ରାଉରକେଲା, ୨୭/୦୭: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଯବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ୨୦ ଜଣ ମାଓବାଦୀ ରବିବାର ଝାଡ଼ଖଣ୍ଡ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ଏ ନେଇ ପୁଲିସ୍ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯିବା ବୋଲି ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ :-  Loot: ଭୋଜିକୁ ଯାଇଥିଲେ ପରିବାର, ଘର ତାଲା ଭାଙ୍ଗି ୭୦ ଭରି ସୁନା ଓ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୂଚନା ମୁତାବକ, ସରଣ୍ଡା ଛାଡ଼ି ମାଓ କେନ୍ଦ୍ରୀୟ କମିଟି ସଦସ୍ୟ ମିଶିର ବେସ୍ରା ପଞ୍ଜାବ ପଳାଇ ଯାଇଥିବା ବେଳେ ଅସୀମ ମଣ୍ଡଳ ପଶ୍ଚିମବଙ୍ଗ ଚାଲି ଯାଇଛନ୍ତି । ଏ ସମ୍ପର୍କରେ ପୁଲିସ୍ ଜାଣିବା ପରେ ସେମାନଙ୍କୁ ଧରିବା ଲାଗି ଝାଡ଼ଖଣ୍ଡ ପୁଲିସ୍ ପକ୍ଷରୁ ଉଦ୍ୟମ ଜାରି ରହିଛି । ଦୁଇ ମାଓନେତା ପଳାଇ ଯିବା ପରେ ବାକି ରହିଥିବା ଅନ୍ୟ ମାଓବାଦୀଙ୍କୁ ଧରିବା ଲାଗି ସିଆର୍‌ପିଏଫ୍, କୋବ୍ରା, ଜାଗୁଆର ଯବାନମାନେ ସରଣ୍ଡା ଜଙ୍ଗଲରେ ଅପରେସନକୁ ଜୋରଦାର କରିଛନ୍ତି । ଏହି ଅପରେସନରେ ଭୟଭୀତ ହୋଇ ୨୦ ଜଣ ମାଓବାଦୀ ସଂଗଠନ ଛାଡ଼ି ରବିବାର ଝାଡ଼ଖଣ୍ଡ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ମାତ୍ର ଏ ନେଇ ପୁଲିସ୍ କିଛି କହିବାକୁ ମନା କରି ଦେଇଛି । ସୋମବାର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ଜଣାପଡ଼ିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ରହିଛନ୍ତି ଜୋନାଲ କମାଣ୍ଡର, ସବ୍-ଜୋନାଲ କମାଣ୍ଡର, ଆଞ୍ଚଳିକ କମାଣ୍ଡର । ସେମାନଙ୍କ ମୁଣ୍ଡ ଉପରେ ରହିଛି ୧୫, ୧୦ ଓ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି ।