ମୁମ୍ୱାଇ : ଅନିଲ କପୁର ଓ ମାଧୁରୀ ଦିକ୍ଷିତ୍ ଯୋଡ଼ିଙ୍କ ଫିଲ୍ମ 'ବେଟା' ଖୁବ୍ ସଫଳତା ପାଇଥିଲା। ଏହି ଫିଲ୍ମରେ କେବଳ ଦୁହିଁଙ୍କର କେମେଷ୍ଟ୍ରି ନୁହେଁ ଏହାର ଗୀତ ମଧ୍ୟ ଖୁବ୍ ହିଟ୍ ହୋଇଥିଲା। ଫିଲ୍ମକୁ ଇନ୍ଦ୍ର କୁମାର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ଦର୍ଶକଙ୍କ ହୃଦୟ ଜିତି ନେଇଥିଲା, କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ , ଯେଉଁ ଫିଲ୍ମ ଦର୍ଶକମାନେ ଦେଖିଛନ୍ତି , ବାସ୍ତବରେ ତାହା ପୂର୍ବରୁ କିଛି ଅଲଗା ଥିଲା। ଫିଲ୍ମର ଡାଇରେକ୍ଟର ଇନ୍ଦ୍ର କୁମାର କହିଛନ୍ତି, ଫିଲ୍ମର ପୂରା ଫାର୍ଷ୍ଟ ହାଫ୍ ଆଉଥରେ ଲେଖାଯାଇ ରିସୁଟ୍ ହୋଇଥିଲା।
ସିଦ୍ଧାର୍ଥ କନନଙ୍କୁ ଦେଇଥିବା ଇଣ୍ଟରଭ୍ୟୁରେ ଇନ୍ଦ୍ର କହିଛନ୍ତି , ଯେବେ ମୁଁ ଫିଲ୍ମ ବେଟାର ଫର୍ଷ୍ଟ ହାଫ୍ ଦେଖିଲି ତ ମୁଁ ଭାବିଲି ବହୁତ ବେକାର ଫିଲ୍ମ। କିନ୍ତୁ ସେକେଣ୍ଡ ହାଫ୍ ଭଲ ଲାଗି ଥିଲା। ମୋର ଡିଷ୍ଟ୍ରିବ୍ୟୁଟର୍ସ ଖୁବ୍ ଖୁସି ଥିଲେ ଶୋ’ ପରେ । କିନ୍ତୁ ମୁଁ କନଭିନ୍ସ ହୋଇ ପାରୁ ନଥିଲି। ସେହି ରାତିରେ ଅଶୋକଙ୍କ ଘରକୁ ଗଲି ଏବଂ କହିଲି ଅଶୋକ ଫର୍ଷ୍ଟ ହାଫ୍ ବେକାର ଲାଗୁଛି। ସେ କହିଲେ ଆରେ ପାଗଳ ହୋଇଗଲ। ତମେ ଫର୍ଷ୍ଟ ହାଫ୍ ରିସୁଟ୍ କରିବ ? ଆମେ ତ ପୂର୍ବରୁ ହିଁ ପ୍ଲାନ୍ଡ ବଜେଟ୍ ଠାରୁ ଅଧିକ ଖର୍ଚ୍ଚ କରି ଦେଇଥିଲୁ। ମୁଁ ପୁଣି କହିଲି ପ୍ଲିଜ୍ ମୋତେ ୨ଦିନ ଦିଅ।
ଇନ୍ଦ୍ର କହିଲେ କି ଫିଲ୍ମର ଟିମ୍ ଖଣ୍ଡାଲା ଗଲେ ଏବଂ ଆଉ ଥରେ ଫିଲ୍ମର ଫର୍ଷ୍ଟ ହାଫ୍ ଲେଖା ଗଲା। ସେ କହିଲେ ଅଶୋକ ଜୀ ୨ଦିନ ପରେ ଆସିଲେ। ସେ ନୂଆ ସ୍କ୍ରିପ୍ଟ ସହ ଆସିଥିଲେ , କାରଣ ଫିଲ୍ମର ଫର୍ଷ୍ଟ ହାଫ୍କୁ ଆଉଥରେ ସୁଟ୍ କରିବା ଖୁବ୍ ବଡ଼ କଥା ଥିଲା। ୩୫-୪୦ଦିନ ମଧ୍ୟରେ ରିସୁଟ୍ ହେଲା। ଏହାପରେ ଅଶୋକ ପଚାରିଲେ କି , କୁହ ଫାର୍ଷ୍ଟ ହାଫ୍ କେମିତିକା। ମୁଁ ଯେବେ କହିଲି ସେ ଚିନ୍ତାରେ ଥିଲେ। କହିଲେ କି ଇଏ ତୁମର ଫର୍ଷ୍ଟ ହାଫ୍ ?
ଇନ୍ଦ୍ର କହିଛନ୍ତି - ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା କି ଅନିଲ କପୁରଙ୍କୁ ପରିବର୍ତ୍ତନ ବିଷୟରେ କହିବା, କାରଣ ନୂଆ ସ୍କ୍ରିପ୍ଟଟି ମାଧୁରୀଙ୍କ ସପକ୍ଷରେ ଅଧିକ ଥିଲା। ଇନ୍ଦ୍ର କୁହନ୍ତି , ମୁଁ ସାହସର ସହ ଅନିଲ କପୁରଙ୍କ ପାଖକୁ ଗଲି ଏବଂ ତାଙ୍କୁ ପୂରା ସ୍କ୍ରିପ୍ଟ୍ କହିଲି। ସେ ମୋତେ ଶାନ୍ତିରେ ଶୁଣିଲେ। ତାପରେ କହିଲେ , କିଛି କହି ପାରିବି? ତୁମେ ମୋର ବ୍ୟାଣ୍ଡ ବଜାଇ ଦେଲ। ମୁଁ କହିଲି ଏହାର ଅର୍ଥ କଣ , ସ୍କ୍ରିପ୍ଟ ଭଲ ନାହିଁ କି ? ସେ କହିଲେ ବହୁତ ଭଲ ହୋଇଛି । କିନ୍ତୁ ଏବେ ଲୋକେ ଫିଲ୍ମର ଟାଇଟଲ ବେଟା ବଦଳରେ ବେଟି କରି ଦେବେ। ତୁମେ ଫିଲ୍ମର କାହାଣୀ ପୂରା ବଦଳାଇ ଦେଲ। କିନ୍ତୁ ହଁ ତୁମର ଫିଲ୍ମ ବ୍ଲକବଷ୍ଟର ହିଟ୍ ହେବ।
ଇନ୍ଦ୍ର, ଅନିଲଙ୍କର ପ୍ରଫେସନାଲ ବ୍ୟବହାରକୁ ପ୍ରଶଂସା କରି କହିଲେ, ଅନିଲ ମୋତେ କହିଥିଲେ କି , ମୋର କେବଳ ଗୋଟିଏ କଥା ଯେ ଫିଲ୍ମ ସୁପରହିଟ୍ ହେଉ। ସେ ଏହା ବିଶ୍ୱାସର ସହ କହି ଥିଲେ। ଯଦି ଆଉ କେହି ଅଭିନେତା ହୋଇ ଥାନ୍ତେ ତ ,ସେ ଏମିତି କରି ନଥାନ୍ତେ ଏବଂ ଆଉ ଥରେ ସୁଟ୍ ମଧ୍ୟ କରି ନଥାନ୍ତେ।
ଅନିଲ କପୁର ଓ ମାଧୁରୀଙ୍କ ସଂପର୍କକୁ ନେଇ ଇନ୍ଦ୍ର କହିଛନ୍ତି , ସେ ଦୁହେଁ ବହୁତ ଭଲ ବନ୍ଧୁ। ଦୁହିଁଙ୍କର ଖୁବ୍ ଅଲଗା କେମେଷ୍ଟ୍ରି ଥିଲା। ଉଭୟ ପରସ୍ପରକୁ ବହୁତ ସମ୍ମାନ କରନ୍ତି । ଅନିଲ , ମାଧୁରୀଙ୍କର ଖୁବ୍ କେୟାର କରୁଥିଲେ। ଆଜି ବି ମାଧୁରୀଙ୍କର ନାଁ ଶୁଣି ଅନିଲ୍ କ୍ରେଜି ହୋଇ ଯାନ୍ତି।