।
ଜ୍ଞାନେଶ୍ୱରୀ ମୋଟ ୧୯୯ କିଲୋଗ୍ରାମ (ସ୍ନାଚ୍ରେ ୮୮ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୧୧ କିଲୋଗ୍ରାମ) ଉଠାଇ ରୌପ୍ୟ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ନାଇଜେରିଆକୁ ମିଳିଛି। ନାଇଜେରିଆର ଓନୋମ୍ ଓମୋଲୋଲା ଡିଡିହ (୨୦୬ କିଲୋଗ୍ରାମ) ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କାନାଡାର ରେବେକା ଗ୍ରୋଲ୍କ୍ସ (୧୭୮ କିଲୋଗ୍ରାମ) ବ୍ରୋଞ୍ଜ ପଦକ ଜିତିଥିଲେ।
୨୩ ବର୍ଷୀୟା ଜ୍ଞାନେଶ୍ୱରୀ ସ୍ନାଚ୍ ବର୍ଗରେ ପ୍ରତିଯୋଗିତା ଆରମ୍ଭ କରିଥିଲେ ଏବଂ ତାଙ୍କର ପ୍ରଥମ ପ୍ରୟାସରେ ସହଜରେ ୮୨ କିଲୋଗ୍ରାମ ଉଠାଇଥିଲେ। ତାଙ୍କର ପରବର୍ତ୍ତୀ ଦୁଇଟି ପ୍ରୟାସରେ, ସେ ଯଥାକ୍ରମେ ୮୫ କିଲୋଗ୍ରାମ ଏବଂ ୮୮ କିଲୋଗ୍ରାମ ଉଠାଇଥିଲେ। ଏହିପରି, ସ୍ନାଚ୍ ବର୍ଗରେ ତାଙ୍କର ସର୍ବୋତ୍ତମ ପ୍ରୟାସ ୮୮ କିଲୋଗ୍ରାମ ରେକର୍ଡ କରାଯାଇଥିଲା। ତଥାପି, ସ୍ନାଚ୍ ରାଉଣ୍ଡ ପରେ, ଜ୍ଞାନେଶ୍ୱରୀ ପଛରେ ଥିଲେ କାରଣ ନାଇଜେରିଆର ଓନୋମ୍ ଓମୋଲୋଲା ଡିଡିହ ୯୩ କିଲୋଗ୍ରାମ ଉଠାଇ ଏକ ବଡ଼ ଲକ୍ଷ୍ୟ ରଖିଥିଲେ।
ଜ୍ଞାନେଶ୍ୱରୀ କ୍ଲିନ୍ ଆଣ୍ଡ ଜର୍କ ସେକ୍ସନରେ ଏକ ୧୦୩ କିଲୋଗ୍ରାମ ଉଠାଇଥିଲେ, ଯାହାଫଳରେ ସେ ମହିଳାଙ୍କ ୫୩ କେଜି ଫାଇନାଲର ଲିଡରବୋର୍ଡର ଶୀର୍ଷରେ ରହିଥିଲେ। ତଥାପି, ଡିଡିହ କ୍ଲିନ୍ ଆଣ୍ଡ ଜର୍କ ରାଉଣ୍ଡରେ ତାଙ୍କର ପ୍ରଥମ ପ୍ରୟାସରେ ୧୦୫ କିଲୋଗ୍ରାମ ଉଠାଇ ଜ୍ଞାନେଶ୍ୱରୀଙ୍କୁ ଦ୍ୱିତୀୟ ସ୍ଥାନରେ ପହଞ୍ଚାଇ ଦେଇଥିଲେ। ଏହାପରେ ଜ୍ଞାନେଶ୍ୱରୀ ତାଙ୍କ ଦ୍ୱିତୀୟ ପ୍ରୟାସରେ ୧୦୭ କିଲୋଗ୍ରାମ ଉଠାଇଥିଲେ, କିନ୍ତୁ ଏହା ତାଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିନଥିଲା ଓ ସେ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏହାପରେ ନାଇଜେରିଆର ଡିଡିହ ତାଙ୍କ ପରବର୍ତ୍ତୀ ପ୍ରୟାସରେ ୧୧୦ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେଭଳି ଜ୍ଞାନେଶ୍ୱରୀଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଜ୍ଞାନେଶ୍ୱରୀ ତାଙ୍କର ତୃତୀୟ ଏବଂ ଶେଷ ପ୍ରୟାସରେ ୧୧୯ କିଲୋଗ୍ରାମ ଭାର ଉଠାଇ ପ୍ରତିଯୋଗିତା ଶେଷ କରିଥିଲେ।
ଆହୁରି ପଢନ୍ତୁ: CWG 2026 : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୀରାବାଈ ଚାନୁଙ୍କ ରେକର୍ଡ : ଲଗାତାର ତୃତୀୟ ଥର ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ