କେନ୍ଦ୍ରାପଡା, ୧୭।୫ : କେନ୍ଦ୍ରାପଡା କୁପୁଣି ଗାଁରେ ତରଭୁଜ ଖାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ମୃତକଙ୍କ ଘରେ ପହଞ୍ଚି ଯାଞ୍ଚ କରିଛନ୍ତି l
ଏକ ୭ ଜଣିଆ ଟିମ୍ ମୃତ ଶିଶୁ ସ୍ଵାଧୀନ ସେନାପତିଙ୍କ ଘରେ ପହଁଚି ବିଭିନ୍ନ ଖାଦ୍ୟ ପଦାର୍ଥ ଓ ରନ୍ଧା ଖାଦ୍ୟ ଯାଞ୍ଚ କରିଥିଲେ l ଘଟଣା ପୂର୍ବଦିନ ସମ୍ପୃକ୍ତ ପରିବାର ଖାଦ୍ୟରେ ପୋଇ ତରକାରୀ ଖାଇଥିବା ମେଡିକାଲ ଟିମ୍ ଜାଣିବାକୁ ପାଇଛି l ଅନ୍ୟପକ୍ଷରେ ଫୁଡ୍ ଇନ୍ସପେକ୍ଟରଙ୍କ ଏକ ଟିମ୍ ତରଭୁଜ କିଣାଯାଇଥିବା ଦୋକାନରେ ପହଞ୍ଚିଛି ତରଭୁଜ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ଵର ପଠାଇଛନ୍ତି l ମୃତ ଶିଶୁଙ୍କ ପରିବାରର ଅନ୍ୟ ୪ ଜଣ ଏବେବି ମେଡ଼ିକାଲ ରେ ଚିକିତ୍ସାଧିନ ଅଛନ୍ତି l
ସୂଚନାଯୋଗ୍ୟ ଯେ କୁପୁଣି ଗାଁର ଅନନ୍ତ ସେନାପତି ଓ ତାଙ୍କ ପରିବାର ତରଭୁଜ ଖାଇଥିଲେ। ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା। ପରିବାରର ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ବବୃବାହନ ସେନାପତି ଓ ସ୍ବାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବଡ ଡାକ୍ତରଖାନାରେ ନାବାଳକ ସ୍ବାଧୀନ(୧୨)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଆହୁରି ପଢନ୍ତୁ : ଅପରାଧୀଙ୍କୁ ପୁଲିସ ଡିଜିପିଙ୍କ ଚେତାବନୀ, ଅପରାଧ ପାଇଁ ଚିନ୍ତା କରୁଥିଲେ ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହ