ଭୁବନେଶ୍ବର, ୨୨।୬: ରାଜ୍ୟର ୧୩ ଜିଲ୍ଲାରେ ସୁଇମିଂ ପୁଲ୍ ତିଆରି ହେବ । ରବିବାର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ର ଶୁଭାରମ୍ଭ ଅବସରରେ କ୍ରୀଡାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏହି ସୂଚନା ଦେଇଛନ୍ତି ।

ଇଣ୍ଡୋର ସୁଇମିଂ ପୁଲ୍‌ ନିର୍ମାଣ ହେବାକୁ ଥିବା ଜିଲ୍ଲା ହେଉଛି ବରଗଡ଼, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା   କେନ୍ଦୁଝର, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର ଏବଂ ରାୟଗଡ଼ା।