ନୂଆଦିଲ୍ଲୀ: ନିଜର ଏକ ସୁନ୍ଦର ଘର ରହିବା ପ୍ରାୟ ସମସ୍ତଙ୍କ ପାଇଁ ସ୍ୱପ୍ନ | କିନ୍ତୁ ଆଜିର ରିଅଲ୍ ଇଷ୍ଟେଟ୍ ଦୁନିଆରେ ଘରର ମୂଲ୍ୟ ଆକାଶଛୁଆଁ ହୋଇଯାଇଛି | କୈଣସି ସ୍ଥାନରେ ଘରର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ତ ଅନ୍ୟ କେଉଁଠି କୋଟି କୋଟି ଟଙ୍କା ଆକଳନ କରାଯାଉଛି | ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଘର କିଣିବା ପର୍ବତ ଚଢିବା ଠାରୁ କିଛି କମ୍ ନୁହେଁ।
କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ରିଅଲ ଇଷ୍ଟେଟ କ୍ଷେତ୍ରକୁ ଏକ ବିନିଯୋଗ କ୍ଷେତ୍ର ଭାବେ ଦେଖନ୍ତି। ତ ଆଉ କେତେକ ଏହାକୁ ବିଳାସପୂର୍ଣ୍ଣ କ୍ଷେତ୍ର ଭାବରେ ଦେଖିବା ସହ କୋଟି କୋଟି ମୂଲ୍ୟର ଘର କିଣନ୍ତି | ନିକଟରେ ଏକ ଘର କିଣାଯାଇଛି ଯାହା ଆଜିଯାଏଁ ହୋଇଥିବା ସମସ୍ତ ଘରର କ୍ରୟ ରେକର୍ଡ ଭାଙ୍ଗିଛି |
କେଉଁ ଘର ଭାଙ୍ଗିଲା ରେକର୍ଡ;
ଗୁରୁଗ୍ରାମରେ ଏକ ପେଣ୍ଟହାଉସ୍ କ୍ରୟ କରାଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ୧୬,୯୨୦ ବର୍ଗଫୁଟର ଘର ୧୯୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ପେଣ୍ଟହାଉସକୁ ଇମ୍ଫୋ-ଏକ୍ସ ସଫ୍ଟୱେୟାର ଟେକ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ ଋଷି ପର୍ତ୍ତୀ କ୍ରୟ କରିଛନ୍ତି।
ସବୁଠାରୁ ମହଙ୍ଗା ଘର ହେଲା କିପରି...?
ମୂଲ୍ୟ ବିଷୟରେ କହିବାକୁ ଗଲେ ଏହା ପୂର୍ବରୁ ମୁମ୍ବାଇରେ ୨୬୩ କୋଟି ଟଙ୍କା ମୂଲ୍ୟର ଏକ ଘର କିଣାଯାଇଛି | କିନ୍ତୁ ଯେତେବେଳେ ଏକ ଘର କିଣାଯାଏ, ଏହାର ମୂଲ୍ୟ ବର୍ଗଫୁଟ ମୂଲ୍ୟ ଅନୁଯାୟୀ ନିର୍ଣ୍ଣୟ କରାଯାଏ |
୨୬୩ କୋଟି ଟଙ୍କା ମୂଲ୍ୟର ଏହି ଘର ମୁମ୍ବାଇର ଲୋଢା ମାଲାବାରରେ ଅବସ୍ଥିତ | ଏହାର ମୂଲ୍ୟ ବର୍ଗଫୁଟ ପ୍ରତି ୧.୪ ଲକ୍ଷ ଟଙ୍କା ସ୍ଥିର ହୋଇଥିଲା| କିନ୍ତୁ ଗୁରୁଗ୍ରାମରେ କିଣାଯାଇଥିବା ଏହି ପେଣ୍ଟହାଉସ୍ ପାଇଁ ବର୍ଗଫୁଟ ପାଇଁ ୧.୮ ଲକ୍ଷ ଟଙ୍କା ଦିଆଯାଇଛି। ଏହି ମୂଲ୍ୟ କାର୍ପେଟ କ୍ଷେତ୍ର ପାଇଁ ସ୍ଥିର ହୋଇଛି | ଯେଉଁଥି ପାଇଁ ଏହାକୁ ସବୁଠାରୁ ମହଙ୍ଗା ଘରର ମାନ୍ୟତା ଦିଆଯାଉଛି |
ଷ୍ଟାମ୍ପ ଡ୍ୟୁଟି ବାବଦକୁ କେତେ ଦିଆଯାଇଥିଲା...?
ଋଷି ପର୍ତ୍ତୀ କିଣିଥିବା ଏହି ସମ୍ପତ୍ତି ଡିସେମ୍ବର ୨ ରେ ପଞ୍ଜୀକୃତ ହୋଇଥିଲା | ଯେଉଁଥି ପାଇଁ ୧୩ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ପ୍ରଦାନ କରାଯାଇଥିଲା | ଯାହା ରିଏଲ୍ ଇଷ୍ଟେଟ୍ ଡିଲ୍ ଏହି କ୍ଷେତ୍ରରେ ଏକ ଆଲୋଡ଼ନ ସୃଷ୍ଟି କରିଛି |
ଋଷି ପର୍ତ୍ତୀ କିଏ...?
ଋଷି ଗୁରୁଗ୍ରାମର ଜଣେ ବଡ ବ୍ୟବସାୟୀ | ଇନଫୋ-ଏକ୍ସ ସଫ୍ଟୱେୟାର ବ୍ୟତୀତ ସେ ତିନୋଟି କମ୍ପାନୀର ନିର୍ଦ୍ଦେଶକ ମଧ୍ୟ କାର୍ଯ୍ୟ କରନ୍ତି| ଏହି କମ୍ପାନୀଗୁଡିକ ମଧ୍ୟରେ ଷ୍ଟେ ପ୍ରାଇଭେଟ ଲିମିଟେଡ୍, ଇଣ୍ଟିଗ୍ରେଟର ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ୍ ଇତ୍ୟାଦି ଅନ୍ତର୍ଭୁକ୍ତ |
ବିଳାସବ୍ୟସନ ପ୍ରତି ବଢୁଛି ଚାହିଦା;
୧୯୦ କୋଟି ଟଙ୍କା ମୂଲ୍ୟର ଏହି ପେଣ୍ଟହାଉସ୍ କ୍ରୟକୁ ଦେଖିଲେ ଏହା ସ୍ପଷ୍ଟ ଯେ ଲୋକମାନେ ବିଳାସପୂର୍ଣ୍ଣତା ପାଇଁ ଯେକୈଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି | କେବଳ ଏତିକି ନୁହେଁ ସାଧାରଣ ଲୋକ ମଧ୍ୟ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରୁଥିବା ଦେଖାଯାଉଛି। ଲୋକମାନେ ଗାଡ଼ି ଓ ବିଳାସବ୍ୟସନରେ ଟଙ୍କା ଖର୍ଚ୍ଚ କରୁଛନ୍ତି।